ଓଡିଶା

odisha

By

Published : Aug 25, 2020, 10:34 AM IST

ETV Bharat / bharat

ଅନ୍‌ଲକ୍ ୪.୦: ଚାଲୁ ହୋଇପାରେ ମେଟ୍ରୋ ସେବା, ବନ୍ଦ ରହିବ ସ୍କୁଲ୍ ଓ କଲେଜ

ଅନ୍‌ଲକ୍ ୪.୦ ରେ ଦେଶରେ ମେଟ୍ରୋ ସେବା ପୁନଃ ଚଳାଚଳ କରିପାରେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। କିନ୍ତୁ, ସେପ୍ଟେମ୍ବର ଏହି ଅନଲକରେ ସ୍କୁଲ୍ ଓ କଲେଜ ତୁରନ୍ତ ଖୋଲିବାର ସମ୍ଭାବନା ନାହିଁ ବୋଲି ଶୁଣାଯାଉଛି। ଏଥିପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ ଏହି ମାସ ଶେଷ ସୁଦ୍ଧା ବିପର୍ଯ୍ୟୟ ପରିଚାଳନା ଅଧିନିୟମ 2005 ଅନୁଯାୟୀ ପ୍ରଦାନ କରାଯିବ। ଅଧିକ ପଢନ୍ତୁ...

ଅନ୍‌ଲକ୍ ୪.୦: ଚାଲୁ ହୋଇପାରେ ମେଟ୍ରୋ ସେବା, ବନ୍ଦ ରହିବ ସ୍କୁଲ୍ ଓ କଲେଜ
ଅନ୍‌ଲକ୍ ୪.୦: ଚାଲୁ ହୋଇପାରେ ମେଟ୍ରୋ ସେବା, ବନ୍ଦ ରହିବ ସ୍କୁଲ୍ ଓ କଲେଜ

ନୂଆଦିଲ୍ଲୀ: ଅନ୍‌ଲକ୍ ୪.୦ ରେ ଦେଶରେ ମେଟ୍ରୋ ସେବା ପୁନଃ ଚଳାଚଳ କରିପାରେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ମେଟ୍ରୋ ରେଳ ସେବା ପୁନଃ ଆରମ୍ଭ କରିବାକୁ ଅନେକ ରାଜ୍ୟ ଦାବି କରିବା ପରେ ଗୃହ ମନ୍ତ୍ରଣାଳୟ ଏହା ଉପରେ ଦୃଷ୍ଟି ରଖିଛି। ଗୃହ ମନ୍ତ୍ରାଳୟ ଖୁବ୍ ଶୀଘ୍ର ଚତୁର୍ଥ ପର୍ଯ୍ୟାୟ ଅନ୍‌ଲକ୍‌ ମାର୍ଗଦର୍ଶିକା ରିଲିଜ୍ କରିବେ ଏବଂ ଏଥିରେ ମେଟ୍ରୋ ରେଳସେବା ପୁଣି ଚାଲୁ କରାଯିବାକୁ ଅନୁମତି ଦିଆଯାଇପାରେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଏଥିପାଇଁ ଏସ୍‌ଓପି ମଧ୍ୟ ଜାରି କରାଯିବ। କିନ୍ତୁ, ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେଉଥିବା ଅନ୍‌ଲକ୍ ୪.୦ରେ ସ୍କୁଲ୍ ଓ କଲେଜ ତୁରନ୍ତ ଖୋଲିବାର ସମ୍ଭାବନା ନାହିଁ ବୋଲି ଶୁଣାଯାଉଛି।

ଦେଶରେ ନ ହେଲେ ବି ଦିଲ୍ଲୀରେ ମେଟ୍ରୋ ଚାଲୁ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧର ଜବାବ ଦେଇ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ କହିଛି ଯେ, ସରକାରଙ୍କ ଅନୁମତି ପାଇବା କ୍ଷଣି ଚଳାଚଳ ଆରମ୍ଭ କରିବାକୁ ଦିଲ୍ଲୀ ମେଟ୍ରୋ ପ୍ରସ୍ତୁତ ହୋଇ ରହିଛି। ତେବେ ବିଦ୍ୟାଳୟ, ସିନେମା ଏବଂ ବାର ଖୋଲିବ କି ନାହିଁ ସେନେଇ କୌଣସି ସୂଚନା ମିଳି ନାହିଁ। ଏଗୁଡିକ ଅଧିକ ସମୟ ପାଇଁ ବନ୍ଦ ରହିପାରେ ବୋଲି ସମ୍ଭାବନା ରହିଛି ।

ଏଥିପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ ଏହି ମାସ ଶେଷ ସୁଦ୍ଧା ବିପର୍ଯ୍ୟୟ ପରିଚାଳନା ଅଧିନିୟମ 2005 ଅନୁଯାୟୀ ପ୍ରଦାନ କରାଯିବ।

ABOUT THE AUTHOR

...view details