ଓଡିଶା

odisha

ETV Bharat / bharat

ଅନଲକ୍-2 ଗାଇଡଲାଇନ୍: କେନ୍ଦ୍ରର ନିର୍ଦ୍ଦେଶ, ଦିଲ୍ଲୀରେ ବନ୍ଦ ରହିବ ମେଟ୍ରୋ ଚଳାଚଳ - ଦିଲ୍ଲୀରେ ବନ୍ଦ ରହିବ ମେଟ୍ରୋ ଚଳାଚଳା

ଆଜି(ବୁଧବାର)ଠାରୁ ଦ୍ବିତୀୟ ପର୍ଯ୍ୟାୟ ଅନଲକ୍ ଆରମ୍ଭ ହୋଇଛି । ଭାରତର ରାଜଧାନୀ ଦିଲ୍ଲୀରେ ମେଟ୍ରୋ ଚାଲିବା ନେଇ ଲୋକେ ଦୀର୍ଘ ସମୟ ଧରି ଅପେକ୍ଷା କରିଛନ୍ତି। ତେବେ ବର୍ତ୍ତମାନ ସେ ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ।

unlock-2 delhi guideline
ଦିଲ୍ଲୀରେ ବନ୍ଦ ରହିବ ମେଟ୍ରୋ ଚଳାଚଳା

By

Published : Jul 1, 2020, 12:14 PM IST

ନୂଆଦିଲ୍ଲୀ: ଆଜି(ବୁଧବାର)ଠାରୁ ଦ୍ବିତୀୟ ପର୍ଯ୍ୟାୟ ଅନଲକ୍ ଆରମ୍ଭ ହୋଇଛି । ଭାରତର ରାଜଧାନୀରେ ମେଟ୍ରୋ ଚାଲିବା ନେଇ ଲୋକେ ଦୀର୍ଘ ସମୟ ଧରି ଅପେକ୍ଷା କରିଛନ୍ତି। ଜୁଲାଇ 1 ତାରିଖରୁ ଅନଲକ୍-2 ରେ ମେଟ୍ରୋ ଆରମ୍ଭ କରିବାକୁ ଦିଲ୍ଲୀ ସରକାର ସପକ୍ଷରେ ଥିଲେ କିନ୍ତୁ ବର୍ତ୍ତମାନ ମେଟ୍ରୋ ଦିଲ୍ଲୀରେ ଚାଲିବ ନାହିଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛନ୍ତି। ମେଟ୍ରୋ ବ୍ୟତୀତ ସିନେମାହଲ୍, ଜିମ୍, ସୁଇମିଂ ପୁଲ୍, ମନୋରଞ୍ଜନ ପାର୍କ, ବାର୍, ଅଡିଟୋରିୟମ୍ ଓ ଅନ୍ୟାନ୍ୟ ସ୍ଥାନ ମଧ୍ୟ ବନ୍ଦ ରହିବ । ଆବଶ୍ୟକୀୟ କାର୍ଯ୍ୟକଳାପକୁ ଛାଡି ସକାଳ 10 ଟାରୁ 5 ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ।

ସେହିଭଳି ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ, ଶିକ୍ଷା, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକ୍ରମ ଚାଲିବା ନେଇ ଏପର୍ଯ୍ୟନ୍ତ ଅନୁମୋଦନ ହୋଇନାହିଁ। ବିଦ୍ୟାଳୟ, କଲେଜ ଓ କୋଚିଂ ପ୍ରତିଷ୍ଠାନଗୁଡିକ 31 ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ । ଗୃହ ମନ୍ତ୍ରଣାଳୟ କହିଛି ଯେ ପରିସ୍ଥିତିର ଆକଳନ କରିବା ପରେ ସେମାନଙ୍କୁ ଖୋଲିବାର ତାରିଖ ପୃଥକ ଭାବରେ ସ୍ଥିର କରାଯିବ।

ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ଘରୋଇ ଓ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ, ଯାହା ବର୍ତ୍ତମାନ ସୀମିତ ରୂପରେ ଅଛି, ତାହା ପର୍ଯ୍ୟାୟକ୍ରମେ ସମ୍ପ୍ରସାରିତ ହେବ। ଗୃହ ମନ୍ତ୍ରଣାଳୟ କହିଛି ଯେ ଏହି ନୂତନ ନିର୍ଦ୍ଦେଶାବଳୀ ଜୁଲାଇ 1 ତାରିଖରୁ କାର୍ଯ୍ୟକାରୀ ହେବ ଓ ପର୍ଯ୍ୟାୟକ୍ରମେ କାର୍ଯ୍ୟକଳାପ ଆରମ୍ଭ କରିବାର ପ୍ରକ୍ରିୟା ବୃଦ୍ଧି କରାଯାଇଛି।

ଦିଲ୍ଲୀରେ ବର୍ତ୍ତମାନ ପର୍ଯ୍ୟନ୍ତ 2680 ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ 24 ଘଣ୍ଟା ମଧ୍ୟରେ 2084 ନୂତନ କୋରୋନା ପଜିଟିଭ୍ ମାମଲା ରିପୋର୍ଟ କରାଯାଇଛି। ଦିଲ୍ଲୀରେ ଏପର୍ଯ୍ୟନ୍ତ 85,161 କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । 24 ଘଣ୍ଟା ମଧ୍ୟରେ 3628 କୋରୋନା ରୋଗୀ ମଧ୍ୟ ସୁସ୍ଥ ହୋଇଯାଇଛନ୍ତି ।

ABOUT THE AUTHOR

...view details