ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ୱାର୍କ ଫର୍ମ ହୋମ୍ କରିଥିବା ଉପଭୋକ୍ତାମାନଙ୍କ ପାଇଁ ଆଣି ଦେଇଛି ନୂଆ ପ୍ରିପେଡ୍ ପ୍ଲାନ । ଏହି ପ୍ଲାନରେ ଗ୍ରାହକମାନେ 600 ଦିନର ଭାଲିଡିଟି ସହ କଲିଂର ସୁବିଧା ପାଇବେ । କିନ୍ତୁ ଏହି ଯୋଜନାକୁ ଆରମ୍ଭ କରିବା ସହିତ କମ୍ପାନୀ 149 ଟଙ୍କା ଏବଂ 725 ଟଙ୍କାର ପୂର୍ବରୁ ପ୍ରିପେଡ୍ ପ୍ଲାନ ବନ୍ଦ କରି ଦେଇଛି । ଏହା ବ୍ୟତୀତ ତାମିଲନାଡୁ ଏବଂ ଚେନ୍ନାଇ ସର୍କଲରେ 96 ଟଙ୍କା ରିଚାର୍ଜ ଯୋଜନା ମଧ୍ୟ ବନ୍ଦ କରିଛି କମ୍ପାନୀ ।
ବିଏସ୍ଏନ୍ଏଲର 2,399 ପ୍ଲାନ
ଏହି ପ୍ଲାନରେ ଦୈନିକ 100ଟି ଏସଏମଏସ୍ ସହିତ କଲ୍ କରିବା ପାଇଁ ବିଏସ୍ଏନ୍ଏଲ ଉପଭୋକ୍ତାମାନେ 250 (ଏକ୍ୟୁୟୁବି)ମିନିଟ୍ ପାଇବେ । ଏହା ବ୍ୟତୀତ କମ୍ପାନୀ ବ୍ୟବହାରକାରୀଙ୍କୁ 60 ଦିନ ପାଇଁ ମାଗଣା କଲର୍ ଟ୍ୟୁନ୍ ସବସ୍କ୍ରିପସନ୍ ମଧ୍ୟ ପ୍ରଦାନ କରିବ । ମାତ୍ର ଉପଭୋକ୍ତାମାନେ ଏଥିରେ ଡାଟା ସୁବିଧା ପାଇ ପାରିବେ ନାହିଁ । ଏହି ଯୋଜନା ଚେନ୍ନାଇ, ତାମିଲନାଡୁ, ଜମ୍ମୁ-କାଶ୍ମୀର ଏବଂ ଆଣ୍ଡାମାନ-ନିକୋବର ଟେଲିକମ୍ ସର୍କଲରେ ଉପଲବ୍ଧ ହେବ । ଏହି ଯୋଜନା ଖୁବ ଶୀଘ୍ର ଦେଶର ଅନ୍ୟ ଟେଲିକମ୍ ସର୍କଲରେ ଆରମ୍ଭ ହେବ ବୋଲି କମ୍ପାନୀ ସୂଚନା ଦେଇଛି ।
ବିଏସ୍ଏନ୍ଏଲର 108 ଟଙ୍କା ପ୍ରିପେଡ୍ ପ୍ଲାନ