ଓଡିଶା

odisha

ETV Bharat / bharat

ପୁଲୱାମାରେ ଆତତାୟୀ ଗୁଳିରେ ସାଧାରଣ ନାଗରିକଙ୍କ ମୃତ୍ୟୁ - suspected terrorists in Tral

ପୁଲୱାମାରେ ଅଜଣା ଆତତାୟୀ ଗୁଳିରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ। ଅଧିକ ଖବର ପଢନ୍ତୁ...

Jammu & Kashmir
ପୁଲୱାମାରେ ଆତଙ୍କୀ ହମଲା, ଜଣେ ନାଗରିକ ମୃତ !

By

Published : Feb 9, 2020, 9:15 PM IST

ଶ୍ରୀନଗର: ଅଜଣା ବନ୍ଧୁକଧାରୀର ଗୁଳିମାଡରେ ସାଧାରଣ ନାଗରିକଙ୍କ ମୃତ୍ୟୁ । ଘଟଣାଟି ପୁଲୱାମା ଦକ୍ଷିଣ କାଶ୍ମୀରରେ ଘଟିଛି। ତେବେ ମୃତକ ଜଣକ ହେଲେ ଗୁଲାମ ନବୀ ମିର।

ପୁଲୱାମାରେ ଆତଙ୍କୀ ହମଲା, ଜଣେ ନାଗରିକ ମୃତ !

ସୂଚନା ଅନୁସାରେ, ମୃତ ଗୁଲାମଙ୍କୁ ସନ୍ଧ୍ୟା ପ୍ରାୟ 7.20 ସୁଦ୍ଧା ଏକ ଫୋନକଲ ଆସିଥିଲା। ଏହି ରଲରେ ତାଙ୍କୁ ଘର ବାହାରକୁ ଆସିବାକୁ କୁହାଯାଇଥିଲା। ଗୁଲାମ ବାହାରକୁ ଆସିବା ପରେ ଅତର୍କିତ ଭାବେ ତାଙ୍କ ଉପରେ ଗୁଳି ବର୍ଷଣ କରାଯାଇଥିଲା। ଘଟଣାପରେ ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ତେବେ ଏହାକୁ ଆତଙ୍କୀ ହମଲା ବୋଲି ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଜମ୍ମୁ କାଶ୍ମୀର ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି।

ABOUT THE AUTHOR

...view details