ଓଡିଶା

odisha

ETV Bharat / bharat

ସରଳତା ଓ ବିନମ୍ରତାର ଅଦ୍ବିତୀୟ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଜୀ

ଭାରତ ଇତିହାସରେ ଅକ୍ଟୋବର 2 ଏକ ଖାସ ମହତ୍ତ୍ବ ରହିଛି । ଆଜିର ତାରିଖରେ ଭାରତର ଦ୍ବିତୀୟ ପ୍ରଧାନମମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଜନ୍ମ ହୋଇଥିଲେ। ଶାସ୍ତ୍ରୀଜୀ ସିଧା ସାଧା, ସରଳ ସ୍ବାଭାବର ବ୍ୟକ୍ତି ଥିଲେ। ତାଙ୍କ ସ୍ବାଭାମାନୀ, ସଚ୍ଚୋଟ ଗୁଣୁ ଯୋଗୁଁ ଆଜିବି ଲୋକ ତାଙ୍କ ମନେ ରଖିଛନ୍ତି। ଆସନ୍ତୁ ଆଜି ଶାସ୍ତ୍ରୀଙ୍କ ବିଷୟରେ କିଛି ଅଜଣା କଥା ଜାଣିବା...

ସରଳତା ଓ ବିନମ୍ରତାର ଅଦ୍ବିତୀୟ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଜୀ
ସରଳତା ଓ ବିନମ୍ରତାର ଅଦ୍ବିତୀୟ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଜୀ

By

Published : Oct 2, 2020, 2:34 PM IST

ଅକ୍ଟୋବର ମାସ 2 ତାରିଖ ଭାରତ ପାଇଁ ଅବିସ୍ମରଣୀୟର ଦିନ । ଛୋଟ ପିଲାଙ୍କ ଠାରୁ ବୁଢା ପର୍ଯ୍ୟନ୍ତ କାହାରିକୁ ଅଛପା ନାହିଁ ଏହି ଦିନର ମହତ୍ତ୍ବ । କାରଣ ଏହି ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ଯାହାଙ୍କ ଦୃଢ ନେତୃତ୍ବ ଯୋଗୁଁ ପରାଧିନର ଶିକୁଳିରୁ ମୁକ୍ତ ହୋଇଥିଲା ଭାରତ । ଶତ ସଂଘର୍ଷ ପରେ ସ୍ବାଧୀନତାର ସ୍ବାଦ ଚାଖିଥିଲେ ଦେଶବାସୀ । ଆଜି ସେହି ମହାନ ବ୍ୟକ୍ତି ମହାତ୍ମା ଗାନ୍ଧୀଙ୍କ 151 ତମ ଜନ୍ମବାର୍ଷିକୀ ପାଳନ କରୁଛନ୍ତି ସଭିଏଁ । ତେବେ ଅକ୍ଟୋବର 2 ତାରିଖରେ ଜନ୍ମଗ୍ରହଣ କରିଥିଲେ ଦେଶରେ ଆଉ ଜଣେ ମହାପୁରୁଷ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ । କିନ୍ତୁ ଗାନ୍ଧୀ ଜୟନ୍ତୀ ପାଳନ କରୁ କରୁ ଦେଶ ଭୁଲି ଯାଉଛି ଶାସ୍ତ୍ରୀଙ୍କ ଗୁରୁତ୍ବ ।

୧୯୦୪ ମସିହାରେ ଜନ୍ମଗ୍ରହଣ କରିଥିଲେ ଶାସ୍ତ୍ରୀ । ଦେଶର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଥିଲେ ଲାଲ ବାହାଦୂର ଶାସ୍ତ୍ରୀ । ଲାଲ ବାହାଦୂରଙ୍କ ଶାସ୍ତ୍ରୀଙ୍କ ସ୍ଲୋଗାନ ଥିଲା ଜୟ ଯବାନ ଜୟ କିଶାନ । ଜଣେ ଗରିବ ପରିବାରରୁ ଯାଇ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ ଲାଲ ବାହାଦୂର ଶାସ୍ତ୍ରୀ । ସ୍କୁଲ ଶିକ୍ଷା ସମୟରୁ ହିଁ ସେ ସ୍ବାଧୀନତା ସଂଗ୍ରାମ ପ୍ରତି ଆଗ୍ରହ ଦେଖାଇଥିଲେ। ୧୯୨୮ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲ।

ଆଜି ଶାସ୍ତ୍ରୀ ନାହାଁନ୍ତି ସତ, ହେଲେ ଏହି ଜନନାୟକଙ୍କ ବ୍ୟକ୍ତି ବିଶେଷଙ୍କ ଆଦର୍ଶ ଆଜି ବି ଅସରନ୍ତି ପ୍ରେରଣାର ଉତ୍ସ । ଆସନ୍ତୁ ତାଙ୍କର ବିଷୟରେ କିଛି ଅଜଣା କଥା...

ଶାସ୍ତ୍ରୀଜୀ ସବୁବେଳେ ସମାନତା ଉପରେ ବିଶ୍ବାସ ରଖୁଥିଲେ । ଜାତି ପ୍ରଥା ଏକ ସାମାଜିକ ପ୍ରତିବନ୍ଧକ ବୋଲି ସେ କହୁଥିଲେ । ତେଣୁ ହେତୁ ପାଇବା ପରେ ଶାସ୍ତ୍ରୀଜୀ ନିଜ ପରିବାରର ନାମ ତ୍ୟାଗ କରିଥିଲେ । କାସୀ ବିଦ୍ୟାପୀଠ ଓ ପରେ ଦାର୍ଶନିକରେ ଡିଗ୍ରୀ ହାସଲ ପରେ ‘ଶାସ୍ତ୍ରୀ’ ର ମାନ୍ୟତା ମିଳିଥିଲା ।

ଜାତି ପ୍ରଥା ବ୍ୟତୀତ ଶାସ୍ତ୍ରୀଜୀ ଯୌତୁକ ଭଳି କୁ-ପ୍ରଥା ବିରୋଧରେ ଲଢେଇ କରିଥିଲେ । ଏହାକୁ ଆରମ୍ଭ ନିଜ ଠାରୁ କରି ନିଜ ପତ୍ନୀ ପରିବାର ଠାରୁ କୌଣସି ପ୍ରକାରର ଯୌତୁକ ଆଣିନଥିଲେ । କିନ୍ତୁ ଶ୍ବଶୁର ଘର ଲୋକଙ୍କ ବାରମ୍ବାର ଅନୁରୋଧ କ୍ରମରେ ସେ ଖଣ୍ଡେ ଖଦି ଲୁଗା ହିଁ ବିବାହର ଉପହାର ରୂପେ ଗ୍ରହଣ କରିଥିଲେ ।

ଶାସ୍ତ୍ରୀ ସର୍ବଦା ଧୋତି ଓ କୁର୍ତ୍ତାରେ ପିନ୍ଧୁଥିବାରୁ ନେହେରୁୀ ତାଙ୍କୁ ଅର୍ଦ୍ଧ୍ବ ସଭ୍ୟ(half civilised) ବୋଲି ଡାକୁଥିଲେ ।

ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ଓ ବାଲ ଗଙ୍ଗାଧର ତିଲକଙ୍କ ଠାରୁ ପ୍ରେରଣା ପାଇ ଲାଲ ବାହାଦୂର ଶାସ୍ତ୍ରୀ 1921 ମସିହାରେ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ ।

ସ୍ବାଧୀନତା ଆନ୍ଦୋଳନ ସମୟରେ ଦେଶର ଦ୍ବିତୀୟ ପ୍ରଧାନମନ୍ତ୍ରୀଙ୍କୁ ବହୁବାର ଜେଲଦଣ୍ଡାଦେଶ ମଧ୍ୟ ଭୋଗିବାକୁ ପଡିଥିଲା । ଝିଅର ଅସୁସ୍ଥତା ଜାଣିବା ପରେ ତାଙ୍କୁ 15 ଦିନ ପାଇଁ ପାରୋଲ ଆସିଥିଲେ । କିନ୍ତୁ ରୋଗରେ ପୀଡିତ ଝିଅରେ ଆଖୁ ବୁଜିଥିଲେ । ଏହା ପରେ ତାଙ୍କ ହାତରେ ପାରେଲ ସମୟ ଥିଲେ ମଧ୍ୟ ଝିଅଙ୍କ ଶେଷକୃତ ସମ୍ପନ୍ନ କରି ସେ ପୁଣି ଫେରି ଯାଇଥିଲେ ଜେଲକୁ ।

ଦେଶ ସ୍ବାଧୀନତା ପରେ ଗୋବିନ୍ଦ ବଲ୍ଲଭ ପନ୍ଥ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ । ସେହି ସମୟରେ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ୟୁପିର ପୋଲିସ ଓ ପରିବହନ ନିୟନ୍ତ୍ରଣର ମନ୍ତ୍ରୀ ହୋଇଥିଲେ । ସେ ଦାୟିତ୍ବ ଗ୍ରହଣ କରିବା ପରେ ଏକ ବଡ ଧରଣ ପରିବର୍ତ୍ତନ ଆଣି ପ୍ରଥମ ଥର ଜଣେ ମହିଳାଙ୍କୁ କଣ୍ଡକ୍ଟର କରିଥିଲେ । ପୋଲିସ ବିଭାଗରେ ମଧ୍ୟ ବ୍ୟାପକ ପରିବର୍ତ୍ତନ କରିଥିଲେ । 1947 ମସିହାରେ ସାମ୍ପ୍ରଦାୟିକ ହିଂସାକୁ ମଧ୍ୟ ସଫଳତା ସହ ନିୟନ୍ତ୍ରଣ କରିଥିଲେ ।

ଶାସ୍ତ୍ରୀଜୀ ସବୁବେଳେ ସତ୍ୟାଗ୍ରହର ସମର୍ଥକ ଥିଲେ। ଏପରିକି ବିରୋଧୀମାନଙ୍କର ପୂରା ଧ୍ୟାନ ରଖୁଥିଲେ। ୟୁପିରେ ମନ୍ତ୍ରୀ ଥିବାବେଳେ ସେ ପ୍ରଥମଥର ପାଇଁ ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ଲାଠିଚାର୍ଜ ବଦଳରେ ପାଣିମାଡ଼ କରିବାକୁ କହିଥିଲେ। କେହି ବିକ୍ଷୋଭକାରୀ ଯେମିତି ଆହତ ହେବେନି ସେଥିପାଇଁ ସେ ଏପରି ନିର୍ଦ୍ଦେଶ ଦେଇଥିଲେ।

ଶାସ୍ତ୍ରୀଜୀ ଜେଲ କାରାଦଣ୍ଡ ଭୋଗିବା ସମୟରେ ତାଙ୍କ ପତ୍ନୀଙ୍କୁ ମାସିକ 50 ଟଙ୍କା ପେନସନ ଦିଆଯାଉଥିଲା । ଦିନେ ତାଙ୍କ ପତ୍ନୀ ତାଙ୍କୁ ଭେଟିବା ପାଇଁ ଜେଲକୁ ଯାଇଥିଲେ । ଏହି ସମୟରେ ସେ ପେନସନ ପଇସାରୁ 10 ଟଙ୍କା ସଞ୍ଜୟ କରିଥିବା କହିଥିଲେ । ଏହା ଜାଣିବା ପରେ ଶାସ୍ତ୍ରୀଜୀ ତୁରନ୍ତ ଏହି 10 ଟଙ୍କା ଆବଶ୍ୟକ କରୁଥିବା ଲୋକଙ୍କୁ ଦେବାକୁ କହିଥିଲେ ।

ଏପରିକି ପୁଅଙ୍କ ଅଯଥା ପଦୋନ୍ନତିରେ ଶାସ୍ତ୍ରୀଜୀ ବିରକ୍ତି ପ୍ରକାଶ କରିବା ସହ ତାକୁ ମଧ୍ୟ ଅଟକାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରିବର୍ତ୍ତେ ଅନ୍ୟ କାହାକୁ ଦେବାକୁ ସେ କହିଥିଲେ ।

ଲାଲ ବାହାଦୂର ଶାସ୍ତ୍ରୀ ଜଣେ ଉଚ୍ଚ-ସମ୍ମାନ ଓ ନୈତିକତା ବ୍ୟକ୍ତି । ଯିଏକି ଦେଶର ପ୍ରଧାନମନ୍ତ୍ରୀ ପଦରେ ଥାଇ ମଧ୍ୟ ନିଜର ଗୋଟିଏ କାର ମଧ୍ୟ କିଣିନଥିଲେ । ପରେ ପରିବାରଙ୍କ ଇଚ୍ଛାକୁ ରଖିବାକୁ ଯାଏ ସେ ଏକ କାର କିଣିଥିଲେ । ଯାହାର ଦାମ 12 ହଜାର ରହିଥିଲେ ମଧ୍ୟ ଏଥିପାଇଁ ଶାସ୍ତ୍ରୀଙ୍କ ପାଖରେ 5000 ଟଙ୍କା ଅଭାବ ପଡିଥିଲା । ଯେଉଁଥି ପାଇଁ ସେ ଲୋନ ନେଇଥିଲେ । ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ, ଜଣେ ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ନିଜ ପାଇଁ କାର କିଣିବାକୁ ସେ ସମର୍ଥ ନଥିଲେ।

ଶାସ୍ତ୍ରୀଜୀ ରେଳମନ୍ତ୍ରୀ ଥିବା ସମୟରେ କାଶୀରେ ତାଙ୍କର ଏକ କାର୍ଯ୍ୟକ୍ରମ ଥିଲା। ଏଠାରେ ଯୋଗ ଦେବାକୁ ଯିବା ବାଟରେ ତାଙ୍କର ଜଣେ ସହକର୍ମୀ ତାଙ୍କୁ କହିଲେ- ସାର୍, ଆପଣଙ୍କ ସାର୍ଟ ଚିରି ଯାଇଛି। ଶାସ୍ତ୍ରୀଜୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନ ଥିଲା। ସେମିତି ବିନମ୍ର କଣ୍ଠରେ ଉତ୍ତର ଦେଇଥିଲେ- ‘ଗରିବ ପିଲା, ଏମିତି ରହିବାକୁ ପଡ଼ିବ । ଗରିବ ହେଲେ ସିନା ଗରିବଙ୍କ ଦୁଃଖ ବୁଝି ପାରିବି।’

2004 ରେ ତାଙ୍କର ଜନ୍ମ ଶତବାର୍ଷିକୀ ଅବସରରେ, ଆରବିଆଇ ତାଙ୍କ ଜୀବନକୁ ସ୍ମରଣ କରି ତାଙ୍କ ଚିତ୍ର ସହିତ 100 ଟଙ୍କା ମୁଦ୍ରା ଜାରି କରିଥିଲା। ଏହି ମୁଦ୍ରା ଅଣ-ସର୍କୁଲାର ନୁହେଁ ଏହା କେବଳ କ୍ରମାଙ୍କରେ ଉପଲବ୍ଧ |

ଏହା ସ୍ପଷ୍ଟ ଯେ, ଲାଲ ବାହାଦୂର ଶାସ୍ତ୍ରୀଙ୍କ ପାଇଁ କେତେ ମହତ୍ବପୂର୍ଣ୍ଣ ନୀତି ଥିଲା । ସେ ସର୍ବଦା ସତ୍ୟକୁ ଅନୁସରଣ କରୁଥିଲେ ଏବଂ ତାଙ୍କ ପରିବାର ପ୍ରତି ମଧ୍ୟ ସାମାନ୍ୟ ପକ୍ଷପାତ ହୋଇନଥିଲେ।

ABOUT THE AUTHOR

...view details