ଓଡିଶା

odisha

ETV Bharat / bharat

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ କଳା ପତାକା ଦେଖାଇଲେ ବିଶ୍ବବିଦ୍ୟାଳୟ ଛାତ୍ର

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ସୋମବାର ଯାଦବପୁର ବିଶ୍ବବିଦ୍ୟାଳୟରେ ପହଞ୍ଚିଥିଲେ। ଏହି ସମୟରେ ସେଠାକାର ଛାତ୍ର ତାଙ୍କୁ କଳା ପତାକା ଦେଖାଇବା ସହ ବିଜେପି କାର୍ଯ୍ୟକର୍ତ୍ତା ‘ଗୋ ବ୍ୟାକ’ ନାରା ଲଗାଇଥିଲେ।

university students shown-black-flag to governor
ଫଟୋ ସୌଜନ୍ୟ: ଏଏନଆଇ

By

Published : Dec 23, 2019, 7:34 PM IST

କୋଲକାତା: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସରକାର ଏବଂ ରାଜ୍ୟପାଳ ଜଗଦୀପ ଧନଖଡଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଶେଷ ହେବାର ନାଁ ନେଉନାହିଁ। ସଚିବାଳୟ ପରେ ଏବେ ବିଶ୍ବବିଦ୍ୟାଳୟରେ ପ୍ରବେଶ କରିବା ପାଇଁ ରାଜ୍ୟପାଳଙ୍କୁ ସଙ୍ଘର୍ଷ କରିବାକୁ ପଡିଛି।

ରାଜ୍ୟପାଳ ଜଗଦୀପ ଧନଖଡ ସୋମବାର ଯାଦବପୁର ବିଶ୍ବବିଦ୍ୟାଳୟରେ ପହଞ୍ଚିଥିଲେ। ଏହି ସମୟରେ ସେଠାକାର ଛାତ୍ର ତାଙ୍କୁ ଘେରି ଦେଇଥିଲେ। ଏହାପରେ ତାଙ୍କୁ କଳା ପତାକା ଦେଖାଇବା ସହ ବିଜେପି କାର୍ଯ୍ୟକର୍ତ୍ତା ‘ଗୋ ବ୍ୟାକ’ ନାରା ମଧ୍ୟ ଲଗାଇଥିଲେ। ଏହି ସମୟରେ ରାଜ୍ୟପାଳ ପ୍ରାୟ 45 ମିନିଟ ନିଜ କାରରେ ବନ୍ଦ ରହିଲେ । ପରେ ତାଙ୍କ ସୁରକ୍ଷାକର୍ମୀ ତାଙ୍କୁ ବାହାରକୁ ବାହାରିବାରେ ସାହାଯ୍ୟ କରିଥିଲେ।

ଭିଡିଓ ସୌଜନ୍ୟ: ଏଏନଆଇ

ରାଜ୍ୟପାଳ ଧନଖଡ ବିଶ୍ବ ବିଦ୍ୟାଳୟର କୂଳାଧିପତି ହିସାବରେ ସେଠାରେ ଆୟୋଜିତ ଏକ ବୈଠକରେ ଯୋଗ ଦେବାକୁ ଯାଇଥିଲେ। ହେଲେ ବିଶ୍ବବିଦ୍ୟାଳୟର ଛାତ୍ର ଏହି ବୈଠକକୁ ବହିଷ୍କାର କରିବା ସହ ରାଜ୍ୟପାଳଙ୍କ ବିରୋଧରେ ନାରାବାଜି କରିଥିଲେ।

ନିକଟରେ ରାଜ୍ୟପାଳ ଧନଖଡ ପଶ୍ଚିମବଙ୍ଗ ସଚିବାଳୟ ପହଞ୍ଚିଥିଲେ। ହେଲେ ମୁଖ୍ୟ ଦ୍ବାରରେ ତାଲା ପଡିଥିବା ଯୋଗୁଁ ପ୍ରଥମେ ସେ ଭିତରକୁ ପ୍ରବେଶ କରି ପାରିନଥିଲେ। ଏହାପରେ ସେ ଅନ୍ୟ ଗେଟ ଦେଇ ସଚିବାଳୟକୁ ପ୍ରବେଶ କରିଥିଲେ।

For All Latest Updates

TAGGED:

ABOUT THE AUTHOR

...view details