ଓଡିଶା

odisha

ETV Bharat / bharat

ଆମେରିକାରେ କୋରୋନା ମୃତ୍ୟୁର ବିଭିଷୀକା, 24 ଘଣ୍ଟାରେ 1150 ମୃତ - କୋଭିଡ୍ 19

ଆମେରିକାରେ ଗତ 24 ଘଣ୍ଟା ମଧ୍ୟରେ 1150 ଜଣଙ୍କ ମୃତ୍ୟୁ ହୋଇଛି। ଏବେ ସୁଦ୍ଧା ଆମେରିକାରେ 3,66,614 ମାମଲା ସାମ୍ନାକୁ ଆସିଛି।

Coronavirus  deaths
ଆମେରିକାରେ କୋରୋନା ମୃତ୍ୟୁର ବିଭୀଷିକା, 24 ଘଣ୍ଟାରେ 1150 ମୃତ

By

Published : Apr 7, 2020, 9:36 AM IST

ନୂଆଦିଲ୍ଲୀ: ଆମେରିକାରେ ମୃତ୍ୟୁର ବିଭିଷୀକା ରଚୁଛି କୋରୋନା ଭାଇରସ। ଏହି ଭାଇରସ ପ୍ରଭାବରେ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରର ପରିସ୍ଥିତି ଅତ୍ୟନ୍ତ ଶୋଚନୀୟ। ଆମେରିକାରେ ଗତ 24 ଘଣ୍ଟା ମଧ୍ୟରେ 1150 ଜଣଙ୍କ ମୃତ୍ୟୁ ହୋଇଛି। ଏହାର ଠିକ୍ ଦିନକ ପୂର୍ବରୁ 1200 ଲୋକଙ୍କ ପ୍ରାଣ ନେଇଥିଲା ଏହି ମାରାତ୍ମକ ମହାମାରୀ। ବର୍ତ୍ତମାନ ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା 10 ହଜାର ଛୁଇଁଲାଣି।

ସୂଚନା ଅନୁସାରେ, ସାରା ବିଶ୍ବରେ 13,45,084 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୃତ୍ୟୁସଂଖ୍ୟା ମଧ୍ୟ 74,565ରେ ପହଞ୍ଚିଛି। ତେବେ କୋରୋନା ସର୍ବାଧିକ ପ୍ରଭାବିତ ହୋଇଥିବା ଦେଶଗୁଡିକ ହେଲା ଆମେରିକା, ସ୍ପେନ, ଜର୍ମାନୀ, ଫ୍ରାନ୍ସ ,ଇଟାଲୀ ଇତ୍ୟାଦି।

ଏବେ ସୁଦ୍ଧା ଆମେରିକାରେ 3,66,614 ମାମଲା ସାମ୍ନାକୁ ଆସିଥିବା ବେଳେ ସ୍ପେନରେ 1,36,675 କୋରୋନା ଆକ୍ରାନ୍ତ ରହିଛନ୍ତି। ସେହିପରି ଇଟାଲୀରେ ମଧ୍ୟ 1,32,547 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ABOUT THE AUTHOR

...view details