ୱାସିଂଟନ: ପାକିସ୍ତାନର ବେଲୁଚିସ୍ତାନରେ ହେଉଥିବା ମାନବଅଧିକାର ଉଲଙ୍ଘନକୁ ନେଇ ବିବାଦ ଘେରରେ ପାକିସ୍ତାନ । ବେଲୁଚିସ୍ତାନ ପୀଡିତଙ୍କୁ ନ୍ୟାୟ ଦେବା ପାଇଁ ମିଳିତ ଜାତିସଙ୍ଘ ନିକଟରେ ଗୁହାରି ଲଗାଇଛନ୍ତି ସମର୍ଥକ। ମିଳିତ ଜାତିସଙ୍ଘ ଏହି ମାମଲାରେ ହସ୍ତକ୍ଷେପ କରୁ ବୋଲି ସେମାନେ ଅନୁରୋଧ କରିଛନ୍ତି ।
ବେଲୁଚିସ୍ତାନ ପାଇଁ ଷ୍ଟାଚ୍ୟୁ ଅଫ ଲିବର୍ଟି ଉପରେ ଉଡିଲା ବିମାନ - ବାଲୁଚିସ୍ତାନ ପାଇଁ ଷ୍ଟାଚ୍ୟୁ ଅଫ ଲିବର୍ଟି ଉପରେ ଉଡିଲା ବିମାନ
ବେଲୁଚିସ୍ତାନ ପୀଡିତଙ୍କୁ ନ୍ୟାୟ ଦେବା ପାଇଁ ଜାତିସଙ୍ଘ ନିକଟରେ ଗୁହାରି ଲଗାଇଲେ ବେଲୁଚିସ୍ତାନ ସମର୍ଥକ।

ଫଟୋ ସୌଜନ୍ୟ: ଏଏନଆଇ
ଭିଡିଓ ସୌଜନ୍ୟ: ଏଏନଆଇ
ନ୍ୟୁୟର୍କର ଷ୍ଟାଚ୍ୟୁ ଅଫ ଲିବର୍ଟି ଉପରେ ଶୁକ୍ରବାର ଏକ ବିମାନ ଉଡାଯାଇଥିଲା । ଏହି ବିମାନରେ ଏକ ବ୍ୟାନର ଲଗାଯାଇଥିଲା, ଯେଉଁଥିରେ ବେଲୁଚିସ୍ତାନକୁ ନ୍ୟାୟ ଦେବା ପାଇଁ ମିଳିତ ଜାତିସଙ୍ଘ ଏଥିରେ ହସ୍ତକ୍ଷେପ କରୁ ବୋଲି ଅନୁରୋଧ କରାଯାଇଛି । ଏହା ସହିତ ବେଲୁଚିସ୍ତାନରେ ହେଉଥିବା ମାନବଅଧିକାର ଉଲଙ୍ଘନକୁ ରୋକିବା ପାଇଁ ମିଳିତ ଜାତିସଙ୍ଘକୁ ସାହାଯ୍ୟ କରିବା ଉଚିତ ବୋଲି ବ୍ୟାନରରେ ଲେଖାଯାଇଥିଲା ।