ଓଡିଶା

odisha

ETV Bharat / bharat

ସ୍ବତନ୍ତ୍ର ପୂଜା: ଗରମ କ୍ଷୀରରେ ବୁଡାନ୍ତି ହାତ, ଯଜ୍ଞକୁଣ୍ଡରେ ରଖନ୍ତି ମୁଣ୍ଡ - jounpur latest news

ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାର ଅଲୌକିକ ପୂଜା । ଯଦୁବଂଶୀ ପରମ୍ପରା ଅନୁସାରେ ଗରମ କ୍ଷୀରରେ ହାତ ବୁଡାଇବା ଓ ଜଳୁଥିବା ଯଜ୍ଞକୁଣ୍ଡରେ ମୁଣ୍ଡ ରଖି ପୂଜାର୍ଚ୍ଚନା କରାଯାଏ ।

unique-worship- by yadav of jounpur , uttarpradesh
ଜୌନପୁରରେ ସ୍ବତନ୍ତ୍ର ପୂଜା: ଗରମ କ୍ଷୀରରେ ହାତ ଓ ଯଜ୍ଞକୁଣ୍ଡରେ ମୁଣ୍ଡକୁ ପକାଇ ପୂଜାର୍ଚ୍ଚନା

By

Published : Jan 19, 2020, 10:43 PM IST

ଜୌନପୁର: ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାର ଅଲୌକିକ ପୂଜା । ଶ୍ରଦ୍ଧାର ଅତୁଟ ବିଶ୍ବାସ ଦେଖିବାକୁ ମିଳିଛି । ଯଦୁବଂଶୀ ପରମ୍ପରା ଅନୁସାରେ ଗରମ କ୍ଷୀରରେ ହାତ ବୁଡାଇବା ଓ ଜଳୁଥିବା ଯଜ୍ଞକୁଣ୍ଡରେ ମୁଣ୍ଡ ରଖି ପୂଜାର୍ଚ୍ଚନା କରାଯାଏ ।

ଜୌନପୁରରେ ସ୍ବତନ୍ତ୍ର ପୂଜା: ଗରମ କ୍ଷୀରରେ ହାତ ଓ ଯଜ୍ଞକୁଣ୍ଡରେ ମୁଣ୍ଡକୁ ପକାଇ ପୂଜାର୍ଚ୍ଚନା

ଉତ୍ତର ପ୍ରଦେଶ ଜୌନପୁର ଜିଲ୍ଲାର ସିରକୋନି ବ୍ଲକର ବାଦଲପୁର ଗ୍ରାମରେ ଯଦୁବଂଶୀ ମାନଙ୍କ ପରମ୍ଫରା ଅନୁସାରେ ମା ଭଗବତୀଙ୍କୁ ଅନନ୍ୟ ପରମ୍ପରାରେ ପୂଜାର୍ଚ୍ଚନା କରିବା ଦେଖିବାକୁ ମିଳିଛି । ପୂଜା ସମୟରେ ମା’ ଭଗବତୀଙ୍କୁ ଖୁସି କରିବା ପାଇଁ ପୂଜାରୀ ଗରମ କ୍ଷୀରକୁ ହାତରେ ନିଜେ ଶ୍ରଦ୍ଧାଳୁଙ୍କ ଉପରକୁ ପକାଇଥାନ୍ତି । ପୂଜା କରୁଥିବା ସମୟରେ ଦୁଇ ଜଣ ନାବାଳକକୁ ଗରମ କ୍ଷୀରରେ ହାତ ବୁଡାଇ କ୍ଷୀର ବାହାର କରିଥାନ୍ତି । ପୂଜା ସମୟରେ ଗରମ କ୍ଷୀର ବାଳକ ମାନଙ୍କୁ ବରଫ ଭଳି ଥଣ୍ଡା ଲାଗୁଥିବା କହିଛନ୍ତି ।

ପୂଜାରୀ ପପ୍ପୁ ଭାଗବତ ସୁରହଁପୁର କହିଛନ୍ତି ଯଦୁବଂଶୀ କୂଳର ପ୍ରାଚୀନ ପରମ୍ଫରା ଅନୁସାରେ ଗରମ କ୍ଷୀରରେ ହାତ ଓ ଯଜ୍ଞକୁଣ୍ଡରେ ମୁଣ୍ଡ ରଖି ମା ଭଗବତୀଙ୍କୁ ପୂଜାର୍ଚ୍ଚନା କରନ୍ତି । ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ବାରା ଗୋବର୍ଧନ ପୂଜା ସମୟରୁ ଏହି ପରମ୍ଫରା ଆରମ୍ଭ ହୋଇ ଚାଲିଆସୁଛି । ଏହି ପୂଜା ସମାଜର କଲ୍ୟାଣ ତଥା ମଙ୍ଗଳ, ସୁଖ ସମୃଦ୍ଧି ପଶୁପକ୍ଷୀ ଓ ବାୟୁ ପ୍ରଦୂଷଣର ସନ୍ତୁଳନ ରଖିବା ପାଇଁ ପୂଜାର୍ଚ୍ଚନା କରାଯାଇଥାଏ । କେଉଁ ଭଳି ଭାବରେ ଗରମ କ୍ଷୀରରେ ହାତ ବୁଡାଇବା, ସ୍ନାନ କରିବା ଓ ଯଜ୍ଞ କୁଣ୍ଡରେ ମୁଣ୍ଡକୁ ରଖିବା ପ୍ରଶ୍ନ କରାଯାଇଥିଲା । ଏହା ମା ଭଗବତୀଙ୍କ କୃପା ଏହା ଦ୍ବାରା କୌଣସି ଅନିଷ୍ଟ ମଧ୍ୟ ହୋଇପାରିବ ନାହିଁ ।

ABOUT THE AUTHOR

...view details