ଓଡିଶା

odisha

ETV Bharat / bharat

ପରମ୍ପରା ବାପଅଜା ଅମଳର, ବର୍ଷା ପାଇଁ ମାଡ ଖାଆନ୍ତି ହନୁମନ୍ତ - unique tradition

ପରମ୍ପରାର ଏକ ନୂଆ ପ୍ରଥା । ଯିଏ ସ୍ରଷ୍ଟା ସେହିଁ ହିଁ ଖାଉଛନ୍ତି ମାଡ଼ । ଆଷାଢ଼ ଯାଇ ଶ୍ରାବଣ ମାସ ହେଲାଣି କିନ୍ତୁ ବର୍ଷାର ଦେଖା ନାହିଁ । ଚଳିତ ବର୍ଷ ମରୁଡ଼ି ଆଶଙ୍କା କଲେଣି ଚାଷୀ କୂଳ । ଏପରି ଅବସ୍ଥାରୁ ତ୍ରାହି ପାଇବା ପାଇଁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଗିରିଗିରିଆ ଗ୍ରାମର ଚାଷୀମାନେ ଭଲ ବର୍ଷା ଓ ଭଲ ଚାଷ ପାଇଁ ହନୁମାନଙ୍କ ମୂର୍ତ୍ତିକୁ ପୂଜା କରିବା ପରେ ମାଡମାରି ବର୍ଷା କର ବର୍ଷା କର କହିଲେ ବର୍ଷା ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ଧାରାଶ୍ରାବଣରେ ଶୁଖିଯାଇଛି ବିଲ, ବର୍ଷା ପାଇଁ ହନୁମାନଙ୍କୁ ମାଡ଼
ଧାରାଶ୍ରାବଣରେ ଶୁଖିଯାଇଛି ବିଲ, ବର୍ଷା ପାଇଁ ହନୁମାନଙ୍କୁ ମାଡ଼

By

Published : Jul 13, 2020, 12:16 PM IST

ଖୋର୍ଦ୍ଧା: ସଂସ୍କୃତି ଓ ବୌଦ୍ଧିକ ଧର୍ମର ମୂଳପିଣ୍ଡ ଭାବେ ପରିଚିତ୍ ମହାନ ଦେଶ ଭାରତର ପରମ୍ପରା ଲୋକ ବିଶ୍ବାସ ଅଜବ, ନିଆରା ଓ ଅଦ୍ବିତୀୟ। ଦେଶ ସମୟ ସହ ତାଳ ମିଳାଇ ବିଶ୍ବର ମହାଶକ୍ତିମାନଙ୍କ ସହ ବିଜ୍ଞାନ ରାସ୍ତାରେ ବି ଚାଲୁଛି। ସ୍ବାସ୍ଥ୍ୟ ସେବା ଠୁ ଆରମ୍ଭ କରି ସଂସ୍କୃତି, ଶିକ୍ଷା, କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନ କୌଶଳ ହେଉ ଅବା ମର୍ଡର୍ଣ୍ଣ ଇଞ୍ଜିନିୟରିଂ ଟେକନୋଲୋଜି ଆପଣେଇ ଧୀରେ ଧୀରେ ଦୃଢତାର ସହ ଠିଆ ହେଉଛି।

ଦେଶବାସୀଙ୍କୁ ସସସ୍ତ ପ୍ରକାର ସୁବିଧା ଯୋଗାଇବା ହେଉ ଅବା ମାନବୀୟତାକୁ ବଜାୟ ରଖିବାକୁ ପଣ ନେଇଛନ୍ତି ସରକାର ବଳ ଯୋଗାଉଛି ସମ୍ବିଧାନ। ହେଲେ ଏହି ସମୟରେ ଅନେକ ବାର ଦେଖାଯାଏ ଦେଶର ଏଭଳି କିଛି ନିଆରା ପରମ୍ପରା ଯାହା କାହିଁ କେଉ କାଳରୁ ଚଳି ଆସୁଛି। ଯାହା କେବଳ ଦେଶବାସୀଙ୍କୁ ନୁହେଁ ବିଶ୍ବର କୋଣ ଅନୁକୋଣରୁ ଚର୍ଚ୍ଚା ସାଉଁଟି ଥାଏ। ସେ ହିମାଳୟ ପାଦଦେଶର ଅମରନାଥ ମନ୍ଦିରର ଅଜଣା କଥା ହେଉ ଅବା ସ୍ବର୍ଣ୍ଣ ତ୍ରୀଭୁଜ କୋଣାର୍କରେ ଦଣ୍ଡାୟମାନ ପୁରୀର ସୂର୍ଯ୍ୟମନ୍ଦିର। ସବୁର ସ୍ବତନ୍ତ୍ରତା ଅଲଗା ଓ ଏହାର ଲୋକ ବିଶ୍ବାସ ଓ ଲୋକମତ ମଧ୍ୟ ଭିନ୍ନ।

ଆଜି ସେଭଳି ଏକ କାହାଣୀ ଆମେ ଆପଣମାନଙ୍କୁ ଜଣାଇବୁ ଯାହା ଓଡିଶାର ଖୋର୍ଦ୍ଧାର ଜିଲ୍ଲାର। ଧରାଶ୍ରାବଣରେ ଅନବରତ ଅବ୍ରିଶାନ୍ତ ଅସରାଏ ଅସରାଏ ବର୍ଷା ଧରିତ୍ରୀ ମାତାକୁ ଜଳମଗ୍ନ କରିଦେଇଥାଏ। ହେଲେ ଧରାଶ୍ରାବଣର ଏହି ସମୟରେ ଜିଲ୍ଲାର ଗିରିଗିରିଆ ଅଞ୍ଚଳରେ ବର୍ଷ। ବିନା ଶୁଖାପଡିଥାଏ। ଏଥିରୁ ତ୍ରାହି ପାଇବା ପାଇଁ ଅଞ୍ଚଳବାସୀ ଆପଣାଇଥାନ୍ତି ଅଭିନବ ଓ ଅଜବ ପ୍ରୟାସ। କାଳେ ମହାବୀର ହନୁମନ୍ତଙ୍କ ମୂର୍ତ୍ତିକୁ ମାଡ ମାରିଲେ ଦୂର ହୁଏ ଏହ ସମସ୍ୟା। ଯେଉଁଥି ପାଇଁ ଅଞ୍ଚଳବାସୀଙ୍କୁ ହାତରୁ ମାଡ ଖାଆନ୍ତି ହନୁମନ୍ତ।

ଏଠାରେ ପରମ୍ପରାର ଏକ ନୂଆ ପ୍ରଥା ଦେଖିବାକୁ ମିଳିଛି । ଯିଏ ସ୍ରଷ୍ଟା ସେହିଁ ହିଁ ଖାଉଛନ୍ତି ମାଡ଼ । ଆଷାଢ଼ ଯାଇ ଶ୍ରାବଣ ମାସ ହେଲାଣି କିନ୍ତୁ ବର୍ଷାର ଦେଖା ନାହିଁ । ଚଳିତ ବର୍ଷ ମରୁଡ଼ି ଆଶଙ୍କା କଲେଣି ଚାଷୀ କୂଳ । ଏପରି ଅବସ୍ଥାରୁ ତ୍ରାହି ପାଇବା ପାଇଁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଗିରିଗିରିଆ ଗ୍ରାମର ଚାଷୀମାନେ ଭଲ ବର୍ଷା ଓ ଭଲ ଚାଷ ପାଇଁ ହନୁମାନଙ୍କ ମୂର୍ତ୍ତି ନିକଟରେ ପୂଜା କରିଛନ୍ତି ।

ପୂଜା ଶେଷରେ ହନୁମାନଙ୍କ ଚାରିପଟେ ସାତଥର ବୁଲି ବାରିଅଁଳା ଡାଳ ସାହାଯ୍ୟରେ ମହାବୀରଙ୍କୁ ମାଡମାରି ବର୍ଷା କର ବର୍ଷା କର କହିଲେ ବର୍ଷା ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ଏ ପରମ୍ପରା ଆଜିର ନୁହେଁ କାହିଁ କେଉଁ କାଳରୁ ଏହି ପରମ୍ପରା ଚାଲିଆସୁଛି । ଚଳିତ ବର୍ଷ କମ ପରିମାଣର ବର୍ଷା କାରଣରୁ ଗ୍ରାମବାସୀମାନେ ବାପା ଅଜା ଅମଳର ପରମ୍ପରାକୁ ଆପଣେଇଥିବା ଜଣାପଡ଼ିଛି ।

ABOUT THE AUTHOR

...view details