ଓଡିଶା

odisha

ETV Bharat / bharat

ଝାଡଖଣ୍ଡର ଶୈବ ମନ୍ଦିରରେ ବେଲପତ୍ର ପ୍ରଦର୍ଶନୀ, ଛୁଟୁଛି ଭକ୍ତଙ୍କ ସୁଅ

ଝାଡଖଣ୍ଡର ଦେବଘରରେ ଆରମ୍ଭ ହୋଇଯାଇଛି ବେଲପତ୍ର ପ୍ରଦର୍ଶନୀ । ବର୍ଷକୁ ଥରେ ଶ୍ରାବଣ ମାସରେ ଏଠାରେ ଆରମ୍ଭ ହୋଇଥାଏ ଏହି ପ୍ରଦର୍ଶନୀ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

By

Published : Jul 30, 2019, 9:20 PM IST

ରାଞ୍ଚି: ଝାଡଖଣ୍ଡର ଦେବଘରରେ ରହିଛି ବାବା ବୈଦନାଥଙ୍କ ମନ୍ଦିର । ଯେଉଁଠି ରହିଛି ଭିନ୍ନ ପରମ୍ପରା । କୁହାଯାଏ ଏହି ମନ୍ଦିରରେ ବେଲପତ୍ର ଶିବଙ୍କ ଦେହରେ ଲାଗି କଲେ ପ୍ରଭୁ ଭୋଳାନାଥ ପ୍ରସନ୍ନ ହୋଇଥାନ୍ତି । ପରେ ଏଠାରେ ଭଗବାନ ଶିବଙ୍କ ଦେହରେ ଲାଗି ହେଉଥିବା ବେଲପତ୍ର ପ୍ରଦର୍ଶନୀ ହୋଇଥାଏ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଅନେକ ବର୍ଷ ଧରି ଏଠାରେ ବେଲପତ୍ର ପ୍ରଦର୍ଶନୀ ହୋଇଆସୁଛି । ଆଉ ଏହି ଶ୍ରାବଣ ମାସରେ ବେଲପତ୍ରର ପ୍ରଦର୍ଶନୀ ଆରମ୍ଭ ହୋଇଥାଏ । ଆଷାଢ ସଂକ୍ରାନ୍ତିରେ ଏହାର ସମାପନ ହୋଇଥାଏ । ସମସ୍ତ ପଣ୍ଡା ପୂଜକ ମାନେ ବିହାର ଓ ଝାଡଖଣ୍ଡର ବିଭିନ୍ନ ଜଙ୍ଗଲରେ ବୁଲି ବୁଲି ବେଲପତ୍ର ସଂଗ୍ରହ କରିଥାନ୍ତି । ଏହାପରେ ପ୍ରଦର୍ଶନୀ ଦିନ ରୂପା ଷ୍ଟିଲ ଥାଳିରେ ସଜେଇ ବାବାଙ୍କ ମନ୍ଦିରରେ ପହଞ୍ଚିଥାନ୍ତି । ଉକ୍ତ ମନ୍ଦିରରେ କେବଳ ପଣ୍ଡା ସମାଜର ଲୋକମାନଙ୍କ ଦ୍ବାରା ହିଁ ଏହା ଆୟୋଜିତ ହୋଇଥାଏ ।

ସମସ୍ତ ପଣ୍ଡା ସଦସ୍ୟଙ୍କ ଦ୍ବାରା ବାବା ବୈଦନାଥଙ୍କ ଉପରେ ବେଲପତ୍ର ଅର୍ପଣ କରାଯାଇଥାଏ । ଏହି ପରମ୍ପରାର ଆରମ୍ଭ ସର୍ବପ୍ରଥମେ ବମବମ ବାବା ବ୍ରହ୍ମଚାରୀ ମହାରାଜ 1883 ମସିହାରେ ଜଗତର କଲ୍ୟାଣ ନିମନ୍ତେ ଆରମ୍ଭ କରିଥିଲେ । ଆଜି ମଧ୍ୟ ଏହି ପରମ୍ପରାକୁ ସେତିକି ନିଷ୍ଠା ଓ ଶ୍ରଦ୍ଧାର ସହ ପାଳନ କରାଯାଉଛି । ଆଉ ଏହାକୁ ଦେଖି ଅପାର କୃପା ଲାଭ କରିବାପାଇଁ କାହିଁ କେତେ ଦୂରରୁ ଭକ୍ତଙ୍କ ସୁଅ ଛୁଟୁଛି ।

ABOUT THE AUTHOR

...view details