ଓଡିଶା

odisha

ETV Bharat / bharat

ମଧ୍ୟପ୍ରାଚ୍ୟ ସ୍ଥିତି ଭାରତୀୟ ତୈଳ ବଜାରରେ ପ୍ରଭାବ ପଡିବ ନାହିଁ - ପ୍ରେଟ୍ରୋଲିୟମ ମନ୍ତ୍ରୀ

ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଯୁଦ୍ଧସ୍ଥିତିକୁ ନେଇ ପ୍ରେଟ୍ରୋଲିୟମ ମନ୍ତ୍ରୀଙ୍କ ଆଶ୍ବାସନା । କଣ କହିଲେ ଧର୍ମେନ୍ଦ୍ର ପ୍ରଧାନ ପଢନ୍ତୁ...

PHOTO
Dharmendra Pradhan

By

Published : Jan 5, 2020, 6:20 PM IST

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଛି। ଇରାନ ଉପରେ ଆମେରିକାର ସାମରି0କ କାର୍ଯ୍ୟାନୁଷ୍ଠାନ ଏହି ଆଶଙ୍କାକୁ ଖୋରାକ ଯୋଗାଉଛି। ଫଳରେ ଆଗାମୀ ଦିନରେ ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ପ୍ରେଟ୍ରୋଲିୟମ ଜାତ ଦ୍ରବ୍ୟର ମୂଲ୍ୟ ଉପରେ ଏହାର ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି।

ଏହି ସ୍ଥିତିକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କୌଣସି ବିଷୟକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ଭାରତ ଏବେ ବିକଳ୍ପ ସନ୍ଧାନ ଉପରେ କାମ କରୁଛି। ଏନେଇ କେନ୍ଦ୍ର ତୈଳ ମନ୍ତ୍ରୀ କହିଛନ୍ତି ଯେ, ତୈଳ ଓ ଏହାର ବିକଳ୍ପ ପାଇଁ ଏବେ ଭାରତ ସରକାର ବ୍ୟାପକ ଭାବେ ଗୁରୁତ୍ବ ଦେଉଛନ୍ତି। ସଫଳ ମଧ୍ୟ ହେଉଛନ୍ତି। ବର୍ତ୍ତମାନ ସ୍ଥିତିରେ କୁଏତ, ୟୁଏଇଓ ସାଉଦି ଆରବକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details