ଓଡିଶା

odisha

ETV Bharat / bharat

ପୋଷଣ ଅଭିଯାନରେ 'ଜନ ଭାଗିଦାରୀ'କୁ ପ୍ରୋତ୍ସାହନ ପାଇଁ ସ୍ମୃତି ଇରାନୀଙ୍କ ଆହ୍ବାନ - ପୋଷଣ ଅଭିଯାନରେ 'ଜନ ଭାଗିଦାରୀ' କୁ ପ୍ରୋତ୍ସାହନ

ତୃତୀୟ ପୋଷଣ ଅଭିଯାନରେ ଆୟୋଜିତ ୱେବିନାରରେ ମହିଳା ଓ ଶିଶୁ ବିକାଶ ଏବଂ ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ସର୍ବୋତ୍ତମ ଅଭ୍ୟାସ ଏବଂ ସଫଳତାର କାହାଣୀକୁ ଏକ ଇ-ବୁକରେ ଯୋଡିବାକୁ ଯୋଜନା କରିଛି। ବିଶେଷ କରି ଜନ ଭାଗିଦାରୀକୁ ପୋଷଣ ଅଭିଯାନରେ ପ୍ରୋତ୍ସାହିତ କରିବାକୁ ନିବେଦନ କରିଛନ୍ତି ସ୍ମୃତି ଇରାନୀ ।

ପୋଷଣ ଅଭିଯାନରେ 'ଜନ ଭାଗିଦାରୀ' କୁ ପ୍ରୋତ୍ସାହିତ କରିବାକୁ ନିବେଦନ କଲେ ସ୍ମୃତି ଇରାନୀ
ପୋଷଣ ଅଭିଯାନରେ 'ଜନ ଭାଗିଦାରୀ' କୁ ପ୍ରୋତ୍ସାହିତ କରିବାକୁ ନିବେଦନ କଲେ ସ୍ମୃତି ଇରାନୀ

By

Published : Sep 9, 2020, 11:33 AM IST

ନୂଆଦିଲ୍ଲୀ:ମହିଳା ଓ ଶିଶୁ ବିକାଶ ଏବଂ ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଅଧ୍ୟକ୍ଷତାରେ ତୃତୀୟ ପୋଷଣ ଅଭିଯାନରେ ଏକ ୱେବିନାର୍ ଆୟୋଜନ କରାଯାଇଛି । ୱେବିନାରରେ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ମନ୍ତ୍ରଣାଳୟର ଉଦ୍ୟମକୁ ପ୍ରଶଂସା କରି ପୋଷଣ ଅଭିଯାନକୁ ସଫଳ କରିବା ପାଇଁ ଜନ ଭାଗିଦାରୀଙ୍କୁ ପ୍ରୋତ୍ସାହିତ କରିବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ସର୍ବୋତ୍ତମ ଅଭ୍ୟାସ ଏବଂ ସଫଳତାର କାହାଣୀକୁ ଏକ ଇ-ବୁକ୍‌ରେ ଯୋଡିବାକୁ ଯୋଜନା କରିଛି।

ପୋଷଣ ଅଭିଯାନରେ 'ଜନ ଭାଗିଦାରୀ' କୁ ପ୍ରୋତ୍ସାହିତ କରିବାକୁ ନିବେଦନ କଲେ ସ୍ମୃତି ଇରାନୀ

ପୋଷଣ ଅଭିଯାନର ସର୍ବୋତ୍ତମ ଅଭ୍ୟାସ ଏବଂ ସଫଳତା କାହାଣୀ ଉପରେ ପ୍ରଥମ ୱେବିନିନର୍ 7 ସେପ୍ଟେମ୍ବରରେ ଆୟୋଜିତ ହୋଇଥିଲା । ପ୍ରଥମ 1000 ଦିନ ମଧ୍ୟରେ ଶିଶୁ ଏବଂ ମା ମାନଙ୍କ ପାଇଁ ପୁଷ୍ଟିକର ଆବଶ୍ୟକତା ପ୍ରସଙ୍ଗରେ ଆଜି ତୃତୀୟ ୱେବିନାର୍ ଅନୁଷ୍ଠିତ ହୋଇଥିଲା ।

ଏଥିରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଦେବଶ୍ରୀ ଚୌଧୁରୀ, ରାମ ମୋହନ ମିଶ୍ର, ସଚିବ, ମହିଳା ଏବଂ ଶିଶୁ ବିକାଶ, ଭାରତ ସରକାର, ସହଭାଗୀ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ପ୍ରତିନିଧୀ, ଆନ୍ତର୍ଜାତୀୟ ସଂଗଠନ ତଥା ବିକାଶ ସହଭାଗୀ, PRI ସଦସ୍ୟ, ICDS କାର୍ଯ୍ୟକର୍ତ୍ତା, ରାଜ୍ୟ WCD ପ୍ରତିନିଧୀ, ଡୋମେନ୍ ବିଶେଷଜ୍ଞ, ପୁଷ୍ଟିକର ବିଶେଷଜ୍ଞ, ମନ୍ତ୍ରଣାଳୟର ଅଧିକାରୀ ଏବଂ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

ସେପ୍ଟେମ୍ବର 8ରେ ପୋଷଣ ଅଭିଯାନରେ ବିଷୟବସ୍ତୁ ରହିଥିଲା COVID-19 ସମୟରେ ପୁଷ୍ଟିକର ଖାଦ୍ୟ ଉପରେ ଏକ ନୂତନ ଧ୍ୟାନର ଆବଶ୍ୟକତା, ପୁଷ୍ଟିକର ନୂତନତ୍ବ ଏବଂ କୃଷି ବିବିଧତା । ଲକ୍ଷ୍ମୀଦୀପ ଅଙ୍ଗନୱାଡି କେନ୍ଦ୍ରରେ ନ୍ୟୁଟ୍ରି-ବଗିଚା ପ୍ରତିଷ୍ଠା, ଗୁଜୁରାଟରେ ଗୁରୁତର ତୀବ୍ର ପୁଷ୍ଟିହୀନ (SAM) ପିଲାମାନଙ୍କର ଅନଲାଇନ୍ ଟ୍ରାକିଂ ଏବଂ ପୋଷଣ, ସପ୍ଲିମେଣ୍ଟାରୀ ପୁଷ୍ଟିକର ପ୍ରସ୍ତୁତି ଏବଂ ଓଡିଶାରେ ମିଲେଟସ୍ ଅନ୍ତର୍ଭୁକ୍ତ କରିବା, ଉତ୍ତରାଖଣ୍ଡରେ ସରକାରୀ କର୍ମଚାରୀଙ୍କ ଦ୍ବାରା SAM ପିଲାମାନଙ୍କୁ ଗ୍ରହଣ କରିବା, ଦାଦ୍ରା ଓ ନଗର ହାଭେଳି, ଡାମନ ଡିୟୁରେ ଥିବା SAM ପିଲାମାନଙ୍କ ପାଇଁ ପରିଚୟ ଡ୍ରାଇଭ୍ ଉପରେ ଆଲୋଚନା ହୋଇଥିଲା ।

ତେବେ ସେପ୍ଟେମ୍ବର 9 ରେ ୱେବିନାରରେ ଦୁଇ ଜଣ ବିଶିଷ୍ଟ ଡାକ୍ତରୀ ବୃତ୍ତିଗତଙ୍କ ଦ୍ବାରା ବକ୍ତୃତା ଦିଆଯିବା ପରେ ପୁଷ୍ଟିକର ଖାଦ୍ୟକୁ ନେଇ ଆଲୋଚନା ହୋଇଥିଲା । ଏଥିରେ ର୍ଭଧାରଣ ସମୟଠାରୁ ଦୁଇ ବର୍ଷ ବୟସ ପର୍ଯ୍ୟନ୍ତ ପୁଷ୍ଟିକର ଖାଦ୍ୟ ଗୁରୁତ୍ବପୂର୍ଣ୍ଣ ଅଟେ ବୋଲି କହିଥିଲେ ଡକ୍ଟର H.P.S. ଶିଶୁ ରୋଗ ଏବଂ କ୍ଲିନିକାଲ୍ ଏପିଡେମୋଲୋଜି ବିଭାଗର ପ୍ରଫେସର ସଚ୍ଚଦେବ ।

ସେହିପରି ସେଣ୍ଟ ଜନ୍ ମେଡିକାଲ୍ କଲେଜର ଫିଜିଓଲୋଜିର ପୂର୍ବତନ ମୁଖ୍ୟ ପ୍ରଫେସର ଏ.ଭି କୁରପାଦ ପରାମର୍ଶ ଦେଇଛନ୍ତି ଯେ ପୁଷ୍ଟିକର ଆବଶ୍ୟକତା ପୂରଣ କରିବା ପାଇଁ ସାଧାରଣ, ସୁଲଭ, ଘରେ ରନ୍ଧା ଖାଦ୍ୟ ଉପରେ ଧ୍ୟାନଦେବା ଉଚିତ । ସେ ଏକ ନବଜାତ ଶିଶୁର ଜୀବନର ପ୍ରଥମ 180 ଦିନ ପାଇଁ ସ୍ବତନ୍ତ୍ର ସ୍ତନ୍ୟ ପାନ ଉପରେ ଗୁରୁତ୍ବ ଦେବା ଉଚିତ ବୋଲି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details