ଓଡିଶା

odisha

ETV Bharat / bharat

ଲକ୍ ଡାଉନକୁ ମାନିବାକୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ ଅପିଲ - କୋରୋନା ଭଇରସ ନ୍ୟୁଜ

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଟୁଇଟ୍ କରି ଲୋକଙ୍କୁ ଲକ ଡାଉନ ସମୟରେ ଘରେ ରହିବାକୁ ନିବେଦନ କରିଛନ୍ତି। ନିଜକୁ ରକ୍ଷା କରିବାକୁ ଏବଂ ଅନ୍ୟମାନଙ୍କୁ କୋରୋନା ଭାଇରସରୁ ସୁରକ୍ଷା ପାଇଁ କେବଳ ସଚେତନତା,ସତର୍କ ଦ୍ବାରା ସଂକ୍ରମଣରୁ ଦୂରେଇ ରହିବା ବୋଲି କହିଛନ୍ତି ।

union-minister-prakash-javedkar-appeal-to-people-not-to-leave-during-the-lockdown
ଲକ୍ ଡାଉନ ସମୟରେ ନବାହାରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ ଅପିଲ

By

Published : Mar 24, 2020, 1:25 PM IST

ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସଙ୍କ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। କରୋନା ଭାଇରସ ପରେ ଲଗାଯାଇଥିବା ଲକ ଡାଉନ ପଡିଥିବା ବେଳେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଲୋକଙ୍କୁ ନିଜ ଘରେ ରହିବାକୁ ନିବେଦନ କରିଛନ୍ତି।

ଟ୍ବୀଟର ସୌଜନ୍ୟ:@PrakashJavdekar

ଜାଭଡେକର ଟୁଇଟ କରି କହିଛନ୍ତି, 'ଏକ ମାସ ପୂର୍ବରୁ ଇଟାଲୀରେ କେବଳ କିଛି ମାମଲା ହୋଇଥିଲା ଏବଂ ସେଠାରେ କେବଳ ଗୋଟିଏ କିମ୍ବା ଦୁଇଟି ମୃତ୍ୟୁ ଘଟିଥିଲା। କିନ୍ତୁ ଆଜି 40,000 ରୁ ଅଧିକ ମାମଲା ଏବଂ ପ୍ରାୟ 5000 ମୃତ୍ୟୁ ଘଟିଛି। ନିଜକୁ ଏବଂ ଅନ୍ୟମାନଙ୍କୁ କୋରୋନୋ ଭାଇରସରୁ ରକ୍ଷା କରନ୍ତୁ। ଘରେ ରହିବା ହିଁ ପ୍ରତିରକ୍ଷା । କୋରୋନୋ ଭାଇରସ ବିରୋଧରେ ସଜାଗ ରୁହନ୍ତୁ। ସେହିଭଳି ଫେବୃଆରୀ 29ରେ ଆମେରିକାରେ କେବଳ 69ଟି କୋରୋନୋ ଭାଇରସ ହୋଇଥିଲ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ମାତ୍ର 25 ଦିନ ମଧ୍ୟରେ ଆମେରିକାରେ ପ୍ରାୟ 40,000 ଅଧିକ ମାମଲା ଆସିଛି ଏବଂ 400ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।

ସୂଚନା ଥାଉକି କୋରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବା ଫଳରେ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 498ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ଭାରତରେ 9 ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ 2 ଜଣ ବିଦେଶୀ ସାମିଲ ଥିବା ଜଣାପଡିଛି । ଅନ୍ୟପକ୍ଷରେ ପ୍ରାୟ 35ରୁ ଅଧିକ ଲୋକ ସୁସ୍ଥ ହେଇ ଘରକୁ ଫେରିଥିବା ସୂଚନା ମିଳିଛି । ଚାଇନାରୁ ଆରମ୍ଭ ହୋଇଥିବା କୋରୋନା ଭାଇରସ ବର୍ତ୍ତମାନ ବିଶ୍ବର ଅଧିକାଂଶ ଦେଶରେ ହଇଚଇ ସୃଷ୍ଟି କରୁଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details