ଓଡିଶା

odisha

By

Published : Jun 14, 2020, 5:54 PM IST

ETV Bharat / bharat

'ଖୁବ୍‌ ଶୀଘ୍ର ଦୂର ହେବ କୋରୋନା ସଙ୍କଟ'

କୋରୋନା ଭାଇରସର ସଂକ୍ରମଣ ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି । ଏହି ସଙ୍କଟ ଖୁବ୍‌ ଶୀଘ୍ର ଦୂର ହୋଇଯିବ ବୋଲି ଲୋକଙ୍କୁ ଆଶ୍ବାସନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ
କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

ନୂଆଦିଲ୍ଲୀ: କୋରୋନା ଭାଇରସର ସଂକ୍ରମଣ ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି । ଯାହା ସରକାର ଏବଂ ସାଧାରଣ ଲୋକଙ୍କ ଚିନ୍ତା ବଢାଇଦେଇଛି । ଏହି ଭାଇରସର ସଂକ୍ରମଣ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଆପଣାଉଛନ୍ତି । ତେବେ ଏହି ସଙ୍କଟ ଖୁବ୍‌ ଶୀଘ୍ର ଦୂର ହୋଇଯିବ ବୋଲି ଲୋକଙ୍କୁ ଆଶ୍ବାସନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।

ଗୁଜୁରାଟ ଜନ ସମ୍ବାଦ ରାଲିରେ ଭିଡିଓ କନ୍‌ଫ୍ରେନ୍ସି ଜରିଆରେ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, 'କୋରୋନା ସଙ୍କଟ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ ନାହିଁ । ବିଦେଶରେ ଆମ ବୈଜ୍ଞାନିକ କୋରୋନା ଭ୍ୟାକସିନ ବିକସିତ କରିବା ପାଇଁ ଦିନରାତି କାମ କରୁଛନ୍ତି । ଆମକୁ ଖୁବ ଶୀଘ୍ର ଭ୍ୟାକସିନ ମିଳିବ ବୋଲି ମୁଁ ଆଶା କରୁଛି ।'

ସୂଚନାଯୋଗ୍ୟ ଯେ, ରବିବାର ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3ଲକ୍ଷ 20 ହଜାର 922ରେ ପହଞ୍ଚିଛି । ମୋଟ ଆକ୍ରାନ୍ତ ମଧ୍ୟରୁ 1 ଲକ୍ଷ 49 ହଜାର 348 ଜଣ ଆକ୍ରାନ୍ତ ଆକ୍ଟିଭ ଥିବାବେଳେ 1 ଲକ୍ଷ 62 ହଜାର 379 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 9195 ଜଣ ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଥିବା ଜଣାପଡିଛି ।

ସୌଜନ୍ୟ@ANI

ABOUT THE AUTHOR

...view details