ଓଡିଶା

odisha

ETV Bharat / bharat

ମାଓ ପ୍ରବଣ ଗଡଚିରୋଲିରେ 777 କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ଗଡକରୀ

ମହାରାଷ୍ଟ୍ରର ଗଡଚିରୋଲିରେ 3ଟି ପ୍ରମୁଖ ବ୍ରିଜ ସମେତ 2ଟି ସଡକର ଉନ୍ନତୀକରଣ ପ୍ରକଳ୍ପକର ଉଦଘାଟନ । ଖର୍ଚ୍ଚ ହେବ 777 କୋଟି ଟଙ୍କା । ଅଧିକ ପଢନ୍ତୁ...

By

Published : Aug 30, 2020, 9:16 PM IST

ମାଓ ପ୍ରବଣ ଗଡଚିରୋଲିରେ 777 କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ଗଡକରୀ
ମାଓ ପ୍ରବଣ ଗଡଚିରୋଲିରେ 777 କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ଗଡକରୀ

ମୁମ୍ବାଇ: ମାଓପ୍ରବଣ ଅଞ୍ଚଳ ମହାରାଷ୍ଟ୍ରର ଗଡଚିରୋଲିରେ 3ଟି ପ୍ରମୁଖ ବ୍ରିଜ ସମେତ 2ଟି ସଡକର ଉନ୍ନତୀକରଣ ପ୍ରକଳ୍ପକର ଉଦଘାଟନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ । ମାଓ ପ୍ରବଣ ଜିଲ୍ଲାରକୁ ଯୋଗାଯୋଗ ସହ ଏହି ଅଞ୍ଚଳର ସାମାଜିକ ଏବଂ ଅର୍ଥନୈତୀକ ବିକାଶକୁ ବୃଦ୍ଧି କରିବାରେ ଏହା ସହାୟକ ହେବ ବୋଲି ଗଡକରୀ କହିଛନ୍ତି ।

ଗଡକରୀ କହିଛନ୍ତି ଯେ ମହାରାଷ୍ଟ୍ର-ଛତିଶଗଡ-ତେଲେଙ୍ଗାନାରେ ଜାତୀୟ ରାଜପଥ ସଂଯୋଗ ଏହି ପ୍ରକଳ୍ପ ମାଧ୍ୟମରେ ବୃଦ୍ଧି ପାଇଛି।

ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ପ୍ରକଳ୍ପର ଉଦଘାଟନ କରିବା ସହ ସଡକ ପରିବହନ ମନ୍ତ୍ରୀ ନଦୀ ପାର୍ଶ୍ବରେ ଥିବା ଅନ୍ୟ ଚାରିଟି ପ୍ରମୁଖ ସେତୁ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ୱାଇଙ୍ଗାଙ୍ଗା, ବନ୍ଦିୟା, ପେରିକୋଟା ଏବଂ ପେରିମିଲିରେ ଏହି ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ଏହି ସବୁ ପ୍ରକଳ୍ପ ପାଇଁ ମୂଲ୍ୟ 777 କୋଟି ଟଙ୍କା ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି।

ABOUT THE AUTHOR

...view details