ନୂଆଦିଲ୍ଲୀ: ଭାରତ ‘ବିଶ୍ବ ଫାର୍ମାସୀ’ ବୋଲି କହିଛନ୍ତି ରାସାୟନିକ ପଦାର୍ଥ ଓ ସାର ମନ୍ତ୍ରୀ ସଦାନନ୍ଦ ଗୌଡା । ସୋମବାର କୋଭିଜ-19 ବିଷୟରେ ସୂଚନା ଦେଇ ଏହା କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ଏକ ସାମ୍ବାଦିକ ସମ୍ମିଳନୀରେ ଗୌଡା କହିଛନ୍ତି, ଭାରତକୁ ‘ ବିଶ୍ବର ଫାର୍ମାସୀ’ ବୋଲି କୁହାଯାଏ । ଏହି ଉକ୍ତିକୁ ସତ ପ୍ରମାଣିତ କରିବା ପାଇଁ କୋଭିଡ-19 ସ୍ଥିତିରେ ମଧ୍ୟ ଭାରତ ବିଶ୍ବକୁ ଜୀବନ ରକ୍ଷାକାରୀ ଔଷଧ ରପ୍ତାନୀ କରିଆସୁଥିଲା ’।
କୋଭିଡ-19 ସ୍ଥିତିରେ ଭାରତ ‘ବିଶ୍ବ ଫାର୍ମାସୀ’ ଭାବେ ଉଭା ହୋଇଛି: କେନ୍ଦ୍ରମନ୍ତ୍ରୀ - କେନ୍ଦ୍ରମନ୍ତ୍ରୀ
ଭାରତ ‘ବିଶ୍ବ ଫାର୍ମାସୀ’ ବୋଲି କହିଛନ୍ତି ରାସାୟନିକ ପଦାର୍ଥ ଓ ସାର ମନ୍ତ୍ରୀ ସଦାନନ୍ଦ ଗୌଡା । ସୋମବାର କୋଭିଡ-19 ବିଷୟରେ ସୂଚନା ଦେଇ ଏହା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।
ଭାରତ ‘ବିଶ୍ବ ଫାର୍ମାସୀ’
ଅନ୍ୟପକ୍ଷେ ରାଜ୍ୟ ରାସାୟନିକ ପଦାର୍ଥ ଓ ସାର ମନ୍ତ୍ରୀ ମନସୁଖ ମାନ୍ଦଭିଆ କହିଛନ୍ତି ଯେ ରାଜ୍ୟ ସହଭାଗିତାରେ 3000 କୋଟି ଟଙ୍କାରେ 3ଟି ବଲକ୍ ଡ୍ରଗ୍ ପାର୍କ ବିକଶିତ କରାଯିବ । ଏହାସହ 4ଟି ମେଡିକାଲ ଡିଭାଇସ୍ ପାର୍କ ମଧ୍ୟ ବିକଶିତ କରାଯିବ । ପ୍ରତି ପାର୍କ ପିଛା ସରକାର 100କୋଟି ଅନୁଦାନ କରିଥିବାର ମନ୍ତ୍ରୀ ପ୍ରକାଶ କରିଛନ୍ତି।