ଓଡିଶା

odisha

ETV Bharat / bharat

‘ନ୍ୟାସନାଲ ଟେଷ୍ଟ ଅଭ୍ୟାସ୍’ ଆପ ଲଞ୍ଚ କଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ - ‘ନ୍ୟାସନାଲ ଟେଷ୍ଟ ଅଭ୍ୟାସ୍’

ଏନଟିଏ ଦ୍ୱାରା ବିକଶିତ ହୋଇଥିବା ‘ନ୍ୟାସନାଲ ଟେଷ୍ଟ ଅଭ୍ୟାସ୍’ ନାମକ ଏକ ନୂଆ ମୋବାଇଲ୍ ଆପ୍ ଲଞ୍ଚ କରିଛନ୍ତି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ ।

ational test app
‘ନ୍ୟାସନାଲ ଟେଷ୍ଟ ଅଭ୍ୟାସ୍’ ଆପ ଲଞ୍ଚ କଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ

By

Published : May 21, 2020, 4:05 PM IST

ନୂଆଦିଲ୍ଲୀ: ‘ନ୍ୟାସନାଲ ଟେଷ୍ଟ ଅଭ୍ୟାସ୍’ ନାମକ ଆପ ଲଞ୍ଚ କଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ । ଏନଟିଏ ଦ୍ୱାରା ବିକଶିତ ହୋଇଥିବା ‘ନ୍ୟାସନାଲ ଟେଷ୍ଟ ଅଭ୍ୟାସ୍’ ନାମକ ଏକ ନୂଆ ମୋବାଇଲ୍ ଆପ୍ ଲଞ୍ଚ କରିଛନ୍ତି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ ।

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କରାଯିବା ଏକ ଟ୍ବିଟ ଅନୁଯାୟୀ, ଏହି ଆପ୍ ଛାତ୍ରଛାତ୍ରୀମାନଙ୍କୁ ଏନଟିଏ ପରିପ୍ରେକ୍ଷୀରେ ଜେଇଇ ମେନ, ଏନଇଇଟି ପରି ଆଗାମୀ ପରୀକ୍ଷା ପାଇଁ ମକ୍ ଟେଷ୍ଟ ନେବାକୁ ସକ୍ଷମ କରିବାରେ ସାହାଯ୍ୟ କରିବ । ଏହି ଆପ୍ କିପରି କାମ କରେ ସେନେଇ ଏକ ଭିଡିଓ ଟ୍ବିଟରରେ ରିଲିଜ କରାଯାଇଛି ।

- ଛାତ୍ରଛାତ୍ରୀମାନେ ଉଚ୍ଚମାନର ମକ୍ ଟେଷ୍ଟିଙ୍ଗ ବ୍ୟବହାର କରିପାରିବେ । ଏହି ଉପାୟରେ ସେମାନେ ଘରେ ରହି ସୁରକ୍ଷା ନିୟମ ପାଳନ କରିପାରିବେ ଏବଂ ଶିକ୍ଷାଅନୁଷ୍ଠାନ ଏନଟିଏର ଟେଷ୍ଟ-ପ୍ରାଟିସ ସେଣ୍ଟର (ଟିପିସି) ବନ୍ଦ ଥିବାରୁ ତାହାର ଅଭାବ ପୂରଣ କରିପାରିବେ ।

-ଏପରିକି ଛାତ୍ରଛାତ୍ରୀମାନେ ଏହି ଆପ ଦ୍ବାରା ପରୀକ୍ଷା ମଧ୍ୟ ଦେଇପାରିବେ । ଯାହା ସେମାନଙ୍କୁ ଆଗକୁ ଆସୁଥିବା ଜେଇଇ, ଏନଇଇଟି ଏବଂ ଅନ୍ୟାନ୍ୟ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ ହେବାରେ ସାହାଯ୍ୟ କରିବ ।

-ଏହି ପରୀକ୍ଷା ଆପରେ ଅନଲାଇନ ଦ୍ବାରା ହେବ । ଯାହାକୁ ସହଜରେ ଡାଉନଲୋଡ୍ କରିପାରିବ ଏବଂ ତାପରେ ଛାତ୍ରଛାତ୍ରୀମାନେ ଏହି ପରୀକ୍ଷାଗୁଡ଼ିକୁ ଅଫଲାଇନରେ ମଧ୍ୟ ଦେଇପାରିବେ ।

- ଏହି ଆପ୍ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଏବଂ ଟାବଲେଟରେ କାମ କରେ । ଯାହାକୁ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିହେବ । ଏହି ଆପ୍ ଖୁବଶୀଘ୍ର iOSରେ ଉପଲବ୍ଧ ହେବ ।

କିପରି ଏହି ଟେଷ୍ଟ ସମ୍ପୂର୍ଣ୍ଣ ପ୍ରକ୍ରିୟା କାର୍ଯ୍ୟ କରେ?

ଏନଟିଏ ପ୍ରତିଦିନ ଗୋଟିଏ ମକ୍ ଟେଷ୍ଟ ଅପଲୋଡ୍ କରିବ । ଛାତ୍ରଛାତ୍ରୀମାନେ ଏହାକୁ ଡାଉନଲୋଡ କରି ଅଫଲାଇନରେ ଏହି ଟେଷ୍ଟ ଦେଇପାରିବେ । ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଦେଇସାରିବା ପରେ ସେମାନେ ରିପୋର୍ଟକୁ ଅପଲୋଡ ନଚେତ ସବମିଟ କରିପାରିବେ ଏବଂ ସେମାନଙ୍କର ପରୀକ୍ଷା ରିପୋର୍ଟ ପାଇପାରିବେ । ଏନଟିଏ ମକ୍ ଟେଷ୍ଟ୍ ଆପ୍ ପରୀକ୍ଷା ରିପୋର୍ଟ ଛାତ୍ରଛାତ୍ରୀଙ୍କ ଫର୍ମମାନ୍ସ ଅନୁଯାୟୀ ଆସିବ ।

ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ବିନ ଇଣ୍ଟରନେଟ୍ ସଂଯୋଗ ମାଧ୍ୟମରେ ହେବ । ଏଥିସହ ଏହା ଇଣ୍ଟରନେଟ୍ ଭଲ ଚାଲୁନଥିବା ଅଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଲାଭ ଦାୟକ ପ୍ରମାଣ ହେବ ଏବଂ ଅନଲାଉନ ପରୀକ୍ଷା ପ୍ରସ୍ତୁତିରେ ବାଧା ଦୂର କରିବ | ଏନଟିଏ ପ୍ରଥମ ସାତ ଦିନ ପାଇଁ ସକାଳ 10 ଟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଲାଇଭ୍ ସପୋର୍ଟ ମଧ୍ୟ ପ୍ରତିଷ୍ଠା କରିଛି ମାନବ ସମ୍ବଳ ମନ୍ତ୍ରୀ କହିଛନ୍ତି।

କାର୍ଯ୍ୟକ୍ରମ ବିଷୟରେ ମାନବ ସମ୍ବଳ ମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି , ଏହି ଆପ ଲଞ୍ଚ କରିବା ବିଷେଷତ୍ବ ହେଉଛି କୌଣସି ଛାତ୍ରଛାତ୍ରୀ ଯେପରି ଏହି ପରୀକ୍ଷା ଦେବାରୁ ବଞ୍ଚିତ ନହୁଏନ୍ତି । ସାଧାରଣତଃ ଏହା ସେହି ଛାତ୍ରଛାତ୍ରୀଙ୍କ ପାଇଁ ଅଟେ ଯେଉଁମାନେ ଲକଡାଉନ କାରଣରୁ ଏନଟିଏର ଟେଷ୍ଟ ପ୍ରାଟିସ ପାଇଁ ବହୁ କ୍ଷତି ସହିଛନ୍ତି । ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ଯୋଗାଇବା ପାଇଁ ଭାରତ ଆଗେଇ ଆସିଛି ।

ABOUT THE AUTHOR

...view details