ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହୋଇଛି ବହୁ ଚର୍ଚ୍ଚିତ ନାଗରିକ ସଂଶୋଧନ ବିଲ(ସିଏବି)। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକସଭାରେ ବିଲକୁ ଆଗତ କରିଛନ୍ତି। ବିଲ ଲୋକସଭାକୁ ଆସିବା ପରେ ଜାରି ରହିଛି ଜୋରଦାର ବିତର୍କ। ସରକାର ବିରୋଧୀ ବିଲକୁ ନେଇ ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ଗୃହରେ ଜାରି ରହିଛି ସରଗରମ ଆଲୋଚନା।
ଗୃହମନ୍ତ୍ରୀ ବୁଝାଇଲେ ଶରଣାର୍ଥୀ ଓ ଅନୁପ୍ରବେଶକାରୀଙ୍କ ମଧ୍ୟରେ ପାର୍ଥକ୍ୟ - Union Home Minister Amit Shah
ଲୋକସଭାରେ ଆଗତ ହୋଇଛି ନାଗରିକ ସଂଶୋଧନ ବିଲ। ବିରୋଧୀଙ୍କ ଅଭିଯୋଗର ଜବାବ ଦେବାକୁ ଯାଇ ସ୍ବରାଷ୍ଟ୍ର ମନ୍ତ୍ରୀ କରିଛନ୍ତି କଡା ପ୍ରହାର। ବୁଝାଇଛନ୍ତି ଶରଣାର୍ଥୀ ଓ ଅନୁପ୍ରବେଶକାରୀଙ୍କ ପାର୍ଥକ୍ୟ । କଣ ରହିଛି ପାର୍ଥକ୍ୟ ପଢନ୍ତୁ...
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା
ବିରୋଧୀଙ୍କ ସମସ୍ତ ଅଭିଯୋଗର ଗୋଟି ଗୋଟି କରି ଜବାବ ଦେଉଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଶରଣାର୍ଥୀ ଓ ଅନୁପ୍ରବେଶକାରୀଙ୍କ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବାକୁ ଯାଇ ଅମିତ ଶାହା କହିଛନ୍ତି ଯେଉଁମାନେ ଉତ୍ପୀଡିନର ଶୀକାର ହୋଇ ନିଜର ଧର୍ମ, ପରିବାର ଓ ମହିଳାଙ୍କ ସମ୍ମାନକୁ ବଞ୍ଚାଇବାକୁ ଯାଇ ଭାରତକୁ ଆସୁଛନ୍ତି ସେମାନେ ଶରଣାର୍ଥୀ। ଆଉ ଯେଉଁ ମାନେ ଅବୈଧ ବେଆଇନ ଭାବେ ଦେଶକୁ ଆସି ରହୁଛନ୍ତି ସେମାନେ ଅନୁପ୍ରବେଶକାରୀ।