କୋଲକାତା: ପଶ୍ଚିମବଙ୍ଗରେ କ୍ଷମତାସୀନ ତୃଣମୂଳ କଂଗ୍ରେସର ଗଡ କୁହାଯାଉଥିବା ବୀରଭୂମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାଙ୍କ ଭବ୍ୟ ମେଗା ରୋଡ ଶୋ ଅନୁଷ୍ଠିତ ହୋଇଛି । 2 କିଲୋମିଟରର ଏହି ରୋଡ ଶୋ'ରେ ଦେଖିବାକୁ ମିଳିଛି ଜନସମୁଦ୍ର । ପାଖାପାଖି ଲକ୍ଷେରୁ ଅଧିକ ଜନସାଧାରଣ ଓ ଦଳୀୟ କର୍ମୀ ଏହି ରୋଡ ଶୋ'ରେ ସାମିଲ ହୋଇଥିବା ନେଇ ଅନୁମାନ କରାଯାଉଛି ।
ପଶ୍ଚିମବଙ୍ଗର TMC ଗଡ ବୀରଭୂମରେ ଶାହଙ୍କ ମେଗା ରୋଡ ଶୋ ଅମିତ ଶାହଙ୍କ ରୋଡ ଶୋ'ରେ ସାମିଲ ଭିଡ ଜୟ ଶ୍ରୀରାମର ନାରା ଦେଉଥିବା ଶୁଣିବାକୁ ମିଳିଛି । ଶାହଙ୍କ ସହ ଏଥିରେ ବିଜେପିର ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗୀୟ, ଦଳର ରାଜ୍ୟସଭାପତି ଦିଲ୍ଲୀପ ଘୋଷ ଓ ଅନ୍ୟ ନେତା ମଧ୍ୟ ସାମିଲ ରହିଛନ୍ତି ।
ପଶ୍ଚିମବଙ୍ଗର TMC ଗଡ ବୀରଭୂମରେ ଶାହଙ୍କ ମେଗା ରୋଡ ଶୋ ଗୃହମନ୍ତ୍ରୀ ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତର ଆଜି ଦ୍ବିତୀୟ ଦିନ । ରବିବାର ସେ ବୀରଭୂମରେ ଉପସ୍ଥିତ ଅଛନ୍ତି । ଏହା ପୂର୍ବରୁ ଅମିତ ଶାହ ଶାନ୍ତିନିକେତନ ସ୍ଥିତ ବିଶ୍ବଭାରତୀ ୟୁନିଭର୍ସିଟିରେ ପହଞ୍ଚିଥିଲେ । ଏଠାରେ ସେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଏହାପରେ ଶାହ ବାଉଲ ଗାୟକଙ୍କ ଘରେ ପହଞ୍ଚି ଦ୍ବିପହର ଭୋଜନ ମଧ୍ୟ କରିଥିଲେ ।
ବୀରଭୂମିରେ ଜାରି ରୋଡ ଶୋ ମଧ୍ୟରେ ଅମିତ ଶାହ ଟ୍ବିଟ କରି କହିଛନ୍ତି, ପଶ୍ଚିମବଙ୍ଗରେ ପରିବର୍ତ୍ତନର ମାହୋଲ ରହିଛି । ସେ ରୋଡ ଶୋ' ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ରୋଡ ଶୋ'ରେ ଲୋକଙ୍କ ଭିଡ ପରିବର୍ତ୍ତନର ମାହୋଲକୁ ଦର୍ଶାଉଥିବା ଲେଖିଛନ୍ତି ଶାହ । ବୋଲପୁର ଦେଇ ଡାକବଙ୍ଗଳା ପର୍ଯ୍ୟନ୍ତ ଏହି ରୋଡ ଶୋ ଜାରି ରହିବ ।