ଓଡିଶା

odisha

By

Published : Jun 11, 2019, 5:47 PM IST

ETV Bharat / bharat

ଆସୁଛି ବାତ୍ୟା 'ବାୟୁ', ଗୃହମନ୍ତ୍ରୀ ଡାକିଲେ ବୈଠକ

ସାମୁଦ୍ରିକ ଝଡ 'ବାୟୁ' ଦ୍ୱାରା ଉତ୍ପନ୍ନ ହେବାକୁ ଥିବା ସ୍ଥିତିର ମୁକାବିଲା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ସମ୍ବନ୍ଧିତ ରାଜ୍ୟ, କେନ୍ଦ୍ର ମନ୍ତ୍ରାଳୟ ଏବଂ ବିଭିନ୍ନ ସଂସ୍ଥା ଗୁଡିକ ସହିତ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ANI

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ 'ବାୟୁ'ର ସାମ୍ନା କରିବାକୁ ଆଗୁଆ ପ୍ରସ୍ତୁତି କରୁଛନ୍ତି ସରକାର । ବାୟୁ ଦ୍ୱାରା ଉତ୍ପନ୍ନ ହେବାକୁ ଥିବା ସ୍ଥିତିର ମୁକାବିଲା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ସମ୍ବନ୍ଧିତ ରାଜ୍ୟ, କେନ୍ଦ୍ର ମନ୍ତ୍ରାଳୟ ଏବଂ ବିଭିନ୍ନ ସଂସ୍ଥା ଗୁଡିକ ସହିତ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି । ବରିଷ୍ଠ ଅଧିକାରୀଙ୍କୁ ମୁକାବିଲାର ସାମ୍ଭାବ୍ୟ ଉପାୟ ଖୋଜିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶାହା ।

ସେପଟେ ଭାରତୀୟ ତଟରକ୍ଷା ବାହିନୀ, ନୌସେନା, ସ୍ଥଳସେନା ଏବଂ ବାୟୁସେନାଙ୍କୁ ସମୀକ୍ଷା ପାଇଁ ନିୟୋଜିତ କରାଯାଇଛି ।

ସୂଚନା ଯୋଗ୍ୟ ଯେ, ସାମୁଦ୍ରିକ ଝଡ 'ବାୟୁ' ଗୁଜୁରାଟ ମୁହାଁ ହୋଇଛି । 12 ରୁ 13 ଜୁନ ମଧ୍ୟରେ ଏହା ଗୁଜୁରାଟ ଉପକୂଳର ପୋର ବନ୍ଦର ଓ ମହୁବା ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି 80ରୁ 90 କିମି ରହିବ ବୋଲି ଜଣା ପଡିଛି ।

ABOUT THE AUTHOR

...view details