ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ଶନିବାର ଶେଷ ରାଲି କରିବେ ଗୃହମନ୍ତ୍ରୀ ଶାହ - Union Home Minister amit shah address rallies in Navapur
ଆସନ୍ତା ସୋମବାର ହେବାକୁ ଯାଉଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ଶନିବାର ସରୁଛି ନିର୍ବାଚନ ପ୍ରଚାର। ଏହିକ୍ରମରେ ଆଜି ମହାରାଷ୍ଟ୍ରର ନବପୁର, ଅକୋଲା, କରଜାତ-ଜାମଖେଦରେ ଆୟୋଜିତ ହେଉଥିବା ରାଲିରେ ଯୋଗଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ଫାଇଲ ଫଟୋ
ମୁମ୍ବାଇ: ଅକ୍ଟୋବର 21 ତାରିଖ ସୋମବାର ହେବାକୁ ଯାଉଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ଜୋରସୋରରେ ଚାଲିଥିବା ନିର୍ବାଚନୀ ପ୍ରଚାରରେ ଏବେ ଉଠୁଛିପଡୁଛି ରାଜ୍ୟ। ତେବେ ଶନିବାର ସରିବାକୁ ଯାଉଛି ନିର୍ବାଚନ ପ୍ରଚାର। ଏହିକ୍ରମରେ ଆଜି ମହାରାଷ୍ଟ୍ରର ନବପୁର, ଅକୋଲା, କରଜାତ-ଜାମଖେଦରେ ଆୟୋଜିତ ହେଉଥିବା ନିର୍ବାଚନୀ ରାଲିରେ ଯୋଗଦେବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
TAGGED:
maharastra assembly election