ଓଡିଶା

odisha

ETV Bharat / bharat

କୋରୋନାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରଣାଳୟର ନୂତନ ପ୍ରୋଟୋକଲ; ନିୟମିତ ବ୍ୟାୟାମ ସହ ପିଅନ୍ତୁ ହଳଦୀ କ୍ଷୀର - chyawanprash yogasana pranayama and walks

ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏକ ନୂତନ ପ୍ରୋଟୋକଲ ଜାରି ହୋଇଛି । ପ୍ରତ୍ୟେକ ଦିନ ହାଲୁକା ବ୍ୟାୟାମ ସହ ଖାଦ୍ୟପେୟ ନେଇ ଅଧିକ ଯତ୍ନବାନ ହେବାକୁ ପ୍ରୋଟୋକଲରେ ଦର୍ଶାଯାଇଛି । ଅଧିକ ପଢନ୍ତୁ...

କୋରୋନାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରଣାଳୟର ନୂତନ ପ୍ରୋଟୋକଲ
କୋରୋନାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରଣାଳୟର ନୂତନ ପ୍ରୋଟୋକଲ

By

Published : Sep 13, 2020, 1:13 PM IST

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ମାମଲା ସଂଖ୍ୟା ବଢିବାରେ ଲାଗିଛି । କୋରୋନା ପରବର୍ତ୍ତୀ ସ୍ବାସ୍ଥ୍ୟଗତ ପରିଚାଳନା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂତନ ପ୍ରୋଟୋକଲ ଜାରି ହୋଇଛି । ଏହି ପ୍ରୋଟୋକଲରେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ନିୟମିତ ବ୍ୟାୟାମ, ପ୍ରାଣାୟମ ଓ ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ କରିବାକୁ ପରାମର୍ଶ ଦେଇଛନ୍ତି ।

ସ୍ବାସ୍ଥ୍ୟମନ୍ତ୍ରଣାଳୟର ଏହି ପ୍ରୋଟୋକଲ ଅନୁସାରେ,

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରୋଗୀଙ୍କୁ ପର୍ଯ୍ୟାପ୍ତ ପରିମାଣର ଗରମ ପାଣି ପିଇବାକୁ ପରାମର୍ଶ ଦେଇଛନ୍ତି। ଏହା ସହିତ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଉଲ୍ଲେଖ କରାଯାଇଥିବା ରୋଗ ପ୍ରତିରୋଧକ ଶକ୍ତି ଔଷଧ ସେବନ କରିବାକୁ କୁହାଯାଇଛି।

  • ପ୍ରତ୍ୟେକ ଦିନ ହାଲୁକା ବ୍ୟାୟାମ କରନ୍ତୁ
  • ସବୁବେଳେ ସକାଳ ଓ ସନ୍ଧ୍ୟାରେ ଚଳାବୁଲା କରନ୍ତୁ
  • ପର୍ଯ୍ୟାପ୍ତ ସମୟ ନିଦ୍ରା ସହ ବିଶ୍ରାମ ନିଅନ୍ତୁ ।
  • ପ୍ରତିଦିନ ଶରୀରର ତାପମାତ୍ର, ରକ୍ତଚାପ ଓ ଡାଇବେଡିସ ମନିଟରିଂ କରନ୍ତୁ..
  • ହଳଦୀ କିମ୍ବା ଲୁଣ ପାଣିରେ କୁଳି କରିପାରିବେ
  • ପ୍ରତିଦିନ କ୍ଷୀରରେ ହଳଦୀ ମିଶାଇ ପିଅନ୍ତୁ
  • ଧୂମପାନ ଓ ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ

ଡାକ୍ତରଙ୍କ ପରାମର୍ଶ ଅନୁସାରେ ଦିନକୁ ଥରେ ଚବନପ୍ରାଶ ଖାଇ ପାରିବେ । ଏଥିସହ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟୀ ରଖିବାକୁ ମଧ୍ୟ କୁହାଯାଇଛି ।

ABOUT THE AUTHOR

...view details