ଓଡିଶା

odisha

ETV Bharat / bharat

ଦିଲ୍ଲୀ ଏମସ ଟ୍ରମା ସେଣ୍ଟର ପରିଦର୍ଶନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ - AIIMS

ଦିଲ୍ଲୀ ସ୍ଥିତ ଏମସ ଟ୍ରମା ସେଣ୍ଟରର ପରିଦର୍ଶନ କରି ମେଡିକାଲର ସ୍ଥିତି ପରକ୍ଷିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ । ଯାହା ବର୍ତ୍ତମାନ କୋଭିଡ-19 ହସ୍ପିଟାଲ ଭାବେ ପରିଣତ କରାଯାଇଛି । ଅଧିକ ପଢନ୍ତୁ....

Union Health Minister visits AIIMS Trauma Centre
ଦିଲ୍ଲୀ ସ୍ଥିତ ଏଏମସ ଟ୍ରାଉମା ସେଣ୍ଟର ପରିଦର୍ଶନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

By

Published : Apr 26, 2020, 4:08 PM IST

ନୂଆଦିଲ୍ଲୀ: ରାଜ୍ୟରେ ବୃଦ୍ଧି ପାଉଛି କୋଭିଡ-19 ସଂକ୍ରମିତଙ୍କ ସଂଖ୍ୟା । ପୂର୍ବରୁ ଏହି ସଂଖ୍ୟ ବହୁତ କମ ଥିବାବେଳେ, ନିଜାମୁଦ୍ଦିନରେ ଅନୁଷ୍ଠିତ ହୋଇଥିବା ତବଲିଗ ଜମାତ ସମ୍ମିଳନୀ ପରଠାରୁ ଅହେତୁକ ଭାବେ ବୃଦ୍ଧି ପାଇଁଛି ଆକ୍ରାନ୍ତଙ୍କ ସଂଖ୍ୟା । ଯାହା ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

ଏହି ସଂକ୍ରମଣକୁ ରୋକିବାକୁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ହେଲେ ପ୍ରତ୍ୟେକ ଦିନ ଏହି ସଂଖ୍ୟା କମିବା ପରିବର୍ତ୍ତେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସହରରେ ଆଇସୋଲେସନ ଓ୍ବାର୍ଡକୁ ବୃଦ୍ଧି କରାଯାଉଛି । ଏହି ପ୍ରରିପେକ୍ଷିରେ ଦିଲ୍ଲୀ ସ୍ଥିତ ଏମସ ଟ୍ରମା ସେଣ୍ଟରର ପରିଦର୍ଶନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ । ଯାହା ବର୍ତ୍ତମାନ କୋଭିଡ-19 ହସ୍ପିଟାଲ ଭାବେ ପରିଣତ କରାଯାଇଛି ।

ମେଡିକାଲର ପରିଦର୍ଶନ କରିବା ସହ, ଆକ୍ରାନ୍ତଙ୍କ ଚିକିତ୍ସା ଓ ସମସ୍ତ ବ୍ୟବସ୍ଥାକୁ ନିରିକ୍ଷଣ କରିଛନ୍ତି । ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା 2 ହଜାର 625 ଆକ୍ରାନ୍ତ ସଂଖ୍ୟା ରହିଥିବାବେଳେ, ସେଥମଧ୍ୟରୁ 54ଙ୍କର ମୃତ୍ୟୁ ହୋଇଛି । 1702 ଜଣ ସକ୍ରିୟ ଥିବାବେଳେ, 869 ଜଣ ସୁସ୍ଥ ହୋଇଛନ୍ତି ।

ABOUT THE AUTHOR

...view details