ଓଡିଶା

odisha

ETV Bharat / bharat

’କୋଭାକ୍ସିନ’ ପରୀକ୍ଷଣକୁ ନେଇ ଏଭଳି କହିଲେ ସ୍ବାସ୍ଥ୍ୟମନ୍ତ୍ରୀ - ସ୍ବାସ୍ଥ୍ୟମନ୍ତ୍ରୀ

ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋରୋନା ଟିକା ’କୋଭାକ୍ସିନ’କୁ 350 ସ୍ବେଚ୍ଛାସେବୀଙ୍କ ଠାରେ ପରୀକ୍ଷଣ କରାଯାଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ।

ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ
ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ

By

Published : Jul 18, 2020, 9:20 PM IST

ନୂଆଦିଲ୍ଲୀ: ଦେଶବ୍ୟାପୀ 375 ସ୍ବେଚ୍ଛାସେବୀଙ୍କ ଠାରେ କୋରୋନା ଟୀକାର କ୍ଲିନିକାଲ ଟ୍ରାଏଲ କରିଛି ଭାରତ ବାୟୋଟେକ । ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋରୋନା ଟିକା ’କୋଭାକ୍ସିନ’କୁ ଏମାନଙ୍କ ଠାରେ ପରୀକ୍ଷଣ କରାଯାଇଛି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । ଆମେ ଖୁବ ଶୀଘ୍ର ଏହି ମହାମାରୀକୁ ହରେଇବା ବୋଲି ସେ କହିଛନ୍ତି ।

ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ

ଏନେଇ ହର୍ଷବର୍ଦ୍ଧନ ଟ୍ବିଟ କରି କହିଛନ୍ତି, ସ୍ବଦେଶୀ କୋରୋନା ଟୀକାର କ୍ଲିନିକାଲ ଟ୍ରାଏଲ ହୋଇଛି । କୋରୋନା ବିରୋଧରେ ଲଢେଇ ଏବେ ନିର୍ଣ୍ଣାୟକ ପରିସ୍ଥିତିରେ ରହିଛି । ଗତ କିଛି ମାସରୁ କୋରୋନା ଟୀକା ବିକାଶ ପାଇଁ ପ୍ରୟାସ ଜାରି ରହିଥିଲା । ଯାହାକୁ ନେଇ ସକାରାତ୍ମକ ସଙ୍କେତ ମିଳିଛି ।

ସୂଚନାଯୋଗ୍ୟ ଯେ, ଡ୍ରଗ୍ସ କଣ୍ଟ୍ରୋଲର ଅଫ ଜେନେରାଲ ଅଫ ଇଣ୍ଡିଆ(ଡିଜିସିଆଇ) ଦେଶର ପ୍ରସ୍ତୁତ 2ଟି କୋରୋନା ଟିକାକୁ ହ୍ୟୁମାନ ଟ୍ରାଏଲ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଯେଉଁଥିରେ ଗୋଟିଏ ଭାରତ ବାୟୋଟେକ ଓ ଆଇସିଏମଆର ଦ୍ବାରା ବିକଶିତ ହୋଇଥିବା ’କୋଭାକ୍ସିନ’। ଅନ୍ୟଟି ଜିଡୁସ କାଡିଲା ହେଲଥ କେୟାର ଲିମିଟେଡ୍ ଦ୍ୱାରା ବିକଶିତ ଟିକାକୁ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ କରିବାକୁ ଅନୁମତି ଦେଇଛି ।

ତେବେ ଦେଶର ପ୍ରଥମ ସ୍ବଦେଶୀ କୋଭିଡ-19 ଟିକା କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଜୁଲଇ 15 , 2020ରେ ଆରମ୍ଭ ହୋଇଥିଲା । 375 ସ୍ବେଚ୍ଛାସେବୀଙ୍କ ଠାରେ ରାଣ୍ଡୋମାଇଜ, ଡବଲ-ବ୍ଲାଇଣ୍ଡ, ପ୍ଲେସେବୋ-କଣ୍ଡ୍ରୋଲ କ୍ଲିନିକାଲ ଟ୍ରାଏଲ କରାଯାଇଛି ।

ABOUT THE AUTHOR

...view details