ଓଡିଶା

odisha

ETV Bharat / bharat

ଆହତଙ୍କୁ ଭେଟିଲେ ହର୍ଷବର୍ଦ୍ଧନ

ସିଏଏ ଆନ୍ଦୋଳନକାରୀଙ୍କ ଉଗ୍ରତା ଆଜି କମିଛି ସତ । କିନ୍ତୁ ଦୁଇ ଦିନ ଧରି ଚଳାଇଥିବା ବ୍ୟାପକ ହିଂସାକାଣ୍ଡରେ ମୃତକଙ୍କ ସଂଖ୍ୟା ବଢୁଥିବାବେଳେ 150ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି । ମେଡ଼ିକାଲ ଗସ୍ତ କରି ଆହତଙ୍କ ସ୍ବାସ୍ଥାବସ୍ଥା ପଚାରି ବୁଝିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଆଗକୁ ପଢନ୍ତୁ..

By

Published : Feb 26, 2020, 10:47 AM IST

union-health-minister
union-health-minister

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ଆନ୍ଦୋଳନକାରୀଙ୍କ ହିଂସାରେ ଆହତ ବ୍ୟକ୍ତିଙ୍କୁ ଭେଟିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ । ଜେଟିବି ହସ୍ପିଟାଲରେ ପହଁଚିବା ସହ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀ ବିଜେପି ସଭାପତି ତଥା ଉତ୍ତର-ପୂର୍ବ ଦିଲ୍ଲୀ ସାଂସଦ ମନୋଜ ତିୱାରୀ ମଧ୍ୟ ଉପସ୍ଥିତ ରହିଥଲେ ।

ଆହତଙ୍କୁ ଭେଟିଲେ ହର୍ଷବର୍ଦ୍ଧନ

ମେଡିକାଲରେ 150 ଜଣ ଆହତ ବ୍ୟକ୍ତି ଚିକିତ୍ସିତ ହେଉଥିବାବେଳେ ବିଳମ୍ବିତ ରାତିରେ ହସ୍ପିଟାଲରେ ପହଁଚିଥିଲେ ହର୍ଷବର୍ଦ୍ଧନ । ସେହିପରି ଗୁଳିମାଡ଼ରେ ପାଖାପାଖି 12 ଜଣ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି । ସମସ୍ତ ଆହତଙ୍କୁ କେନ୍ଦ୍ରମନ୍ତ୍ରୀ ଭେଟିବା ପରେ ଜେଟିବି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details