ଓଡିଶା

odisha

ETV Bharat / bharat

‘ଡ୍ରଗ ଡିସକଭରୀ ହ୍ୟାକାଥନ’ ଲଞ୍ଚ କଲେ ସ୍ବାସ୍ଥ୍ୟମନ୍ତ୍ରୀ - କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କ ସହ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ.ରମେଶ ପୋଖ୍ରିଆଲ ନିଶଙ୍କ ଗୁରୁବାର ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ଡ୍ରଗ ଡିସକଭରୀ ହ୍ୟାକାଥନ’ଲଞ୍ଚ କରିଛନ୍ତି ।

_drug discovery hackthone
‘ଡ୍ରଗ ଡିସକଭରୀ ହ୍ୟାକାଥନ’ ଲଞ୍ଚ କଲେ ସ୍ବାସ୍ଥ୍ୟମନ୍ତ୍ରୀ

By

Published : Jul 2, 2020, 6:36 PM IST

ନୂଆଦିଲ୍ଲୀ: ଡ୍ରଗ ଡିସକଭରୀ ହ୍ୟାକାଥନ ଲଞ୍ଚ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କ ସହ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖ୍ରିଆଲ ନିଶଙ୍କ ଗୁରୁବାର ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ଡ୍ରଗ ଡିସକଭରୀ ହ୍ୟାକାଥନ’ଲଞ୍ଚ କରିଛନ୍ତି ।

ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ମୁଁ ମୋର କ୍ୟାବିନେଟ୍ ସହକର୍ମୀ ଏଚଆରଡି ମନ୍ତ୍ରୀ ଡ. ରମେଶ ପୋଖ୍ରିଆଲ୍ ନିଶଙ୍କ ସହ ଭିଡିଓ କନଫରେନ୍ସି ମାଧ୍ୟମରେ ଡ୍ରଗ ଡିସକଭରୀ ହ୍ୟାକାଥନ 2020 ଉଦଘାଟନ କରିଛି । ଏହି ସମାରୋହରେ ରାଜ୍ୟ ମନ୍ତ୍ରଣାଳୟ , ଏଚଆରଡି ସଞ୍ଜୟ ଧୋତ୍ରୋ ଜି ମଧ୍ୟ ଉପସ୍ଥିତ ଥିଲେ ।

ଏଥିସହ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭିଜୁଆଲ୍ ହୋଇଛି, # ଡ୍ରଗ୍ ଡିସକଭରି ହ୍ୟାକାଥନ୍ 2020 । ଏହା କୋରୋନା ଔଷଧ ଚିହ୍ନଟ କରିବାର ଏକ ନିଆରା ଉପାୟ।କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା 604641 ଆକ୍ରାନ୍ତ ଥିବାବେଳେ 17834 ଆକ୍ରାନ୍ତ ଏବେସୁଦ୍ଧା ପ୍ରାଣ ହରାଇଲେଣି ।

ABOUT THE AUTHOR

...view details