ଓଡିଶା

odisha

ETV Bharat / bharat

ଆଜି କ୍ୟାବିନେଟ ବୈଠକ, କୋରୋନା ପ୍ରସ୍ତୁତି ଉପରେ ହେବ ଚର୍ଚ୍ଚା

ଦେଶରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସରକାର ମଧ୍ୟ ଏହାକୁ ରୋକିବାକୁ ଜୋରସୋରରେ ପ୍ରସ୍ତୁତି କରୁଛନ୍ତି । ତେବେ ଏହି ପ୍ରସ୍ତୁତି ନେଇ ଆଜି ଦିଲ୍ଲୀ ନିର୍ମାଣ ଭବନରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବା ନେଇ ଜଣାପଡିଛି । ସମ୍ପୂର୍ଣ୍ଣ ଖବର ପଢନ୍ତୁ...

By

Published : Apr 17, 2020, 9:35 AM IST

ଆଜି କ୍ୟାବିନେଟ ବୈଠକ, କୋରୋନା ପ୍ରସ୍ତୁତି ନେଇ ହେବ ଚର୍ଚ୍ଚା
ଆଜି କ୍ୟାବିନେଟ ବୈଠକ, କୋରୋନା ପ୍ରସ୍ତୁତି ନେଇ ହେବ ଚର୍ଚ୍ଚା

ନୂଆଦିଲ୍ଲୀ: ମହାମାରୀ କୋରୋନାକୁ ନେଇ ଆଜି ଦିଲ୍ଲୀରେ କ୍ୟାବିନେଟ ବୈଠକ । କୋରୋନା ମୁକାବିଲା ନେଇ ଦେଶରେ କିପରି ରହିଛି ପ୍ରସ୍ତୁତି ଏନେଇ ଦିଲ୍ଲୀ ନିର୍ମାଣ ଭବନରେ ହୋଇପାରେ ଆଲୋଚନା ।

ସୂଚନାନୁଯାୟୀ, ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଙ୍କ ବାସଭବନରେ ମନ୍ତ୍ରୀ ସୂହର ଏକ ବୈଠକ ହୋଇଥିଲା । ଏହାସହ ବୁଧବାର କ୍ୟାବିନେଟ ବୈଠକରେ କୋରୋନା ବିରୁଦ୍ଧରେ ଚାଲିଥିବା ଲଢେଇକୁ ନେଇ ବିସ୍ତୃତ ଭାବରେ ମନ୍ତ୍ରୀମାନଙ୍କୁ ସୂଚନା ଦେଇଥିଲେ । ଏହାସହ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ଏହି ମହାମାରୀ ବିରୋଧରେ ଲଢୁଛନ୍ତି । ଯଦି ଲକଡାଉନ ନିୟମ କଡାକଡି ପାଳନ କରାଯାଏ ତେବେ ଏହି ସଂକ୍ରମଣ ଉପରେ ଆମେ ଖୁବଶୀଘ୍ର ବିଜୟ ହାସଲ କରି ପାରିବା ।

ତେବେ ଦେଶରେ ଏବେ କୋରୋନା ଆକ୍ରାନ୍ତ ସଂଖ୍ୟା 13,454 ଥିବା ବେଳେ 448 ଜଣଙ୍କର ମୃତ୍ୟୁ ହୋଇଛି ।

ABOUT THE AUTHOR

...view details