ନୂଆଦିଲ୍ଲୀ : ପିଲାଙ୍କ ସ୍କୁଲ ଖୋଲିବା ନେଇ ବଢୁଛି ସସପେନ୍ସ । କେବେ ପିଲାମାନେ ସ୍କୁଲ ଯିବେ ତାକୁ ନେଇ ଜାରି ରହିଛି ବିତର୍କ । ବର୍ତ୍ତମାନ ସମୟରେ ସ୍କୁଲ ଖୋଲିବା ନେଇ ଉତ୍ତର ରଖିଛନ୍ତି କେନ୍ଦ୍ର ସରକାର । ଦେଶରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି ତେଣୁ ଏବେ ସ୍କୁଲ ଖୋଲିବା କଷ୍ଟକର । ପିଲାଙ୍କ ସୁରକ୍ଷା ସୁନିଶ୍ଚିତ ନହେବା ଯାଏଁ, ସ୍କୁଲ ବନ୍ଦ ରହିବ ବୋଲି କେନ୍ଦ୍ର ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ବର୍ତ୍ତମାନ ସ୍କୁଲ ଖୋଲିବାର ସମ୍ଭାବନା ତେଣୁ ଅନଲାଇନ କ୍ଲାସ ଜାରି ରହିବ ।
ପିଲାଙ୍କ ସୁରକ୍ଷା ସୁନିଶ୍ଚିତ ନ ହେବା ପର୍ଯ୍ୟନ୍ତ ଖୋଲିବନି ସ୍କୁଲ - ଖୋଲିବ ନାହିଁ ସ୍କୁଲ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ସ୍ଥିତି ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ସ୍କୁଲ ଖୋଲିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ଅଧିକ ପଢନ୍ତୁ...
![ପିଲାଙ୍କ ସୁରକ୍ଷା ସୁନିଶ୍ଚିତ ନ ହେବା ପର୍ଯ୍ୟନ୍ତ ଖୋଲିବନି ସ୍କୁଲ ପିଲାଙ୍କ ସୁରକ୍ଷା ସୁନିଶ୍ଚିତ ନ ହେବା ପର୍ଯ୍ୟନ୍ତ ଖୋଲିବ ନାହିଁ ସ୍କୁଲ](https://etvbharatimages.akamaized.net/etvbharat/prod-images/768-512-8500692-142-8500692-1597988587172.jpg)
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ଦ୍ଦେଶବଳୀ ଜାରି କରିଛନ୍ତି । ଇଣ୍ଟରନେଟ ଅଭାବରେ ମଧ୍ୟ କିଭଳି ଛାତ୍ରଛାତ୍ରୀମାନେ ପାଠପଢାରୁ ବଞ୍ଚିତ ନ ହେବେ ସେନେଇ ନିର୍ଦ୍ଦେଶାବଳୀ କାମ କରିବ। ତିନି ପ୍ରକାର ପରିସ୍ଥିତି ପାଇଁ ଏହି ନିର୍ଦ୍ଦେଶାବଳୀଗୁଡିକ ପରାମର୍ଶ ଦିଆଯାଇଛି ।
ପ୍ରଥମେ, ଯେଉଁଥିରେ ପିଲାମାନଙ୍କ ପାଖରେ କୌଣସି ଡିଜିଟାଲ୍ ଉପକରଣ ନାହିଁ । ଦ୍ୱିତୀୟ, ଯେଉଁଥିରେ ପିଲାମାନଙ୍କ ନିକଟରେ ସୀମିତ ଡିଜିଟାଲ୍ ଉତ୍ସ ଉପଲବ୍ଧ ଅଛି । ଶେଷରେ, ଯେଉଁ ଛାତ୍ରଛାତ୍ରୀମାନଙ୍କ ନିକଟରେ ଅନଲାଇନ୍ ଶିକ୍ଷା ପାଇଁ ଡିଜିଟାଲ୍ ଉତ୍ସଗୁଡ଼ିକ ଉପଲବ୍ଧ ରହିଛି । ଯେଉଁଠାରେ ଛାତ୍ରମାନଙ୍କୁ ବର୍ତ୍ତମାନ ଘରେ ଅନଲାଇନ୍ ଶିକ୍ଷା ଦିଆଯାଉଛି, ତାହା ପୂର୍ବପରି ଚାଲୁ ରହିବ । ଯେଉଁମାନଙ୍କର ଅନଲାଇନରେ ପଢିବା ନେଇ କୌଣସି ଉତ୍ସ ନାହିଁ, ସେମାନଙ୍କୁ ଅନ୍ୟ ବିକଳ୍ପ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯିବ । କାରଣ ବର୍ତ୍ତମାନ ସମୟରେ ବିଦ୍ୟାଳୟ ଖୋଲିବାର ସମ୍ଭାବନା ବହୁତ କମ୍ ଅଟେ ବୋଲି କେନ୍ଦ୍ରମନ୍ତ୍ରୀ ଜଣାଇ ଦେଇଛନ୍ତି ।