ଓଡିଶା

odisha

ETV Bharat / bharat

ଜମ୍ମୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର 3ଟି ପ୍ରକଳ୍ପକୁ ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ - ଜମ୍ମୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ନୂତନ 3 ପ୍ରକଳ୍ପ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଏବଂ ମନ୍ତ୍ରୀ ଜିତେନ୍ଦ୍ର ସିଂ ମଙ୍ଗଳବାର ଦିନ ଜାମ୍ମୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂତନ ପ୍ରକଳ୍ପ କରିଛନ୍ତି । ଭର୍ଚୁଆଲ ମାଧ୍ୟମରେ ଏହି ବିଶ୍ବବିଦ୍ୟାଳୟର ଏହି ପ୍ରକଳ୍ପଗୁଡିକ ଉଦଘାଟନ କରାଯାଇଛି । ଅଧିକ ପଢନ୍ତୁ...

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଦ୍ବାରା ଜମ୍ମୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର 3 ପ୍ରକଳ୍ପ ଉଦଘାଟିତ
କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଦ୍ବାରା ଜମ୍ମୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର 3 ପ୍ରକଳ୍ପ ଉଦଘାଟିତ

By

Published : Sep 9, 2020, 10:16 AM IST

Updated : Sep 9, 2020, 10:38 AM IST

ଶ୍ରୀନଗର: ଜମ୍ମୁର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ନୂତନ ତିନୋଟି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ । ମଙ୍ଗଳବାର ଭର୍ଚୁଆଲ ମାଧ୍ୟମରେ ପ୍ରକଳ୍ପଗୁଡିକ ଉଦଘାଟନ କରାଯାଇଛି । ଉଦ୍‌ଘାଟିତ ପ୍ରକଳ୍ପ ଗୁଡ଼ିକ ହେଉଛି ଡକ୍ଟର ସ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାମରେ ହଷ୍ଟେଲ, ପଣ୍ଡିତ ପ୍ରେମନାଥ ଡୋଗ୍ରା ନାମରେ ଗେଷ୍ଟ ହାଉସ୍ ଏବଂ ବ୍ରିଗେଡିୟର୍ ରାଜେନ୍ଦ୍ର ସିଂ ନାମରେ ଏକ ରୋଡ୍ ନିର୍ମାଣ କରାଯାଇଛି ।

ଉଦଘାଟନୀ ଉତ୍ସବରେ ପୋଖରିଆଲ ସ୍ୟାମା ପ୍ରାସାଦ ମୁଖାର୍ଜୀ, ପଣ୍ଡିତ ପ୍ରେମନାଥ ଡୋଗ୍ରା ଓ ବ୍ରିଗେଡିୟର୍ ରାଜେନ୍ଦ୍ର ସିଂଙ୍କ ନାମରେ ଏହି ପ୍ରକଳ୍ପଗୁଡିକର ନାମକରଣ ହୋଇଥିବାରୁ ବିଶ୍ବବିଦ୍ୟାଳୟର ନେତୃବୃନ୍ଦକୁ ପ୍ରଶଂସା କରିଥିଲେ । ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ବିଶ୍ୱବିଦ୍ୟାଳୟର ଏକାଡେମିକ୍ ଦୃଷ୍ଟିକୋଣ ପାଇଁ କୁଳପତି ପ୍ରଫେସର ଅଶୋକ ଆଇମାଙ୍କ ଅନୁଷ୍ଠାନିକ ନିର୍ମାଣ ପ୍ରୟାସ ଏବଂ ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ।

ରାଜ୍ୟ ଶିକ୍ଷା ମନ୍ତ୍ରୀ ସଞ୍ଜୟ ଦୋତ୍ରେ ଏବଂ ବୈଠକରେ ଉପସ୍ଥିତି ସ୍ୱତନ୍ତ୍ର ଅତିଥି କହିଥିଲେ, ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଛି ଏବଂ ଆମ ଦେଶ ଦିନକୁ ଦିନ ନୂଆ ମାଇଲଖୁଣ୍ଟ ହାସଲ କରୁଛି। ଆମେ ଏଥିରେ ପଛ ଘୁଞ୍ଚା ଦେବୁ ନାହିଁ । ଦେଶର ଶିକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ଆବଶ୍ୟକ ।

ଜମ୍ମୁର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ ଆଇମା ମଧ୍ୟ ଅଂଶଗ୍ରହଣକାରୀଙ୍କୁ ଏପ୍ରିଲ୍ 2015 ଠାରୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିଶ୍ୱବିଦ୍ୟାଳୟର ପ୍ରମୁଖ ସଫଳତାର ସଂକ୍ଷିପ୍ତ ବର୍ଣ୍ଣନା ସହିତ ସମ୍ବୋଧିତ କରିଥିଲେ।

Last Updated : Sep 9, 2020, 10:38 AM IST

For All Latest Updates

ABOUT THE AUTHOR

...view details