ଓଡିଶା

odisha

ETV Bharat / bharat

ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ ବୈଠକ - କୋରୋନା ମୁକାବିଲା ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ ବୈଠକ ବସିବ । ଏହି ବୈଠକ ପ୍ରଧାନମନ୍ତ୍ରୀଙ୍କ 7, ଲୋକ କଲ୍ୟାଣ ମାର୍ଗ ବାସଭବନରେ ସନ୍ଧ୍ୟାରେ ଅନୁଷ୍ଠିତ ହେବ। ଅଧିକ ପଢନ୍ତୁ...

Union Cabinet to meet at Prime Minister's residence on Wednesday
ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ ବୈଠକ

By

Published : Apr 14, 2020, 6:00 PM IST

ନୂଆଦିଲ୍ଲୀ: ଆସନ୍ତାକାଲି (ବୁଧବାର) କେନ୍ଦ୍ର କ୍ୟାବିନେଟ ବୈଠକ ବସିବ । ଏହି ବୈଠକ ପ୍ରଧାନମନ୍ତ୍ରୀଙ୍କ 7, ଲୋକ କଲ୍ୟାଣ ମାର୍ଗ ବାସଭବନରେ ସନ୍ଧ୍ୟାରେ ଅନୁଷ୍ଠିତ ହେବ। ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଯୋଗଦେବେ । କୋରୋନା ମୁକାବିଲା ପାଇଁ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ବିଶେଷକରି ଲଡଡାଉନ ପାଇଁ କିଛି ଯୋଜନା ଘୋଷଣା କରାଯାଇପାରେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କୋରୋନା ମୁକାବିଲା ପାଇଁ ଲକଡାଉନ ଅବଧିକୁ ମେ 3 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଦେଶର ମଙ୍ଗଳ ପାଇଁ ଆଉ 19 ଦିନ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ସେଥିପାଇଁ ଦେଶବାସୀ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି। ଗତ ମାସରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା 21 ଦିନିଆ ଲକ ଡାଉନର ଆଜି ଶେଷ ଦିନ ଥିବା ବେଳେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

ପୂର୍ବରୁ ଓଡ଼ିଶା, ପଞ୍ଜାବ, ମହାରାଷ୍ଟ୍ର, ତେଲେଙ୍ଗାନା, ତାମିଲନାଡୁ ଏବଂ ପୁଡୁଚେରୀ ଲକଡାଉନ ଘୋଷଣା କରିସାରିଛନ୍ତି ।

ବର୍ତ୍ତମାନ ସୁ୍ଦ୍ଧା ଭାରତର ମୋଟ କୋରୋନା ଭାଇରସ ପଜିଟିଭ ମାମଲା 10ହଜାର 3ଶହ 63କୁ ବୃଦ୍ଧି ପାଇଛି । ଏଥିରେ 8,988ଜଣ ଚିକିତ୍ସିତ ହେଉଥିବା ବେଳେ 1,035 ଜଣ ଆରୋଗ୍ୟ ହୋଇଛନ୍ତି । ସେହିପରି 339ଜଣଙ୍କର ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି ।

@ANI

ABOUT THE AUTHOR

...view details