ଓଡିଶା

odisha

ETV Bharat / bharat

ଜମ୍ମୁ-କାଶ୍ମୀରର ଅଧିକାରିକ ଭାଷାକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ - Jammu & Kashmir Official Languages Bill 2020

କେନ୍ଦ୍ର କ୍ୟାବିନେଟ ବୈଠକରେ ଜମ୍ମୁ-କାଶ୍ମୀର ପାଇଁ ରାଜ୍ୟଭାଷା ବିଧେୟକକୁ ମଞ୍ଜୁରୀ ଦିଆଯାଇଛି । ଯେଉଁଥିରେ ହିନ୍ଦୀ, ଉର୍ଦ୍ଦୁ, ଡୋଗରୀ, କାଶ୍ମୀରୀ ଏବଂ ଇଂଗ୍ରାଜୀକୁ ସାମିଲ କରାଯାଇଛି ।

ଜମ୍ମୁ-କାଶ୍ମୀରର ଅଧିକାରୀକ ଭାଷାକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ଜମ୍ମୁ-କାଶ୍ମୀରର ଅଧିକାରୀକ ଭାଷାକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

By

Published : Sep 2, 2020, 4:16 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଅନେକ ବିଷୟ ଉପରେ ଆଲୋଚନା ହୋଇଛି । ଏଥିସହ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ତେବେ କେନ୍ଦ୍ର କ୍ୟାବିନେଟ ବୈଠକରେ ଜମ୍ମୁ-କାଶ୍ମୀର ପାଇଁ ରାଜ୍ୟଭାଷା ବିଧେୟକକୁ ମଞ୍ଜୁରୀ ଦିଆଯାଇଛି । ଏହା ବ୍ୟତୀତ ସହକାର କର୍ମଯୋଗୀ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର ସୂଚନା ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଏନେଇ କହିଛନ୍ତି ଯେ, କେନ୍ଦ୍ର କ୍ୟାବିନେଟ ଜମ୍ମୁ-କାଶ୍ମୀର ଅଧିକାରୀକ ଭାଷା ବିଧେୟକ 2020କୁ ମଞ୍ଜୁରୀ ଦେଇଛି । ଯେଉଁଥିରେ ହିନ୍ଦୀ, ଉର୍ଦ୍ଦୁ, ଡୋଗରୀ, କାଶ୍ମୀରୀ ଏବଂ ଇଂରାଜୀକୁ ସାମିଲ କରାଯାଇଛି । ଅର୍ଥାତ ହିନ୍ଦୀ, ଉର୍ଦ୍ଦୁ, ଡୋଗରୀ, କାଶ୍ମୀରୀ ଏବଂ ଇଂରାଜୀ ଜମ୍ମୁ-କାଶ୍ମୀରର ଅଧିକାରୀକ ଭାଷା ହେବ । ଏନେଇ ଦୀର୍ଘଦିନରୁ ଜମ୍ମୁ-କାଶ୍ମୀରବାସୀଙ୍କ ପକ୍ଷରୁ ଦାବି କରାଯାଉଥିଲା । ଯାହାକୁ ଏବେ ପୁରା କରାଯାଇଛି । ଏହି ବିଧେୟକକୁ ସଂସଦର ଅଧିବେଶନରେ ଆଗତ କରାଯିବ ।

ତେବେ କେନ୍ଦ୍ର କ୍ୟାବିନେଟ ତିନୋଟି ଏମଓୟୁ ମଧ୍ୟ ଅନୁମୋଦନ କରିଛି । ଗୋଟିଏ ବୟନ ମନ୍ତ୍ରଣାଳୟ ଏବଂ ଜାପାନ ମଧ୍ୟରେ, ଖଣି ଏବଂ ଫିନଲ୍ୟାଣ୍ଡ ମନ୍ତ୍ରଣାଳୟ ମଧ୍ୟରେ ଏବଂ ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ଏବଂ ଡେନମାର୍କ ମଧ୍ୟରେ । ଏହା ଗୁଣାତ୍ମକ ମୂଲ୍ୟାଙ୍କନ ପଦ୍ଧତି ପାଇଁ ଲାଭଦାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଜାଭଡେକର କହିଛନ୍ତି ।

ABOUT THE AUTHOR

...view details