ଓଡିଶା

odisha

ETV Bharat / bharat

କେନ୍ଦ୍ର ଆୟୁଷ ମନ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି, କୋରୋନାରେ ହୋଇଥିଲେ ଆକ୍ରାନ୍ତ - କେନ୍ଦ୍ର ଆୟୁଷ ମନ୍ତ୍ରୀ

ହୋମ ଆଇସୋଲେସନରେ ଥିବା କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକଙ୍କୁ ପାନାଜୀର ଏକ ଘରୋଇ ହସ୍ପିାଲରେ ଭର୍ତ୍ତି କରାଯାଇଛି । ସେ ଓ ତାଙ୍କ ପତ୍ନୀ ଉଭୟ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଅଧିକ ପଢନ୍ତୁ...

କେନ୍ଦ୍ର ଆୟୁଷ ମନ୍ତ୍ରୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର, କୋରୋନାରେ ହୋଇଥିଲେ ଆକ୍ରାନ୍ତ
କେନ୍ଦ୍ର ଆୟୁଷ ମନ୍ତ୍ରୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର, କୋରୋନାରେ ହୋଇଥିଲେ ଆକ୍ରାନ୍ତ

By

Published : Aug 14, 2020, 5:31 PM IST

ପାନାଜୀ: କୋରୋନା ପଜିଟିଭ ଚିହ୍ନଟ ହେବା ପରେ ହୋମ ଆଇସୋଲେସନରେ ଥିବା କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକଙ୍କୁ ପାନାଜୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆୟୁଷ ମନ୍ତ୍ରୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି ।

ଉତ୍ତର ଗୋଆରରୁ ବିଜେପିର ସାଂସଦ ଥିବା 67 ବର୍ଷିୟ ବିଜେପି ଶ୍ରୀପଦଙ୍କୁ ଗୁରୁବାର ରାତିରେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେ ଓ ତାଙ୍କ ପତ୍ନୀ ଉଭୟ କୋରୋନା ପଜିଟିଭ ଚିହ୍ନଟ ହେବାପରେ ବୁଧବାର ଠାରୁ ହୋମ ଆଇସୋଲେସନରେ ରହିଥିଲେ ।

ଶ୍ରୀପଦଙ୍କୁ ଜ୍ବର ହେବା ପରେ ଗୁରୁବାର ରାତିରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତାଙ୍କର ଜ୍ବର ବର୍ତ୍ତମାନ କମିଥିବା ବେଳେ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ହୋଲି, ନାୟକଙ୍କ ବଡ ପୁଅ ସିଦ୍ଧେଶ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details