ଓଡିଶା

odisha

ETV Bharat / bharat

ଔରଙ୍ଗାବାଦ ନା ବଦଳି ହେଲା ସମ୍ଭାଜୀନଗର !

ଗୋଟିଏ ରାତିରେ ପରିବର୍ତ୍ତନ ହୋଇଗଲା ସହରର ନାମ । ଔରଙ୍ଗାବାଦର ନା ବଦଳି ହୋଇଛି ସମ୍ଭାଜୀନଗର । ଔରଙ୍ଗାବାଦ ଷ୍ଟେସନର ନାମ ଫଳକରେ ଔରଙ୍ଗାବାଦକୁ କିଛି ଦୁର୍ବୃତ୍ତ ସମ୍ଭାଜୀନଗର ଲେଖିଛନ୍ତି ।

ଫାଇଲ ଫଟୋ

By

Published : Jul 1, 2019, 11:43 AM IST

ମହାରାଷ୍ଟ୍ର: ରେଳଷ୍ଟେସନରେ ବଦଳିଗଲା ଔରଙ୍ଗାବାଦ ସହରର ନାମ । ଔରଙ୍ଗାବାଦ ଷ୍ଟେସନରେ ନାମ ଫଳକରେ ଲେଖାଯାଇଛି ସମ୍ଭାଜୀନଗର । ତେବେ ଏହା କିଛି ଦୁର୍ବୃତ୍ତଙ୍କ କାଣ୍ଡକାରାନାମା ବୋଲି ସୂଚନା ମିଳିଛି ।

ଖବର ଅନୁଯାୟୀ, ରେଳ ଯାତ୍ରୀମାନେ ଷ୍ଟେସନରେ ପହଞ୍ଚିବା ପରେ ଔରାଙ୍ଗବାଦର ନାଁ ପରିବର୍ତ୍ତନ ଦେଖି ଆଶ୍ଟର୍ଯ୍ୟ ହୋଇଯାଇଥିଲେ । ତେବେ ଏହି କାଣ୍ଡ ଭିଆଇଥିବା ବ୍ୟକ୍ତିଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଅଫିସର ରାମେଶ୍ବରମ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ବର୍ତ୍ତମାନ ସହର ପରିବର୍ତ୍ତନର ଏହି ଫଟୋ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । 3 ଜଣ ବ୍ୟକ୍ତି ଔରଙ୍ଗାବାଦ ରେଳ ଷ୍ଟେସନର ବୋର୍ଡରୁ ନାଁ ହଟାଉଥିବା ଫଟୋରେ ଦେଖିବାକୁ ମିଳିଛି । ଏହାସହ ଅନ୍ୟ ଜଣେ ଏହି ବୋର୍ଡ ସହ ଫଟୋ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

...view details