ଓଡିଶା

odisha

By

Published : Sep 17, 2020, 8:18 PM IST

ETV Bharat / bharat

ଦେଶର ବେକାରୀ ସ୍ତର କେତେ ? ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପ୍ରକାଶ କଲା ବେରୋଜଗାରୀ ରିପୋର୍ଟ

ଦେଶରେ ବୃଦ୍ଧି ପାଉଛି ବେରୋଜଗାରୀ ସମସ୍ୟା । ସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରି ବେକାରୀ ସମସ୍ୟା ଦୂର କରିବାକୁ ଚେଷ୍ଟା କରୁଛନ୍ତି । ହେଲେ ଏହି ଚେଷ୍ଟା ଫଳପ୍ରଦ ହେଉନାହିଁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଶ୍ରମିକ ଓ ନିଯୁକ୍ତି ମନ୍ତ୍ରାଳୟ ଦ୍ବାରା ପ୍ରଦତ୍ତ ବେରୋଜଗାରୀ ରିପୋର୍ଟ
ଶ୍ରମିକ ଓ ନିଯୁକ୍ତି ମନ୍ତ୍ରାଳୟ ଦ୍ବାରା ପ୍ରଦତ୍ତ ବେରୋଜଗାରୀ ରିପୋର୍ଟ

ଭାରତରେ ବେକାରୀ ସ୍ତର ବିଷୟରେ ତଥ୍ୟ

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO), ପରିସଂଖ୍ୟାନ ମନ୍ତ୍ରଣାଳୟ ଏବଂ କାର୍ଯ୍ୟାନ୍ୱୟନ ଓ ବେରୋଜଗାର ସର୍ବେକ୍ଷଣ ମନ୍ତ୍ରଣାଳୟ, ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ବାର୍ଷିକ ପର୍ଯ୍ୟାୟ ଶ୍ରମ ବଳ ସର୍ବେକ୍ଷଣ (PLFS)ର ରିପୋର୍ଟ ଅନୁଯାୟୀ, ଆନୁମାନିକ ବେକାରୀ ସ୍ତର ନିମ୍ନରେ ଦିଆଯାଇଛି ।

Year Rate

2018-19 (PLFS) 5.80%

2017-18 (PLFS) 6.00%

2015-16 (Labour Bureau) 3.70%

2013-14 (Labour Bureau) 3.40%

2012-13 (Labour Bureau) 4.00%

ରୋଜଗାର ଏବଂ ବେକାରୀ ସ୍ତର ଉପରେ ବାର୍ଷିକ ପର୍ଯ୍ୟାୟ ଶ୍ରମ ଶକ୍ତି ସର୍ବେକ୍ଷଣ 2018-19 ମଧ୍ୟରେ କରାଯାଇଥିଲା । ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, ଦେଶରେ ଉପଲବ୍ଧ ଆନୁମାନିକ ବେକାରୀ ହାର ଏବଂ ଶ୍ରମିକ ଜନସଂଖ୍ୟା ଅନୁପାତ ଯଥାକ୍ରମେ 5.8% ଏବଂ 35.3% ଥିଲା ।

ରୋଜଗାରର ସୁଯୋଗ ସୃଷ୍ଟି ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ:-

ଦେଶରେ ରୋଜଗାର ସୃଷ୍ଟି ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି, ଯେପରିକି ଅର୍ଥନୀତିର ବେସରକାରୀ କ୍ଷେତ୍ରକୁ ଉତ୍ସାହିତ କରିବା, ବହୁ ବିନିଯୋଗ ସହିତ ଜଡିତ ବିଭିନ୍ନ ପ୍ରକଳ୍ପର ଫାଷ୍ଟ-ଟ୍ରାକିଂ ଏବଂ ଯୋଜନାଗୁଡିକରେ ଜନସାଧାରଣଙ୍କ ଖର୍ଚ୍ଚ ବଢାଇବା ।

ଯୋଜନା ଗୁଡିକ: -

ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ (PMEGP)

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (MGNREGS)

ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା (DDU-GKY)

ଦିନଦୟାଲ ଅନ୍ତୋଦୟ ଯୋଜନା-ଜାତୀୟ ସହରୀ ଜୀବିକା ମିଶନ (DAY-NULM)

ସରକାର ନ୍ୟାସନାଲ କ୍ୟାରିଅର ସର୍ଭିସ (ଏନସିଏସ୍) ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି ଯେଉଁଥିରେ ଏକ ଡିଜିଟାଲ ପୋର୍ଟାଲ ଅଛି ଯାହା ଚାକିରି ଖୋଜୁଥିବା ତଥା ନିଯୁକ୍ତିଦାତାଙ୍କୁ ଏକ ଗତିଶୀଳ, ଦକ୍ଷ ଏବଂ ପ୍ରତିକ୍ରିୟାଶୀଳ ଢଙ୍ଗରେ ଚାକିରି ପାଇଁ ଏକ ଦେଶବ୍ୟାପୀ ଅନଲାଇନ ପ୍ଲାଟଫର୍ମ ଯୋଗାଇଥାଏ ଏବଂ ଏଥିରେ କ୍ୟାରିୟର ବିଷୟବସ୍ତୁର ଏକ ଭଣ୍ଡାର ରହିଛି । ଚାକିରି ଖୋଜୁଥିବା ଯୁବକ ଯୁବତୀଙ୍କ ପାଇଁ ଭାରତ ସରକାର 20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details