ନୂଆଦିଲ୍ଲୀ: ଦେଶର 27 କୋଟିରୁ ଊର୍ଦ୍ଧ୍ବ ଲୋକ ଗରିବୀରେଖା ଉପରକୁ ଉଠିଛନ୍ତି । ତଥାପି ଦେଶରେ 36 କୋଟିରୁ ଊର୍ଦ୍ଧ୍ବ ଲୋକ ବର୍ତ୍ତମାନ ଦାରିଦ୍ର ସୀମା ରେଖା ତଳେ ରହୁଛନ୍ତି । ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି)ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଦାରିଦ୍ରତା ହଟାଇବା ପାଇଁ ଭାରତ ବହୁ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେଦେଶର 27 କୋଟି ଲୋକ ଦାରିଦ୍ର ରେଖାରୁ ଉପରକୁ ଉଠିଥିବା ଏହି ରିପୋର୍ଟରେ କୁହାଯାଇଛି ।
UNDP ରିପୋର୍ଟ: ଗତ 10 ବର୍ଷରେ ଭାରତରେ ଗରିବୀ କମିଛି - କମିଛି ଗରିବୀ
ଦେଶରେ କମିଛି ଗରିବୀ । ଦେଶର 27 କୋଟିରୁ ଊର୍ଦ୍ଧ୍ବ ଲୋକ ଦାରିଦ୍ର ସୀମାରେଖା ଉପରକୁ ଉଠିଛନ୍ତି । UNDP ଏହି ରିପୋର୍ଟ ପ୍ରକାଶ କରିଛି ।
ରିପୋର୍ଟ ମୁତାବକ, ଦେଶରେ ଏବେ ମଧ୍ୟ 36 କୋଟିରୁ ଊର୍ଦ୍ଧ୍ବଲୋକ ଦାରିଦ୍ର ସୀମା ରେଖା ତଳେ ବସବାସ କରୁଛନ୍ତି ।ଏଥିରେ କୁହାଯାଇଛି, ଗତ 2005 - 06 ଠାରୁ 2015 -16 ମଧ୍ୟରେ 27 କୋଟି ଲୋକ ଦାରିଦ୍ର ସୀମାରେଖା ଉପରକୁ ଉଠିଛନ୍ତି । ତେବେ 2005 ମସିହା ପୂର୍ବରୁ ଦେଶରେ 63 କୋଟିରୁ ଊର୍ଦ୍ଧ୍ବ ଲୋକ ଦାରିଦ୍ର ସୀମାରେଖା ତଳେ ରହୁଥିଲେ। ଯାହାକି ମୋଟ ଜନସଂଖ୍ୟାର 55 ପ୍ରତିଶତ ଥିଲା । କିନ୍ତୁ ବର୍ତ୍ତମାନ ଏଥିରେ ହ୍ରାସ ପାଇ 28 ପ୍ରତିଶତକୁ ଖସି ଆସିଛି ।
ଦେଶର ବିହାର, ଝାରଖଣ୍ଡ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ସର୍ବାଧିକ ଲୋକେ ଦାରିଦ୍ର ରେଖା ତଳେ ରହୁଛନ୍ତି । ଏହି 4ଟି ରାଜ୍ୟରେ 19 କୋଟିରୁ ଊର୍ଦ୍ଧ୍ବ ଲୋକ ଗରିବ ଅଟନ୍ତି । ତେବେ ଗରିବ ହଟାଇବା ପାଇଁ ଝାରଖଣ୍ଡ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ହାତକୁ ନେଇଥିବା ରିପୋର୍ଟରେ ପ୍ରକାଶ ପାଇଛି । ଏହା ପରେ ଅରୁଣାଞ୍ଚଳ ପ୍ରଦେଶ, ବିହାର, ଛତିଶଗଡ ଓ ନାଗାଲାଣ୍ଡ ଥିବା କୁହାଯାଇଛି ।