ଓଡିଶା

odisha

ETV Bharat / bharat

ପୁଣି ମେଡିକାଲରେ ଭର୍ତ୍ତି ହେଲେ ମୁଲାୟମ - YASODA HOSPITAL

ସମାଜବାଦୀ ପାର୍ଟିର ବରିଷ୍ଠ ନେତା ମୁଲାୟମ ସିଂହ ଯାଦବଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରିସ୍ରା ବନ୍ଦ ହୋଇଯିବାରୁ ତାଙ୍କୁ ଗାଜିଆବାଦର ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମୁଲାୟମଙ୍କ ଶରୀର ଅସୁସ୍ଥ

By

Published : Jun 24, 2019, 7:48 PM IST

Updated : Jun 24, 2019, 8:02 PM IST

ନୂଆଦିଲ୍ଲୀ: ଗାଜିଆବାଦ କୌଶାଂବୀ ସ୍ଥିତ ଯଶୋଦା ହସ୍ପିଟାଲରେ ଭର୍ତ୍ତି ହେଲେ ମୁଲାୟମ ସିଂହ ଯାଦବ । ପରିସ୍ରା ବନ୍ଦ ହୋଇଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖୁବଶୀଘ୍ର ମୁଲାୟମଙ୍କର ଅସ୍ତ୍ରୋପଚାର ହେବା ନେଇ ସୂଚନା ମିଳିଛି ।

ଯଶୋଦା ହସ୍ପିଟାଲ, ନୂଆଦିଲ୍ଲୀ

ବର୍ତ୍ତମାନ ତାଙ୍କୁ ଅବଜରଭେସନରେ ରଖାଯାଇଛି । ଏନେଇ ଡାକ୍ତରୀ ଦଳ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ସର୍ଜରୀ ପାଇଁ ପ୍ରସ୍ତୁତ ଚାଲିଛି ।

ମୁଲାୟମଙ୍କ ସହ ପାର୍ଟିର କିଛି ନେତା ହସ୍ପିଟାଲରେ ଅଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ଦିଲ୍ଲୀର ବରିଷ୍ଠ ନେତା ହସ୍ପିଟାଲ ଆସି ମୁଲାୟମଙ୍କୁ ଭେଟିଛନ୍ତି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

Last Updated : Jun 24, 2019, 8:02 PM IST

ABOUT THE AUTHOR

...view details