ହାଇଦ୍ରାବାଦ: ରବିବାର ସଂସଦରେ ବିବାଦୀୟ କୃଷି ବିଲ୍ ଆଗତ କରିଛନ୍ତି । ଏସମୟରେ ଗୃହରେ ବିଶୃଙ୍ଖଳା ଦେଖାଦେଇଥିଲା । ବିରୋଧି ଦଳ ନେତା ଉପବାଚସ୍ପତିଙ୍କ ସ୍ପିକର୍ ଭାଙ୍ଗିବା ସହ କାଗଜପତ୍ର ନଷ୍ଟ କରିଦେଇଥିଲେ । ଏହି କାରଣରୁ ସୋମବାର 8 ଜଣ ବିରୋଧୀ ସଦସ୍ୟଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି କିନ୍ତୁ ସେମାନେ ଗୃହ ଛାଡିବାକୁ ମନା କରିଦେଇଥିଲେ। ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ବହୁତ ଥର ସାଂସଦଙ୍କୁ ନିଲମ୍ବନ କରାଯାଇଛି ।
ସାଂସଦଙ୍କ ନିଲମ୍ବନ ଉପରେ ଏକ ସଂକ୍ଷିପ୍ତ ନଜର-
05.03.2020: 7 ଜଣ କଂଗ୍ରେସ ସାଂସଦଙ୍କୁ ଲୋକସଭାରୁ ନିଲମ୍ବିତ କରାଯାଇଛି । ବଜେଟ୍ ଅଧିବେଶନରେ ବାଚସ୍ପତିଙ୍କ ଟେବୁଲରୁ କାଗଜପତ୍ର ଛଡ଼ାଇ ନେବା ଏବଂ ଗୃହ ନିୟମକୁ ଅବମାନନା କରିବା ପରେ ସେମାନଙ୍କୁ ନିଲମ୍ବନ କରାଯାଇଥିଲା ।
03.01.2019: AIADMK ଏବଂ TDP ସଦସ୍ୟମାନେ ଗୃହରେ ନାରାବାଜି କରିଥିଲେ । କାବେରୀ ନଦୀ ଉପରେ ଏକ ଡ୍ୟାମ୍ ବନ୍ଦ କରିବା ଏବଂ ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ମାନ୍ୟତା ଦେବାକୁ ଦାବି କରିଥିଲେ। AIADMK ସଦସ୍ୟମାନେ କାଗଜକୁ ଅନେକ ଥର ଚେୟାର ଆଡକୁ ଫିଙ୍ଗିଥିଲେ । ସଦସ୍ୟମାନେ ଘୁଞ୍ଚିବାକୁ ମନା କରିବାରୁ ବାଚସ୍ପତି ଗୃହର ପରବର୍ତ୍ତୀ ଚାରିଟି ଅଧିବେଶନ ପାଇଁ ଲୋକସଭା ପ୍ରକ୍ରିୟାର ନିୟମ 374 (କ) ଅନୁଯାୟୀ 12 ଟିଡିପି ସାଂସଦ ଏବଂ ସାତଜଣ AIADMK ସଦସ୍ୟଙ୍କୁ ନିଲମ୍ବିତ କରିଥିଲେ।
02.01.2019: ଗୃହରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଆନ୍ଦୋଳନ ପାଇଁ ବାଚସ୍ପତି ସୁମିତ୍ରା ମହାଜନ AIADMK ର 24 ଜଣ ସଦସ୍ୟଙ୍କୁ ଲଗାତାର ପାଞ୍ଚ ଥର ନିଲମ୍ବିତ କରିଛନ୍ତି।
24.07.2017:କଂଗ୍ରେସର 6 ଜଣ ଲୋକସଭା ସଦସ୍ୟଙ୍କୁ ଲଗାତାର ପାଞ୍ଚଟି ସଭା ପାଇଁ ନିଲମ୍ବିତ କରାଯାଇଥିଲା । ସେମାନେ କାଗଜପତ୍ର ନଷ୍ଟ କରିଦେଇଥିଲେ ।
03.08.2015: ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ 25 ଜଣ କଂଗ୍ରେସ ସାଂସଦଙ୍କୁ ପାଞ୍ଚ ଦିନ ପାଇଁ ନିଲମ୍ବନ କରିଛନ୍ତି। 25 ଜଣ କଂଗ୍ରେସ ସଦସ୍ୟ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇଥିଲେ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଇସ୍ତଫା ଦାବି କରିଥିଲେ।
13.02.2014: ତତ୍କାଳୀନ ବାଚସ୍ପତି ମିରା କୁମାର ଗୃହରେ ଆନ୍ଧ୍ରପ୍ରଦେଶରୁ 18 ଜଣ ସାଂସଦଙ୍କୁ ନିଲମ୍ବିତ କରିଥିଲେ। ନିଲମ୍ବିତ ସାଂସଦମାନେ ଅଲଗା ତେଲେଙ୍ଗାନା ରାଜ୍ୟ ଗଠନକୁ ସମର୍ଥନ ଓ ବିରୋଧ କରୁଥିଲେ। ସେଦିନ ଗୃହରେ ଅବିଶ୍ବସନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ବିତାଡିତ କଂଗ୍ରେସ ସଦସ୍ୟ ଏଲ ରାଜାଗୋପାଲ୍ ଗୃହରେ ଗୋଲମରିଚ ଗୁଣ୍ଡ ପକାଇଥିଲେ ।
02.09.2013: ଆନ୍ଧ୍ରାପ୍ରଦେଶର ସାଂସଦ ତଥା ତେଲୁଗୁ ଦେଶମ ପାର୍ଟୀର 4, କଂଗ୍ରେସର 5 ଜଣ ଲୋକସଭା କାର୍ଯ୍ୟରେ ବ୍ୟାହାତ ସୃଷ୍ଟି କରିଥିବାରୁ ଧାରା 374(କ) ଅନୁସାରେ ସେମାନଙ୍କୁ ନିଲମ୍ବନ କରାଯାଇଥିଲା । 5 ଅଗଷ୍ଟରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପରଠାରୁ ସାଂସଦମାନେ ଆନ୍ଧ୍ରପ୍ରଦେଶର ବିଭାଜନକୁ ବିରୋଧ କରିଥିଲେ।
15.03.1989:ଯେତେବେଳେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲେ, ସେତେବେଳେ 63 ଜଣ ସଦସ୍ୟଙ୍କୁ ତିନି ଦିନ ପାଇଁ ଲୋକସଭାରୁ ନିଲମ୍ବିତ କରାଯାଇଥିଲା। ଠକ୍କର କମିଶନ ରିପୋର୍ଟକୁ ନେଇ ଗୃହରେ ବିବାଦ ଦେଖାଦେଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ