ନୂଆଦିଲ୍ଲୀ: ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଦୀର୍ଘଦିନର ବିବାଦର ସମଧାନ ପାାଇଁ ମିଳିତ ଜାତିସଂଘ ଭାରତକୁ ମଧ୍ୟସ୍ଥତା ନିୟୋଜିତ କରିବାକୁ ଚିନ୍ତା କରୁଛି । ସୂଚନା ଯେ, ମିଳିତ ଜାତିସଂଘ କମିଟିର ଏକ ପ୍ରତିନିଧି ଦଳ ସୋମବାର ଠାରୁ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଆସିଛନ୍ତି ।
ଏହି ଦଳରେ ଜାତିସଂଘର ରାଷ୍ଟ୍ରଦୂତ ଏବଂ ସେନେଗାଲର ପ୍ରତିନିଧି (କମିଟି ଚେୟାର)ରେ ଅନ୍ତର୍ଭୁକ୍ତ; ଇଣ୍ଡୋନେସିଆ ଏବଂ ମାଲେସିଆ (କମିଟି ସଦସ୍ୟ); ଏବଂ ପାଲେଷ୍ଟାଇନ ରାଜ୍ୟ (କମିଟି ପର୍ଯ୍ୟବେକ୍ଷକ) ସାମିଲ ରହିଛନ୍ତି ।
ଏକ ସରକାରୀ ବିବୃତ୍ତି ଅନୁଯାୟୀ, ପାଲେଷ୍ଟାଇନ ଏବଂ ଇସ୍ରାଏଲର ଉଭୟ ଦେଶ ସହ ଭାରତର ଭଲ ସମ୍ପର୍କ ରହିଛି । ଫଳରେ ଭାରତକୁ ପାଲେଷ୍ଟାଇନ ସମସ୍ୟା ସମାଧାନରେ ଭାରତ କିପରି ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିପାରିବ ସେନେଇ ଯୋଜନା କରିବାକୁ ଚାହୁଁଛନ୍ତି ଭାରତ ଗସ୍ତରେ ଥିବା ଏହି ପ୍ରତିନିଧି ଦଳ ।