ଓଡିଶା

odisha

କମଲା ହାରିସ୍‌ଙ୍କୁ ନେଇ ଏଭଳି କହିଲେ ଉମା ଭାରତୀ

By

Published : Aug 24, 2020, 8:03 PM IST

ଆମେରିକାର ଉପରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ବନ୍ଦୀତା କରୁଥିବା କମଲା ହାରିସ୍ ଭାରତୀୟ ନୁହଁନ୍ତି । ସେଥିପାଇଁ ଭାରତୀୟମାନେ ତାଙ୍କର ଗୁଣଗାନ କରିବା ପରିବର୍ତ୍ତେ ନିଜ ଦେଶର ପ୍ରତିଷ୍ଠିତ ମହିଳାମାନଙ୍କୁ ପ୍ରଶଂସା କରିବା ଉଚିତ୍ ବୋଲି ଉମା ଭାରତୀ କହିଛନ୍ତି ।

କମଲା ହାରିସ୍‌ଙ୍କୁ ନେଇ ଏଭଳି କହିଲେ ବିଜେପି ନେତ୍ରୀ ଉମା ଭାରତୀ
କମଲା ହାରିସ୍‌ଙ୍କୁ ନେଇ ଏଭଳି କହିଲେ ବିଜେପି ନେତ୍ରୀ ଉମା ଭାରତୀ

ନୂଆଦିଲ୍ଲୀ: ଆମେରିକାର ଉପରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା କମଲା ହାରିସ୍‌ଙ୍କୁ ନେଇ ବଡ ବୟାନ ଦେଇଛନ୍ତି ବିଜେପିର ବରିଷ୍ଠ ନେତ୍ରୀ ଉମା ଭାରତୀ । ହାରିସ୍ ଭାରତୀୟ ନୁହଁନ୍ତି । ସେ କେବଳ ଆମେରିକୀୟ ମୂଳର ମହିଳା । ସେଥିପାଇଁ ଭାରତୀୟମାନେ ତାଙ୍କର ଗୁଣଗାନ କରିବା ପରିବର୍ତ୍ତେ ନିଜ ଦେଶର ପ୍ରତିଷ୍ଠିତ ମହିଳାମାନଙ୍କୁ ପ୍ରଶଂସା କରିବା ଉଚିତ୍ ବୋଲି ଉମା ଭାରତୀ କହିଛନ୍ତି ।

କମଲା ହାରିସ୍‌ଙ୍କୁ ନେଇ ଏଭଳି କହିଲେ ବିଜେପି ନେତ୍ରୀ ଉମା ଭାରତୀ

ଉମା ଭାରତୀ ଆମେରିକାର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କୁ ପ୍ରଶଂସା ନକରିବାକୁ କହିଛନ୍ତି। ସେ କହିଛନ୍ତି, କମଲା ହାରିସ୍ ଭାରତୀୟ ନୁହଁନ୍ତି । ସେ ଆମେରିକାରେ ଜନ୍ମଗ୍ରହଣ କରିଛନ୍ତି । ତେଣୁ ସେ କେବଳ ଆମେରିକୀୟ ମୂଳର ମହିଳା। ତେଣୁ କମଲା ହାରିସ୍‌ଙ୍କ ପରିବର୍ତ୍ତେ ଭାରତର ଲୋକମାନେ ରାଜନୀତିରେ ଏକ ଭିନ୍ନ ସ୍ଥାନ ହାସଲ କରିଥିବା ଦେଶର ମହିଳାମାନଙ୍କ ପାଇଁ ଗର୍ବିତ ହେବା ଉଚିତ୍ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, କମଲା ହାରିସ୍‌ ଆମେରିକାରେ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ଭାରତୀୟ ଲୋକମାନେ ଖୁସି ଅଛନ୍ତି। କିନ୍ତୁ ମୁଁ କହିବାକୁ ଚାହେଁ ଯେ କମଲା ହାରିସଙ୍କ ବିଶ୍ବସ୍ତତା ଆମେରିକା ପ୍ରତି। ସେ କୌଣସି ପରିସ୍ଥିତିରେ ବି ଭାରତ ପାଇଁ ଉତ୍ସର୍ଗୀକୃତ ନୁହଁନ୍ତି । ତେଣୁ ଆମେ ସେହି ଭାରତୀୟ ମହିଳାମାନଙ୍କୁ ପ୍ରଶଂସା କରିବା ଉଚିତ ଯେଉଁମାନେ ପ୍ରକୃତରେ ଭାରତ ପାଇଁ ଉତ୍ସର୍ଗୀକୃତ । ଭାରତରେ ଅନେକ ମହିଳା ଅଛନ୍ତି ଯେଉଁମାନେ ବିଦେଶରେ ଭାରତର ନାମ ଉଚ୍ଚା କରିଛନ୍ତି । ରାଜନୀତି କ୍ଷେତ୍ରରେ ଇନ୍ଦିରା ଗାନ୍ଧୀ, ସୁଷମା ସ୍ବରାଜଙ୍କ ପରି ମହିଳାମାନେ ଦେଶର ନାମ ସାରା ବିଶ୍ବରେ ଉଚ୍ଚା କରିଥିଲେ। ତେଣୁ ଆମ ଦେଶର ମହିଳାମାନଙ୍କ ପାଇଁ ଆମେ ଗର୍ବିତ ହେବା ଉଚିତ୍ ବୋଲି ଉମା ଭାରତୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details