ଚଣ୍ଡିଗଡ: ହରିୟାଣା ବିଧାନସଭା ନିର୍ବାଚନରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ନମିଳିବା ପରେ ବିଜେପି ଶିବିରରେ ସରକାର ଗଠନକୁ ନେଇ ଝାଳବୁହା ପରିଶ୍ରମ । ଏପଟେ ବହୁମତ ସାବ୍ୟସ୍ତ କରିବା ପାଇଁ ସବୁଆଡୁ ସମର୍ଥନ ଯୋଗାଡରେ ବିଜେପି । ସ୍ବାଧୀନ ପ୍ରାର୍ଥୀଙ୍କୁ ନେଇ ବିଜେପି ସରକାର ଗଠନ କରିବା ପାଇଁ କଳ ଆଉ ବଳ ପ୍ରୟୋଗ କରୁଛି । ଏହା ଭିତରେ ବିଜେପିକୁ ବିଜୟ ସ୍ବାଧିନ ପ୍ରାର୍ଥୀ ଗୋପାଳ କାଣ୍ଡାଙ୍କ ସମର୍ଥନକୁ ନେଇ ଦଳ ମଧ୍ୟରୁ ଅକ୍ରୋଶ ଭାବ ପ୍ରକାଶ ପାଉଛି । ବିଜେପିର ବରିଷ୍ଠ ନେତ୍ରୀ, ପୂର୍ବକେନ୍ଦ୍ର ମନ୍ତ୍ରୀ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦଳକୁ ବାଟ ଦେଖାଇବା ସହ ଗୋପାଳଙ୍କ ସମର୍ଥନକୁ ଟାର୍ଗେଟ କରି ଟ୍ବିଟ କରିଛନ୍ତି ।
ଉମା ଭାରତୀ ମଧ୍ୟ ଭାଜପାକୁ ଗୋପାଳଙ୍କ ସମର୍ଥନକୁ ନେଇ ଦେଖି ପ୍ରଶ୍ନ ଛିଡା କରିଛନ୍ତି । ସେ କହିଛନ୍ତି ଯେ, ଗୋପାଳ କାଣ୍ଡା ସେହି ବ୍ୟକ୍ତି, ଯାହାଙ୍କ କାରଣରୁ ଜଣେ ଯୁବତୀ ଆତ୍ମହତ୍ୟା କରିଥିଲେ ଓ ପରେ ନ୍ୟାୟ ନମିଳିବାରୁ ଯୁବତୀଙ୍କ ମା' ମଧ୍ୟ ଆତ୍ମହତ୍ୟା କରିଥିଲେ । ଏହି ଅଭିଯୋଗରେ ଅଭିଯୁକ୍ତ ତଥା ଏବେ ଏହା ବିଚାରାଧିନ ରହିଛି । ଏହାସହ ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ଜାମିନରେ ରହିଛି । ଏପରିସ୍ଥଳେ ବିଜେପିକୁ ତାଙ୍କ ସମର୍ଥନ ଗ୍ରହଣ କରିବା ଯୁକ୍ତି ସଙ୍ଗତ ନୁହେଁ ।