ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀର ମୁକାବିଲା ପାଇଁ ଦିଲ୍ଲୀ ବିମାନବନ୍ଦରର ଚଟାଣ, ଲାପଟପ୍ ଏବଂ ଅନ୍ୟାନ୍ୟ ସ୍ଥାନକୁ ସଂକ୍ରମଣ ମୁକ୍ତ କରିବା ପାଇଁ 'ଅଲଟ୍ରାଭାଇଓଲେଟ ରେ'ର ବ୍ୟବହାର କରାଯାଉଛି। ମୋବାଇଲ ଟାୱାର ଏବଂ ଟର୍ଚ୍ଚ ମାଧ୍ୟମରେ ଏହି କାର୍ଯ୍ୟ କରାଯାଉଛି । ଦିଲ୍ଲୀ ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ (DIAL) ଏକ ବିବୃତ୍ତିରେ କହିଛି ଯେ, ମୋବାଇଲ ଟାୱାରଗୁଡିକ ଅବରୋଧ ଅଞ୍ଚଳରେ ରଖାଯାଇଛି ଏବଂ ସେମାନଙ୍କ ଭିତରେ ଥିବା UV ଲ୍ୟାମ୍ପ ସଂକ୍ରମଣମୁକ୍ତ ପାଇଁ ବ୍ୟବହାର କରାଯାଉଛି ।
'UV Rays' ଦ୍ବାରା ଦିଲ୍ଲୀ ଏୟାରପୋର୍ଟକୁ କରାଯାଉଛି ଜୀବାଣୁ ମୁକ୍ତ - Delhi Airport
ଦିଲ୍ଲୀ ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ ଏକ ବିବୃତ୍ତିରେ କହିଛି ଯେ, ମୋବାଇଲ ଟାୱାରଗୁଡିକ ଅବରୋଧ ଅଞ୍ଚଳରେ ରଖାଯାଇଛି ଏବଂ ସେମାନଙ୍କ ଭିତରେ ଥିବା UV ଲ୍ୟାମ୍ପ ସଂକ୍ରମଣମୁକ୍ତ ପାଇଁ ବ୍ୟବହାର କରାଯାଉଛି । ଅଧିକ ପଢନ୍ତୁ...
ଡିଆଇଏଏଲ କହିଛି ଯେ, ଏହି ଅଞ୍ଚଳ ସଂକ୍ରମଣମୁକ୍ତ ହେବା ମାତ୍ରେ UV ପାଓ୍ବାର ବନ୍ଦ ହୋଇଯିବ ଏବଂ ଏହା ପରେ ଟାୱାରକୁ ଅନ୍ୟ କିଛି ସ୍ଥାନରେ ସଂକ୍ରମଣମୁକ୍ତ କରିବା ପାଇଁ ରଖାଯିବ। ସେହି ସମୟରେ ଉକ୍ତ ଟର୍ଚ୍ଚର ବ୍ୟବାହାର କରି ଡେସ୍କଟପ, ଲାପଟପ ଏବଂ ଅନ୍ୟାନ୍ୟ ଡିଭାଇସ ଭାଇରସ ମୁକ୍ତ କରାଯିବ ।
ଡିଆଇଏଏଲ କହିଛି, 'ଏଗୁଡ଼ିକ ଜୀବାଣୁମୁକ୍ତ ଲ୍ୟାମ୍ଫ ଯାହା ଅଲଟ୍ରାଭାଇଓଲେଟ ରଶ୍ମି ଉତ୍ପାଦନ କରେ । ଏହି ସ୍ୱଳ୍ପ ତରଙ୍ଗ କିରଣ ବ୍ୟାକ୍ଟେରିଆ ଏବଂ ଭାଇରସ, ପ୍ରୋଟୋଜୋଆକୁ ନଷ୍ଟ କରିଥାଏ। ଯାତ୍ରୀଙ୍କ ଜିନିଷକୁ ସଂକ୍ରମଣମୁକ୍ତ କରିବା ପାଇଁ ଡିଆଇଏଏଲ ଦିଲ୍ଲୀ ବିମାନବନ୍ଦର ଟର୍ମିନାଲରେ UV ଟନେଲ ସ୍ଥାପନ କରିଛି। ଡିଆଇଏଏଲ କହିଛି ଯେ, ଜୋତା ମଧ୍ୟ କୋରୋନା ଜୀବାଣୁ ସଂକ୍ରମଣର ଉତ୍ସ ହୋଇପାରେ। ତେଣୁ, ସଂକ୍ରମଣ ମୁକ୍ତ କରିବା ପାଇଁ ଆବଶ୍ୟକ ସ୍ଥାନରେ ମ୍ୟାଟ ରଖାଯିବ । ଏହି ମ୍ୟାଟ ଗୁଡିକରେ ସଂକ୍ରମଣମୁକ୍ତ ରାସାୟନିକ ପଦାର୍ଥ ରହିବ । ଏଥି ସହିତ, ୱାଶରୁମରେ ଏକ ସେନ୍ସର ଟ୍ୟାପ୍ ରହିବ, ପାଦ ଚାଳିତ ସାନିଟାଇଜର ମେସିନ୍ ସ୍ଥାପନ କରାଯିବ । ଏହା ବ୍ୟତୀତ ପାଦ ବ୍ୟବହାର କରି ପାନୀୟ ଜଳ ମଧ୍ୟ ଭରାଯାଇପାରିବ ।