ଓଡିଶା

odisha

ETV Bharat / bharat

ଆସାମ ହିଂସା ପଛରେ ଉଲଫା ! - violence in Assam

ନାଗରିକତା ସଂଶୋଧନ ଆଇନ ବାହାନାରେ ଅଶାନ୍ତ ହେଉଛି ଦେଶ । ଆସାମ ଆନ୍ଦୋଳନରେ ସାମିଲ ଥିଲା ଉଲଫା ।

ULFA
ଆସାମ ହିଂସା ପଛପେ ଉଲଫା !

By

Published : Dec 18, 2019, 10:26 AM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବାହାନାରେ ଦେଶକୁ ଅଶାନ୍ତ କରାଯାଉଛି । ବିରୋଧର ଏହି ନିଆଁ ପ୍ରଥମେ ଆସାମରେ ହିଁ ଆରମ୍ଭ ହୋଇଥିଲା ଓ ଏହି ଆନ୍ଦୋଳନରେ ସାମିଲ ଥିଲା ଉଲଫା । ଆସାମରେ ଉଲଫା ଏକ ଆତଙ୍କବାଦୀ ସଂଗଠନ, ଯାହାକି ରାଜ୍ୟରେ ଅନେକ ସମୟରେ ଦଙ୍ଗା କରିଥାଏ ।

ନାଗରିକତା ଆଇନକୁ ନେଇ ପ୍ରଥମେ ଆସାମରେ ହିଁ ବିରୋଧ ହୋଇଥିଲା ମାତ୍ର ଧର୍ମକୁ ନେଇ ନୁହେଁ ବରଂ ଭାଷା, ସଂସ୍କୃତି, ଜମି, ରୋଜଗାର ଆଦିକୁ ନେଇ । ଏପରିକି ସରକାର ମଧ୍ୟ ଆସାମରେ ଏପରି ହିଂସାର ଆଶଙ୍କା କରୁଥିଲେ । ଏଥିପାଇଁ ଆସାମରେ ରାଇଫେଲ ପୋଲିସଙ୍କୁ ମୁତୟନ କରାଯାଇଥିଲା । ସେନା ମଧ୍ୟ ଫ୍ଲାଗ ମାର୍ଚ୍ଚ କରିଥିଲା ।

କିନ୍ତୁ ବର୍ତ୍ତମାନ ଜାଣିବାକୁ ମିଳୁଛି ଯେ, ଏସବୁ ବିରୋଧ ପୂର୍ବ ନିର୍ଦ୍ଧାରିତ ଥିଲା । ୟୁନାଇଟେଡ୍ ଲିବରେସନ ଫ୍ରଣ୍ଟ ଅଫ୍ ଆସାମ ବା ଉଲଫା ଏହି ଆନ୍ଦୋଳନ ପଛରେ ଥିଲା । ଏମାନେ ପୂର୍ବରୁ ମଧ୍ୟ ଆସାମର ଦଙ୍ଗାରେ ସାମିଲ ଅଛନ୍ତି ।

ABOUT THE AUTHOR

...view details