ଓଡିଶା

odisha

ETV Bharat / bharat

ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ବ୍ରିଟେନ ପ୍ରଧାନମନ୍ତ୍ରୀ - 72 Republic Day

ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ବ୍ରିଟେଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଦୁଇ ଦେଶ କୋରୋନା ଟିକାର ବିକାଶ, ଉତ୍ପାଦନ ଓ ଯୋଗାଣ କାର୍ଯ୍ୟ କରୁଛି । ଏହା ସହ ମହାମାରୀ ସମୟରେ ମାଗଣାରେ ସହଯୋଗର ହାତ ବଢାଇ ମାନବିକତାର ପରିଚୟ ଦେଇଛି ବୋଲି ବୋରିସ କହିଛନ୍ତି । ଅଧିକ ପଢନ୍ତୁ...

Republic Day
ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

By

Published : Jan 26, 2021, 1:03 PM IST

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ବ୍ରିଟେଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଭିଡିଓ ଜାରି କରି ବୋରିସ ଜନସନ ଭାରତୀୟଙ୍କୁ ଅଭିନନ୍ଦନ ଦେଇଛନ୍ତି। ଆଜିର ଦିନରେ ଅସଧାରଣ ସୃଷ୍ଟି ହୋଇଥିବା ସମ୍ବିଧାନ ବିଶ୍ବର ସବୁଠାରୁ ବଡ ଗଣତନ୍ତ୍ର ରାଷ୍ଟ୍ରରେ ପରିଣତ ହୋଇଛି। ଏହି ଅବସରେ ସେ ଭାରତକୁ ନିଜର ହୃଦୟ ଅତି ନିକଟ ଦେଶ କହିବା ସହ ଶୁଭେଚ୍ଛା ଜଣାଇଥିଲେ ।

ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଏହା ସହ ଦୁଇ ଦେଶ କୋରୋନା ଟିକାର ବିକାଶ, ଉତ୍ପାଦନ ଓ ଯୋଗାଣ କାର୍ଯ୍ୟ କରୁଛି । ଏହା ସହ ମହାମାରୀ ସମୟରେ ମାଗଣାରେ ସହଯୋଗର ହାତ ବଢାଇ ମାନବିକତାର ପରିଚୟ ଦେଇଛି । ବ୍ରିଟେନ, ଭାରତ ଏବଂ ଅନ୍ୟାନ୍ୟ ରାଷ୍ଟ୍ରର ମିଳିତ ପ୍ରୟାସ ଯୋଗୁଁ ଏବେ COVID ବିରୋଧରେ ସଫଳତା ପଥରେ ଅଛୁ ବୋଲି ବ୍ରିଟିଶ ପିଏମ କହିଛନ୍ତି । ଏହା ସହ ସେ ଚଳିତ ବର୍ଷର ଶେଷ ଭାଗରେ ଭାରତ ଗସ୍ତ କରିପାରନ୍ତି ବୋଲି କହିଛନ୍ତି । ଦୁଇ ଦେଶ ମଧ୍ୟରେ ବନ୍ଧୁତାକୁ ବଢାଇବାକୁ ସେ ଓ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶୃତିବଦ୍ଧ ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଦେଶରେ 72ତମ ସାଧାରଣତନ୍ତ୍ର ଦିବସ ଅବସରରେ ବ୍ରିଟିସ ପିଏମଙ୍କୁ ଆମନ୍ତ୍ରଣ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷା କରି ଭାରତ ଆସିବେ ବୋଲି ଜଣାଇଥିଲେ । ହେଲେ ପର ମୁହୂର୍ତ୍ତରେ ବ୍ରିଟେନରେ କୋଭିଡର ନୂଆ ଷ୍ଟ୍ରେନର ସାଙ୍ଘାତିକ ପରିସ୍ଥିତି ଉପଜୁବାରୁ ବୋରିସ ଭାରତ ଗସ୍ତ ରଦ୍ଦ କରିଥିଲେ । ତେବେ 55ବର୍ଷ ପରେ ପ୍ରଥମ ଥର ବିଦେଶୀ ଅତିଥିଙ୍କ ଅନୁପସ୍ଥିତିରେ ଜାତୀୟ ଉତ୍ସବ ପାଳନ କରାଯାଇଛି ।

ABOUT THE AUTHOR

...view details