ଓଡିଶା

odisha

ETV Bharat / bharat

ଅକ୍ସଫୋର୍ଡର ଟିକାରେ ପାର୍ଶ୍ବପ୍ରତିକ୍ରିୟା, ସ୍ବେଚ୍ଛାସେବୀ ଅସୁସ୍ଥ ପରେ ସ୍ଥଗିତ ପରୀକ୍ଷା

ବନ୍ଦ ହେଲା ଅକ୍ସଫୋର୍ଡ ଦ୍ବାରା ପ୍ରସ୍ତୁତ କୋରୋନା ଟିକାର ପରୀକ୍ଷା । ତୃତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ ସମୟରେ ସ୍ବେଚ୍ଛାସେବୀ ଗୁରୁତର ଆହତ । ଅଧିକ ପଢନ୍ତୁ...

ଅକ୍ସଫୋର୍ଡର ଟିକାର ହ୍ୟୁମାନ ଟ୍ରାଏଲ ବେଳେ ଅସୁସ୍ଥ, ଟିକା ପରୀକ୍ଷା ସ୍ଥଗିତ
ଅକ୍ସଫୋର୍ଡର ଟିକାର ହ୍ୟୁମାନ ଟ୍ରାଏଲ ବେଳେ ଅସୁସ୍ଥ, ଟିକା ପରୀକ୍ଷା ସ୍ଥଗିତ

By

Published : Sep 9, 2020, 1:06 PM IST

ଲଣ୍ଡନ: କୋରୋନା ଟିକାକୁ ନେଇ ବଡ ଝଟକା । ବନ୍ଦ ହେଲା କୋଭିଡ ଟିକାର ପରୀକ୍ଷଣ । ଆଷ୍ଟ୍ରୋଜେନେକା ଓ ଅକ୍ସଫୋର୍ଡ ପକ୍ଷରୁ ପ୍ରସ୍ତୁତ କୋରୋନା ପରୀକ୍ଷାକୁ ସ୍ଥଗିତ କରାଯାଇଛି । ଟ୍ରାଏଲ ସମୟରେ ଜଣେ ବ୍ୟକ୍ତି ଅସୁସ୍ଥ ହେବା ପରେ ଟିକା ପରୀକ୍ଷଣରେ ବ୍ରେକ ଲଗାଯାଇଛି ।

ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରେ ତୃତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ ଆରମ୍ଭ ହୋଇଥିଲା । ଜଣେ ସ୍ବେଚ୍ଛାସେବୀ ଗୁରୁତର ଆହତ ହୋଇଥିଲା । ବର୍ତ୍ତମାନ ଏହାର ତର୍ଜମା କରିବାକୁ ପରୀକ୍ଷଣକୁ ବନ୍ଦ କରି ଦିଆଯାଇଛି । ପରୀକ୍ଷା ବେଳେ ବିଭିନ୍ନ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯିବାର ଆଶଙ୍କା ଥିବାରୁ ଏହାକୁ ନିୟମିତ ସମୀକ୍ଷା କରାଯାଉଛି । ତେଣୁ ପରୀକ୍ଷଣକୁ ସ୍ଥଗିତ ରଖାଯାଇଛି ବୋଲି ଆଷ୍ଟ୍ରୋଜେନେକା ପକ୍ଷରୁ କୁହାଯାଇଛି ।

ଏହି ଟିକା ଆଷ୍ଟ୍ରୋଜେନେକା ଓ ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ ଆମେରିକା, ବ୍ରିଟେନ ଓ ଭାରତରେ ଏହାର ପ୍ରସ୍ତୁତି ଚାଲିଛି । ଟିକା ପ୍ରୟୋଗ ସମୟରେ କୌଣସି ସମସ୍ୟା ଦେଖାଦେଇନଥିଲା ହେଲେ ସମ୍ପୃକ୍ତ ବ୍ୟକ୍ତି ଅସୁସ୍ଥ ହେବାରୁ ଟିକାର ଗୁଣବତ୍ତା ପରୀକ୍ଷା କରାଯାଉଛି । ଏହି ବ୍ୟକ୍ତି ଜଣକ ୟୁକେର ନାଗରିକ । ଟିକା ବିକାଶ କ୍ଷେତ୍ରରେ ବିଶ୍ବର 100 ଟିମ ମଧ୍ୟରେ ଅକ୍ସଫୋର୍ଡ ଦୌଡର ଆଗରେ ରହିଛି ।

ABOUT THE AUTHOR

...view details