ଓଡିଶା

odisha

ETV Bharat / bharat

'କାଶ୍ମୀର ବିବାଦ ଏକ ଦ୍ବିପାକ୍ଷିକ ପ୍ରସଙ୍ଗ' - ବ୍ରିଟେନ

କାଶ୍ମୀର ବିବାଦ ଭାରତ ଏବଂ ପାକିସ୍ତାନର ମଧ୍ୟରେ ଏକ ଦ୍ବିପାକ୍ଷିକ ପ୍ରସଙ୍ଗ ବୋଲି ବ୍ରିଟେନ ବୈଦେଶିକ ସଚିବ ଡୋମିନିକ ରାୱ ।

ଫାଇଲ ଫଟୋ

By

Published : Sep 3, 2019, 11:56 PM IST

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ପୁଣି ଥରେ ଭାରତର କୂଟନୈତିକ ବିଜୟ । କଶ୍ମୀରକୁ ବିଶ୍ବସ୍ତରୀୟ ପ୍ରସଙ୍ଗ କରିବାକୁ ପ୍ରୟାସ କରୁଥିବା ଇମ୍ରାନ ଖାନ ସରକାରଙ୍କୁ ଆଜି ବ୍ରିଟେନର ବୈଦେଶିକ ସଚିବ ଶକ୍ତ ଝଟ୍‌କା ଦେଇଛନ୍ତି। କାଶ୍ମୀର ବିବାଦ ଭାରତ ଭାରତ ଏବଂ ପାକିସ୍ତାନର ଦ୍ବିପାକ୍ଷିକ ପ୍ରସଙ୍ଗ ବୋଲି ସଂସଦରେ କହିଛନ୍ତି ବ୍ରିଟେନର ବୈଦେଶିକ ସଚିବ ଡୋମିନିକ ରାୱ ।

ଏହା ସହିତ ସେ ବ୍ରିଟେନରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରେ ପାକିସ୍ତାନୀଙ୍କ ପକ୍ଷରୁ କରାଯାଇଥିବା ହିଂସାକାଣ୍ଡର କଡା ନିନ୍ଦା କରିଛନ୍ତି । ଏନେଇ ସେ କହିଛନ୍ତି, କୌଣସି ପ୍ରକାର ହିଂସାକାଣ୍ଡ ଗ୍ରହଣୀୟ ନୁହେଁ । କାଶ୍ମୀର ପ୍ରସଙ୍ଗକୁ ହେଉ ଅବା ଏହି ବ୍ରିଟେନରେ ହୋଇଥିବା ହିଂସାକାଣ୍ଡ, ଆମେ ଏହାକୁ ସହ୍ୟ କରିବୁ ନାହିଁ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ତିକ୍ତତାକୁ କମ୍‌ କରିବା ପାଇଁ ଉଚିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦକୁ ବିରୋଧ କରି ଅଗଷ୍ଟ ୧୫ରେ କିଛି ପାକିସ୍ତାନୀ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିଥିଲେ। ୭୩ତମ ସ୍ବାଧୀନତା ଦିବସ ପାଳନ ଲାଗି ଭାରତୀୟ ତଥା ଭାରତୀୟ ବଂଶୋଦ୍ଭବ ଲଣ୍ଡନସ୍ଥିତ ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ବାହାରେ ଛିଡ଼ା ହୋଇଥିବା ବେଳେ ବିଚ୍ଛିନ୍ନତାବାଦୀ ଶିଖ୍‌ଙ୍କ ସମେତ ପାକିସ୍ତାନ ପ୍ରାୟୋଜିତ ବିକ୍ଷୋଭକାରୀ ସେମାନଙ୍କ ଉପରକୁ ଅଣ୍ଡା ଓ ପାଣି ବୋତଲ ମାଡ଼ କରିଥିଲେ। ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ଉପରକୁ ସେମାନେ ଢ଼େଲା ଫିଙ୍ଗିବା ସହ ତ୍ରିରଙ୍ଗାକୁ ନଷ୍ଟ କରି ଦେଇଥିଲେ।

ABOUT THE AUTHOR

...view details