ଓଡିଶା

odisha

ETV Bharat / bharat

ଖୁବ୍‌ଶୀଘ୍ର ଭାରତ ପ୍ରତ୍ୟର୍ପଣ କରିବ ମାଲ୍ୟା !

ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାକୁ ବ୍ରିଟେନ କୋର୍ଟରେ ଝଟ୍‌କା ।  ଭାରତ ପ୍ରତ୍ୟର୍ପଣ ନିର୍ଦ୍ଦେଶ ବିରୁଦ୍ଧରେ ମାଲ୍ୟାଙ୍କର ଲିଖିତ ଆବେଦନ ଖାରଜ କରିଛନ୍ତି ଲଣ୍ଡନର ଏକ କୋର୍ଟ ।

By

Published : Apr 8, 2019, 6:35 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବ୍ରିଟେନ କୋର୍ଟରେ ଝଟ୍‌କା । ଭାରତ ପ୍ରତ୍ୟର୍ପଣ ନିର୍ଦ୍ଦେଶ ବିରୁଦ୍ଧରେ ମାଲ୍ୟାଙ୍କ ଲିଖିତ ଆବେଦନ ଖାରଜ କରିଛନ୍ତି ବ୍ରିଟେନର ଏକ କୋର୍ଟ । ତେବେ କୋର୍ଟଙ୍କ ଏହି ଶୁଣାଣି ପରେ ମାଲ୍ୟାର ପ୍ରତ୍ୟର୍ପଣ ରାସ୍ତା ସଫା ହୋଇଯାଇଛି । ତେବେ ନିଜକୁ ବଞ୍ଚାଇବା ପାଇଁ ମାଲ୍ୟା ପାଖରେ ଏବେ କେବଳ ଗୋଟିଏ ରାସ୍ତା ରହିଛି । ସେ ଚାହିଁଲେ ସୁପ୍ରିମକୋର୍ଟରେ ଆବେଦନ କରିପାରିବେ । କିନ୍ତୁ ଏଥିରେ ପାଖାପାଖି 6 ସପ୍ତାହ ସମୟ ଲାଗିପାରେ ।

ଗତବର୍ଷ ଡିସେମ୍ବରରେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ ମାଲ୍ୟା ଭାରତ ପ୍ରତ୍ୟର୍ପଣ କରିବା ସପକ୍ଷରେ ରାୟ‌ ଦେଇଥିଲେ । ଏହି ରାୟ ପରେ ବ୍ରିଟେନର ଗୃହମନ୍ତ୍ରୀ ସାଜିଦ ଜାବିଦ ଏହି ପ୍ରତ୍ୟର୍ପଣକୁ ମଞ୍ଜୁରି ଦେଇଥିଲେ । ତେବେ କୋର୍ଟ ଓ ଗୃହମନ୍ତ୍ରୀ ସାଜିଦ ଜାବିଦଙ୍କ ରାୟକୁ ଚ୍ୟାଲେଞ୍ଜ କରି ମାଲ୍ୟା ବ୍ରିଟେନ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଭାରତ ପ୍ରତ୍ୟର୍ପଣ ନକରିବାକୁ ମାଲ୍ୟା ଏହି କୋର୍ଟରେ ଆବେଦନ କରିଥିଲେ ।

ABOUT THE AUTHOR

...view details