ଓଡିଶା

odisha

ETV Bharat / bharat

UGCର ଘୋଷଣା, ନଭେମ୍ବରରୁ ଆରମ୍ଭ ହେବ ପ୍ରଥମ ବର୍ଷ ପାଠପଢା - first year classes will start in November

କୋଭିଡ-19 ମାମଲା ବଢିବା କାରଣରୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କଲେଜ ଓ ବିଶ୍ବବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ରଙ୍କ ଏକାଡେମିକ୍ କ୍ୟାଲେଣ୍ଡରକୁ ସଂଶୋଧନ କରିଛି ।

ପ୍ରଥମ ବର୍ଷ ପାଠପଢା
ପ୍ରଥମ ବର୍ଷ ପାଠପଢା

By

Published : Sep 22, 2020, 4:30 PM IST

ନୂଆଦିଲ୍ଲୀ : କୋଭିଡ-19 ମାମଲା ବଢିବା କାରଣରୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କଲେଜ ଓ ବିଶ୍ବବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ରଙ୍କ ଏକାଡେମିକ୍ କ୍ୟାଲେଣ୍ଡରକୁ ସଂଶୋଧନ କରିଛି । ନୂତନ କ୍ୟାଲେଣ୍ଡର ଅନୁଯାୟୀ, ଫ୍ରେଶର ମାନଙ୍କ ପାଇଁ ଏକାଡେମିକ୍ ଅଧିବେଶନ ବର୍ତ୍ତମାନ ସେପ୍ଟେମ୍ବର ପରିବର୍ତ୍ତେ ନଭେମ୍ବରରେ ଆରମ୍ଭ ହେବ ।

ନଭେମ୍ବର ସୁଦ୍ଧା ବିଦ୍ୟାଳୟ ଓ କଲେଜ ଗୁଡିକ ଖୋଲିବା ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଯଦି କୌଣସି ଅନ୍ତିମ ନିଷ୍ପତ୍ତି ନଥାଏ, ତେବେ ଛାତ୍ରଙ୍କ କଲେଜ ଶିକ୍ଷା ଅନଲାଇନରେ ଆରମ୍ଭ କରାଯିବ । UGC ଏପ୍ରିଲ୍ ମାସରେ କଲେଜଗୁଡିକ ପାଇଁ ଏକ ବିକଳ୍ପ ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶ କରିଥିଲା । ଏଥିରେ ପରୀକ୍ଷା, ଅଧ୍ୟୟନର ଧାରା ଏବଂ ପୁନଃ ଖୋଲିବାର କାର୍ଯ୍ୟସୂଚୀ ସହିତ ନିର୍ଦ୍ଦେଶାବଳୀ ରହିଥିଲା ।

ସେହି ସମୟରେ ସେପ୍ଟେମ୍ବରରେ କଲେଜ ଖୋଲିବାକୁ ଯୋଜନା ଥିଲା କିନ୍ତୁ କୋଭିଡ ମାମଲା ଗୁଡିକର କ୍ରମାଗତ ବୃଦ୍ଧିକୁ ଦେଖି ନଭେମ୍ବର ପର୍ଯ୍ୟନ୍ତ ଏହାକୁ କରାଯାଇଥିଲା । ସଂଶୋଧିତ କ୍ୟାଲେଣ୍ଡରରେ ଦର୍ଶାଯାଇଛି ଯେ ପ୍ରଥମ ବର୍ଷର ଛାତ୍ରମାନଙ୍କ ପାଇଁ ଆଡମିଶନ ପ୍ରକ୍ରିୟା 31 ଅକ୍ଟୋବର ସୁଦ୍ଧା ଶେଷ ହେବା ଆବଶ୍ୟକ ଏବଂ ପ୍ରଥମ ସେମିଷ୍ଟାର ପାଇଁ କ୍ଲାସଗୁଡିକ 1 ନଭେମ୍ବରରୁ ଆରମ୍ଭ ହେବ । ଛାତ୍ରମାନେ 30 ଅଗଷ୍ଟ 2021 ରେ ଦ୍ବିତୀୟ ବର୍ଷକୁ ଯିବେ ।

ଏହାସହ ୟୁଜିସି ଆଗାମୀ ଦୁଇଟି ଶିକ୍ଷାବର୍ଷ ପାଇଁ କୌଣସି ଗ୍ରୀଷ୍ମ କିମ୍ବା ଶୀତ ଛୁଟି ଦିଆଯିବ ନାହିଁ । ସପ୍ତାହକୁ 6 ଦିନ ପାଠପଢା ହେବ ।

ABOUT THE AUTHOR

...view details