ଓଡିଶା

odisha

ETV Bharat / bharat

24 ନକଲି ବିଶ୍ବବିଦ୍ୟାଳୟ ଲିଷ୍ଟ ଜାରି କଲା UGC, ଓଡିଶାର 2 ୟୁନିଭର୍ସିଟି ସାମିଲ - ନକଲି ବିଶ୍ବବିଦ୍ୟାଳ

ୟୁଜିସି ପକ୍ଷରୁ 24ଟି ନକଲି ବିଶ୍ବବିଦ୍ୟାଳୟର ତାଲିକା ଜାରି କରାଯାଇଛି । ଏଥିମଧ୍ୟରୁ ଓଡିଶାର 2ଟି ବିଶ୍ବବିଦ୍ୟାଳୟ ସାମିଲ ଅଛି । ଅଧିକ ପଢନ୍ତୁ...

24 ନକଲି ବିଶ୍ବବିଦ୍ୟାଳୟ ଲିଷ୍ଟ ଜାରି କଲା UGC, ଓଡିଶାରୁ 2 ୟୁନିଭର୍ସିଟି ସାମିଲ
24 ନକଲି ବିଶ୍ବବିଦ୍ୟାଳୟ ଲିଷ୍ଟ ଜାରି କଲା UGC, ଓଡିଶାରୁ 2 ୟୁନିଭର୍ସିଟି ସାମିଲ

By

Published : Oct 7, 2020, 8:03 PM IST

ନୂଆଦିଲ୍ଲୀ: କଲେଜରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ନକଲି ବିଶ୍ବବିଦ୍ୟାଳୟର ତାଲିକା ଜାରି କରିଛି ୟୁଜିସି । ତେବେ ୟୁଜିସି ପକ୍ଷରୁ 24ଟି ନକଲି ବିଶ୍ବବିଦ୍ୟାଳୟର ତାଲିକା ଜାରି କରାଯାଇଛି । ଏଥିମଧ୍ୟରୁ ଓଡିଶାର 2ଟି ବିଶ୍ବବିଦ୍ୟାଳୟ ସାମିଲ ଅଛି ।

24 ନକଲି ବିଶ୍ବବିଦ୍ୟାଳୟ ଲିଷ୍ଟ ଜାରି କଲା UGC, ଓଡିଶାରୁ 2 ୟୁନିଭର୍ସିଟି ସାମିଲ

ୟୁଜିସି ତାଲିକାରେ ଥିବା ଓଡିଶାର 2 ବିଶ୍ବବିଦ୍ୟାଳୟ ମଧ୍ୟକୁ ଗୋଟିଏ ରାଉରକେଲାର ନବଭାରତ ଶିକ୍ଷା ପରିଷଦ ହୋଇଥିବା ବେଳେ ଅନ୍ୟଟି ମୟୁରଭଞ୍ଜର ଉତ୍ତର ଓଡିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ବବିଦ୍ୟାଳୟ ବୋଲି ଜଣାପଡିଛି । ତେବେ ଏହି ଲିଷ୍ଟରେ ସର୍ବାଧିକ ଉତ୍ତରପ୍ରଦେଶର ବିଶ୍ବବିଦ୍ୟାଳୟ ସାମିଲ ରହିଛି ।

24 ନକଲି ବିଶ୍ବବିଦ୍ୟାଳୟ ଲିଷ୍ଟ ଜାରି କଲା UGC, ଓଡିଶାରୁ 2 ୟୁନିଭର୍ସିଟି ସାମିଲ

ଛାତ୍ରଛାତ୍ରୀମାନଙ୍କୁ ସତର୍କ କରି ୟୁଜିସି କହିଛି ଯେ କେନ୍ଦ୍ର ତଥା ରାଜ୍ୟ ପ୍ରୋଭିଜନାଲ ଆକ୍ଟ ଅଧିନରେ ଆସୁଥିବା ବିଶ୍ବବିଦ୍ୟାଳୟଗୁଡିକ ହିଁ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିପାରିବ। ଏହାସହ ଏହା ମଧ୍ୟ କୁହାଯାଇଛି ଯେ ଏହି 24ଟି ଅଜ୍ଞାତ ଶିକ୍ଷାନୁଷ୍ଠାନ ୟୁଜିସି ଆକ୍ଟର ଉଲ୍ଲଂଘନ କରୁଛି ଯାହା ନକଲି ବିଶ୍ବବିଦ୍ୟାଳୟ ଭାବରେ ଘୋଷିତ ହୋଇଛି।

ABOUT THE AUTHOR

...view details