ବେଙ୍ଗାଲୁରୁ: କର୍ଣ୍ଣାଟକର ଉଡୁପିରେ ପ୍ରବଳ ବର୍ଷା ଓ କୋଭିଡ ନିୟମ ମଧ୍ୟରେ ପାଳନ ହେଲା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବ । ଜନମାଷ୍ଟମୀର ପରଦିନ ଭିତଲାପିଣ୍ଡି ଭାବରେ ପାଳନ କରାଯାଏ ।
ଉଡୁପିର ଜନ୍ମାଷ୍ଟମୀରେ ମୁଖ୍ୟ ଆକର୍ଷଣ 'କୋ-ଭିଦା' ପ୍ରତିବର୍ଷ ଶହ ଶହ ଲୋକ ଭିନ୍ନ ଭିନ୍ନ ପୋଷାକରେ ନିଜକୁ ସଜାଇ ବିଭିନ୍ନ ନାଟକ ପରିବେଶଣ କରିଥାନ୍ତି । କିନ୍ତୁ ଚଳିତବର୍ଷ କୋରୋନା ନିୟମକୁ ଦୃଷ୍ଟିରେ ରଖି ଅଳ୍ପ ସଂଖ୍ୟକ ଲୋକ ଏହି ନାଟକ ପରିବେଷଣ କରିଛନ୍ତି ।
ଉଡୁପି କଳାକାର ରମଣଜୀଙ୍କୁ 'କୋ-ଭିଦା' ପୋଷାକରେ ଦେଖିବାକୁ ମିଳିଥିଲା ଏବଂ ସେ କୋରୋନା ଉପରେ ଏକ ବାର୍ତ୍ତା ଦେଇଥିଲେ । ସେ କୋରୋନା, କୋରୋନା ସମୟ ଏବଂ ପୋଷ୍ଟ କୋରୋନା ପିରିୟଡ ଉପରେ ଏକ ବାର୍ତ୍ତା ଦେଇଥିଲେ । ପ୍ରତିବର୍ଷ ସେ ଏହି ପୋଷାକରେ ଅର୍ଜିତ ଟଙ୍କା ମାଧ୍ୟମରେ ଅଭାବୀ ଏବଂ ଅସୁସ୍ଥ ଲୋକଙ୍କୁ ସାହାଯ୍ୟ କରିଥାନ୍ତି । ଏହା ତାଙ୍କର ଅଷ୍ଟମ ବର୍ଷ ଏବଂ ସେ ରୋଜଗାରକୁ ଭଗବାନ କୃଷ୍ଣଙ୍କୁ ଉତ୍ସର୍ଗ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ